• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମାହାଙ୍ଗା ନରସଂହାର ମାମଲା: ରିମାଣ୍ଡରେ ଆସିଲା ଅଭିଯୁକ୍ତ ଶିବ ସାହୁ; ସବୁ ଜିନିଷର ଟିକିନିକି ଯାଞ୍ଚ କରୁଛି ପୋଲିସ

ମାହାଙ୍ଗା ନରସଂହାର ମାମଲା: ରିମାଣ୍ଡରେ ଆସିଲା ଅଭିଯୁକ୍ତ ଶିବ ସାହୁ; ସବୁ ଜିନିଷର ଟିକିନିକି ଯାଞ୍ଚ କରୁଛି ପୋଲିସ

ମାହାଙ୍ଗା ନରସଂହାର ଘଟଣାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ରିମାଣ୍ଡରେ ଆଣି ରହସ୍ୟ ଉନ୍ମୋଚନ କରିବାକୁ ପଦକ୍ଷେପ ନେଇଛି ପୋଲିସ। କିନ୍ତୁ ତିନି ଦିନିଆ ରିମାଣ୍ଡର ପ୍ରଥମ ଦିନ ବେକାର ଯାଇଛି।

ମାହାଙ୍ଗା ନରସଂହାର ମାମଲା

ମାହାଙ୍ଗା ନରସଂହାର ମାମଲା

  • Share this:
News18 Odia Digital

କଟକ: କଣ ଜଣେ ଲୋକ ପକ୍ଷରେ ପାଞ୍ଚ ପାଞ୍ଚ ଜଣଙ୍କୁ ଏକା ସାଙ୍ଗରେ ହତ୍ୟା କରିବା ସମ୍ଭବ? କଣ ଶିବ ସାହୁ ଏକୁଟିଆ ହିଁ ତାର ବଡ଼ ଭାଇଙ୍କ ପରିବାରକୁ କଟୁରୀରେ ହାଣି ହତ୍ୟା କରିଛି? ନା ଏଥିରେ ଶିବକୁ କେହି ସାହାଯ୍ୟ କରିଛି? ଯଦି କେହି ଏଥିରେ ଶିବକୁ ସହଯୋଗ କରିଛି ତେବେ ସେ କିଏ? ମାହାଙ୍ଗା କୁଶପୁର ଗଣ ହତ୍ୟା ମାମଲାକୁ ନେଇ ସାଧାରଣରେ ଉଠୁଥିବା ଏହି ପ୍ରଶ୍ନ ପୋଲିସକୁ ମଧ୍ୟ ବିଚଳିତ କରିଛି।

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଶିବକୁ ତିନି ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ମାହାଙ୍ଗା ପୋଲିସ। ଗୁରୁବାର ଅପରାହ୍ନରୁ ପୋଲିସ ହେପାଜତରେ ଥିବା ଶିବକୁ ରାତି ତମମା ଜେରା କରାଯାଇଥିଲା। ମୁଖ୍ୟତଃ ଶିବ କିପରି ଏକାକି ଏହି କାଣ୍ଡ ଭିଆଇଲା ନା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ବା ନାହିଁ ତାହା ଜାଣିବା ପାଇଁ ପୋଲିସ ଶିବକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି। କିନ୍ତୁ ଶିବ ପ୍ରତିଥର ପୋଲିସକୁ ସେହି ଗୋଟିଏ ଉତ୍ତର ଦେଉଥିବା ଜଣା ପଡ଼ିଛି। ଇତିମଧ୍ୟରେ ଶିବକୁ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନେବା ପାଇଁ ଯୋଜନା କରିଛି ମାହାଙ୍ଗା ପୋଲିସ।

"ରିମାଣ୍ଡ ସମୟରେ ଆମେ ତା'ଠାରୁ ହତ୍ୟାକାଣ୍ଡ ସହିତ ଜଡ଼ିତ ବିଭିନ୍ନ ପ୍ରଶ୍ନର ଉତ୍ତର ହାସଲ କରିବା ପାଇଁ ଚେଷ୍ଟା କରିବୁ । ତା'ର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି କିନ୍ତୁ ତାର ଗୋଡ "ଷ୍ଟିଫ" ହୋଇଯାଇଥିବାରୁ ସେ ଠିକ ଭାବରେ ଚାଲି ପାରୁନାହିଁ। ଡାକ୍ତର ତା'ର ଚିକିତ୍ସା କରିଛନ୍ତି। ଯଦି ସେ ସଠିକ ଢ଼ଙ୍ଗରେ ଚାଲିବାରେ ସକ୍ଷମ ହେଲା ତେବେ ତା ଦ୍ବାରା କ୍ରାଇମ ସିନ ରିକ୍ରିଏସନ୍ କରାଯିବ," କହିଛନ୍ତି କଟକ ଗ୍ରାମାଞ୍ଚଳ ପୋଲିସର ଅତିରିକ୍ତ ଏସ.ପି ଅଶୋକ ବେହେରା।

