ମାହାଙ୍ଗା ଡବଲ୍‌ ମର୍ଡ଼ରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ ଦେହ ମିଳିଲା; BJP କହିଲା ହତ୍ୟା

ତିନି ତିନିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଭାବେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାମ ଆସିବା ପରେ ସେ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ, ହେଲେ ପୋଲିସ ତାଙ୍କ ପାଖରେ ପହଞ୍ଚି ପାରି ନ ଥିଲା ।

ମାହାଙ୍ଗା ଡବଲ୍‌ ମର୍ଡ଼ରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ ଦେହ ମିଳିଲା; BJP କହିଲା ହତ୍ୟା
ପ୍ରଫୁଲ୍ଲ ବିଶ୍ୱାଳ; (ଡାହାଣ) ମୃତ ଦେହ ମିଳିଥିବା ସ୍ଥାନ
  • News18 Odia
  • Last Updated: February 6, 2021, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଓରଫ କାବୁଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ଟାଙ୍ଗି ଟୋଲ୍‌ ଗେଟ୍‌ ନିକଟରୁ ପ୍ରଫୁଲ୍ଲଙ୍କ ମୃତ ଦେହ ମିଳିଛି । ଟାଙ୍ଗି ପୋଲିସର ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ତିନି ତିନିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଭାବେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାମ ଆସିବା ପରେ ସେ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲେ । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଓ ବିକାଶ ଜେନା ହତ୍ୟାକାଣ୍ଡ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ, ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କ ପାଖରେ ପହଞ୍ଚି ପାରି ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରଙ୍ଗୀଲା ଗର୍ଲ୍’ ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି

ଶୁକ୍ରବାର ରାତି ସାଢେ ୯ଟାରୁ ୧୦ଟା ସମୟରେ ଟାଙ୍ଗି ନୂଆବନ୍ଦାଳ ଟୋଲ୍‌ ଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ମୃତ ଦେହ ମଲିଥିଲା । ଶରୀରର ଅନେକ ଭାଗ ଗାଡି଼ ଚକ ତଳେ ଚାପି ହୋଇଯାଇଥିବାରୁ କୌଣସି ବଡ଼ ଗାଡି ତାଙ୍କୁ ଧକ୍କା ଦେଇଥିବା ସନ୍ଦେହ କରିଛି ପୋଲିସ ।

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରଫୁଲ୍ଲ ବିଶ୍ୱାଳ (ଫାଇଲ୍ ଫଟୋ)


ମୃତ ଦେହ ନିକଟରୁ ମିଳିଥିବା କାଗଜପତ୍ର ଓ ରାସ୍ତା କଡ଼ରେ ଥିବା ତାଙ୍କ ବାଇକର ଯାଞ୍ଚ କରିବା ପରେ ମୃତକ ପ୍ରଫୁଲ୍ଲ ବିଶ୍ୱାଳ ଓରଫ କାବୁଆ ବୋଲି ପୋଲିସ ସ୍ପଷ୍ଟ କରିଛି । ଶନିବାର କଟକ ଏସ୍‌.ସି.ବି. ହସ୍ପିଟାଲରେ ପ୍ରଫୁଲ୍ଲଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା

ମାହାଙ୍ଗାରେ ଜାନୁଆରୀ ୨ ତାରିଖରେ ହୋଇଥିବା ଡବଲ ମର୍ଡର ଓ ଏହା ପୂର୍ବରୁ ଘଟିଥିବା ବିକାଶ ଜେନା ହତ୍ୟା ଘଟଣାରେ ସିଧାସଳଖ ପ୍ରଫଲ ବିଶ୍ୱାଳଙ୍କ ସଂମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଫୁଲ୍ଲ ସେହି ଦିନରୁ ଫେରାର ଥିଲେ  । ହେଲେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛି ବିଜେପି ।

‘‘ପ୍ରଫୁଲ୍ଲ ବିଶ୍ୱାଳ ମହାଙ୍ଗା ଡବଲ୍‌ ମର୍ଡ଼ର ଘଟଣାରେ ବହୁତ କିଛି ଜାଣିଥିଲେ । ତଥ୍ୟ ପ୍ରଘଟ କରିଦେବା ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି,’’ କହିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବ୍ୟୁଟି ପାର୍ଲରରେ ଫେସିଆଲ୍ ଯୋଗୁଁ ଯୁବତୀଙ୍କ ମୁହଁର ତ୍ୱଚା ଜଳିଗଲା, VIDEO ଭାଇରାଲ୍ ହେଲା

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଜାନୁଆରୀ ୨ ତାରିଖରେ ହତ୍ୟା କରାଯାଇଥିଲା l ଏହାର ଦୁଇ ବର୍ଷ ତଳେ ସେହି ନୁର୍ତ୍ତାଙ୍ଗ ପଞ୍ଚାୟତରେ ବିକାଶ ଜେନାଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା କରାଯାଇଥିଲା l ଏହି ତିନୋଟି ହତ୍ୟା ଘଟଣାରେ ପ୍ରଫୁଲ୍ଲ ଅଭିଯୁକ୍ତ ଥିଲେ l



ପୂର୍ବରୁ ବିକାଶ ଜେନା ହତ୍ୟାକାଣ୍ଡରେ ପ୍ରଫୁଲ୍ଲଙ୍କ ବାପା ନିରଞ୍ଜନ ବିଶ୍ୱାଳ ଗିରଫ ହୋଇ ଜେଲରେ ଅଛନ୍ତି l ପ୍ରଫୁଲ୍ଲଙ୍କ ଭାଇ ପ୍ରମୋଦ ଡବଲ ମର୍ଡ଼ର ମାମଲାରେ ଆତ୍ମସମର୍ପଣ କରିସାରିଛନ୍ତି l ଏହା ଭିତରେ ଡବଲ ମର୍ଡର ମାମଲାରେ ନଅ ଜଣଙ୍କୁ ପୋଲିସ ଗିରଫ କରିସାରିଛି l
Published by: Anand Shankar Thankur Das
First published: February 6, 2021, 5:04 PM IST