ସେପଟେ ଏହି ଘଟଣାରେ ପୋଲିସ ହତାକାଣ୍ଡରେ ବ୍ୟବହାର କରାଯାଇଥିବା କଟୁରୀ ସହ ଶିବ ସାହୁ ପିନ୍ଧିଥିବା ରକ୍ତ ଲଗା ଲୁଗାକୁ ଜବତ କରି ସେଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏସ.ଏଫ.ଏସ.ଏଲକୁ ପଠାଯାଇଛି। ଏହା ସହିତ ମୃତ ଦେହଗୁଡ଼ିକରେ ଥିବା ପ୍ରତିଟି କ୍ଷତ ଚିହ୍ନ ବିଶ୍ଳେଷଣ କରିବା ସହ ମୃତକଙ୍କ ନଖ ସନ୍ଧିରେ କିଛି ବାହ୍ୟ ବସ୍ତୁ ଯେମିତି ଅନ୍ୟ କାହାର ଚର୍ମର ଅଶଂ ବା ନମୁନା ରହିଛି ବା ନାହିଁ, ମୃତକମାନଙ୍କୁ ଖାଦ୍ୟରେ ନିଶା ସାମଗ୍ରୀ ଦିଆଯାଇଥିଲା ବା ନାହିଁ ଏସବୁ ବାବଦରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ଏସସିବିର ଏଫଏମଟି ବିଭାଗକୁ ପୋଲିସ ଅବଗତ କରାଯାଇଛି।

ଏହା ବ୍ୟତୀତ ଅଭିଯୁକ୍ତର ମୋବାଇଲ କଲ ଡିଟେଲ୍ ଓ ଲୋକେସନ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ମଧ୍ୟ ଶିବ ବ୍ୟବହାର କରୁଥିବା ମୋବାଇଲର ସେବା ପ୍ରଦାନକାରୀ କମ୍ପାନୀକୁ ମଧ୍ୟ ଚିଠି ଲେଖିଛି ପୋଲିସ। ଏପରିକି ଶିବର ଶରୀରରେ କେଉଁ କେଉଁ ସ୍ଥାନରେ ସଦ୍ୟ କ୍ଷତ ଚିହ୍ନ ରହିଛି ତାହାର ମଧ୍ୟ ଯାଞ୍ଚ କରୁଛି ପୋଲିସ।

‘‘ଜଣେ ଲୋକ ଏକୁଟିଆ ପାଞ୍ଚ ଜଣକୁ ହାଣି କରି ହତ୍ୟା କରିବା କଥାକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ଶିବ ସମସ୍ତଙ୍କୁ କୌଣସି ନିଶା ଦ୍ରବ୍ୟ ଖୁଆଇ ଦେଇ ତା' ପରେ ହତ୍ୟା କରିଥାଇ ପାରେ କିନ୍ତୁ ତା'ର ନିଜ ଭାଇ ଓ ଭାଇର ପରିବାର ଲୋକଙ୍କ ସହ ଘୋତ ତିକ୍ତତା ଥିଲା। ତେଣୁ ଶିବ ହାତରୁ ତା'ର ଭାଇ କିମ୍ବା ତାଙ୍କର ପରିବାର ଲୋକ କୌଣସି ଖାଦ୍ୟ ଗ୍ରହଣ କରିଥିବେ, ଏକଥା ମଧ୍ୟ ବିଶ୍ବାସ ଯୋଗ୍ୟ ନୁହେଁ। ହୋଇ ପାରେ ଶିବ କାହା ଜରିଆରେ ସେମାନଙ୍କୁ ନିଶା ଦ୍ରବ୍ୟ ଖୁଆଇ ଦେଇଥାଇ ପାରେ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ।
Published by:Lipina Das
First published: