ମାହାଙ୍ଗା ଡବଲ ମର୍ଡର ମାମଲା: ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିପାରେ କୋର୍ଟଙ୍କ ଅବମାନନା

କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା ନେଇ ମାହାଙ୍ଗା ଥାନାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କୋର୍ଟ।

 ମାହାଙ୍ଗା ଡବଲ ମର୍ଡର ମାମଲା

ମାହାଙ୍ଗା ଡବଲ ମର୍ଡର ମାମଲା

  • Share this:
News18 Odia Digital

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ତଦନ୍ତକୁ ନେଇ ପୂର୍ବରୁ ପୋଲିସ ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ଏବେ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସଗାଜ ହୋଇଛନ୍ତି ସାଲେପୁର ଜେଏମଏଫସିଙ୍କ କୋର୍ଟ । ଏପରିକି କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା ନେଇ ମାହାଙ୍ଗା ଥାନାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କୋର୍ଟ।

ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ଫୋନ କଲ୍ ଡିଟେଲକୁ ସଂଗ୍ରହ କରିବା ସହିତ ସେଗୁଡ଼ିକୁ ସଂରକ୍ଷିତ ରଖିବା ଓ ଅପ-ଟୁ-ଡେଟ୍ କେସ ଡାଏରୀ ଦାଖଲ କରିବା ପାଇଁ ସାଲେପୁର ଜେଏମଏଫସିଙ୍କ କୋର୍ଟ ମାହାଙ୍ଗା ଥାନାଧିକାରୀ ମାନସ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଥାନାଧିକାରୀ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ କାଳକ୍ଷେପଣ ନିତି ଅବଲମ୍ବନ କରିବା ସଦୃଶ ବାରମ୍ବାର ଟାଇମ ପିଟିସନ୍ ଦାଖଲ କରି ଚାଲିଥିଲେ । ତେବେ ଥାନାଧିକାରୀଙ୍କ ଏହି କାର୍ଯ୍ୟରେ କୋର୍ଟ ବିରକ୍ତି ପ୍ରକାଶ କରିବା ସହିତ ତାଙ୍କୁ ଗତ ୩ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ହେଲେ ମାହାଙ୍ଗା ଥାନାଧିକାରୀ କୋର୍ଟରେ ହାଜର ନ ହେବାରୁ କୋର୍ଟ ଏହାକୁ ଗୁରୁତର ସହ ନେଇଛନ୍ତି । ଆସନ୍ତା ୧୦ ତାରିଖ ସକାଳ ସାଢ଼େ ୧୦ଟା ସୁଦ୍ଧା କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ମାହାଙ୍ଗା ଥାନାଧିକାରୀଙ୍କ ବିରୁଦ୍ଧରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିଜ ସଦ୍ୟ ନିର୍ଦ୍ଦେଶରେ କହିଛନ୍ତି।

ଆବେଦନକାରୀଙ୍କ ଓକିଲ ପ୍ରବୀଣ କୁମାର କାନୁନଗୋ କହିଥିଲେ, "କୋର୍ଟ ନିଜେ ଅନୁଭବ କଲେ କି ବହୁବାର ସମୟ ନେଲା ପରେ ମଧ୍ୟ ମାହାଙ୍ଗା ଥାନାଧିକାରୀ ଉଦେଶ୍ୟମୂଳକ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଯେଉଁଥିପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଆସନ୍ତା ୧୦ ତାରିଖ ସକାଳ ୧୦.୩୦ ସୁଦ୍ଧା ସେ ଅପ-ଟୁ-ଡେଟ୍ କେସ ଡାଏରୀ କୋର୍ଟରେ ଦାଖଲ କରିବେ । ଏହା ସହିତ କଲ୍ ଡିଟେଲକୁ ସଂଗ୍ରହ କରି ସେଗୁଡ଼ିକୁ ସଂରକ୍ଷିତ କରିବା ନେଇ କୋର୍ଟଙ୍କୁ ଅବଗତ କରିବେ । ଯଦି ସେ ଏପରି ନ କରନ୍ତି ତେବେ ଏହାକୁ କୋର୍ଟ ଗୁରୁତର ସହ ନେବା ସହିତ ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ବିଚାର କରି ଥାନାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି।’’

ଏହି ବହୁଚର୍ଚ୍ଚିତ ମାମଲାର ଚାର୍ଜସିଟରୁ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାଁକୁ କାଟି ଦିଆଯିବାରୁ ଏହାର ପ୍ରତିବାଦ କରି ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ଦୁଇଟି ଆବେଦନ କରିଥିଲେ । ପ୍ରଥମ ଆବେଦନରେ ଏହି ମାମଲାର ପୁନଃ ତଦନ୍ତ କରିଥିଲେ । ଆଉ ଦ୍ବିତୀୟ ଆବେଦନରେ ଏହି ହତ୍ୟା ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ କଲ ଡିଟେଲ ରିପୋର୍ଟ ଯାଞ୍ଚ କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ରମାକାନ୍ତ । ଏହି ଦୁଇଟି ଆବେଦନର ଶୁଣାଣି କରି କୋର୍ଟ ପୂର୍ବରୁ ମାହାଙ୍ଗା ଥାନାଧିକାରୀଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରିଥିଲେ।

ବିଶେଷ କରି ଦ୍ବିତୀୟ ମାମଲାର ଶୁଣାଣି କରି କୋର୍ଟ ଏହି ମାମଲାର ତଦନ୍ତ କରୁଥିବା ମାହାଙ୍ଗା ଥାନାଧିକାରୀ ମାନସ ରଞ୍ଜନ ନାୟକଙ୍କୁ ନଭେମ୍ବର ୨୫ ତାରିଖରେ ହତ୍ୟା ମାମଲାର ଅଭିଯୁକ୍ତଙ୍କ ସିଡିଆର ସଂଗ୍ରହ ଓ ଏହାକୁ ସଂରକ୍ଷିତ କରି ରଖିବା ଓ କେସ ଡାଏରୀ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାହାଙ୍ଗା ଥାନାଧିକାରୀ ଗତ ୨୫ ତାରିଖ ଦିନ କୋର୍ଟରେ ଏକ ଟାଇମ ପିଟିସନ ଦାଖଲ କରି ସମୟ ନେଇଥିଲେ । ଏହା ପରେ କୋର୍ଟ ଥାନାଧିକାରୀଙ୍କୁ ପୁଣି ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ।

ହେଲେ ଗତ ନଭେମ୍ବର ୨୯ ତାରିଖ ମାହାଙ୍ଗା ଥାନାଧିକାରୀ ଫୁଣି ଏକ ଟାଇମ ପିଟିସନ ଦାଖଲ କରି କୋର୍ଟଙ୍କ ଠାରୁ ଅଧିକ ସମୟ ମାଗିଥିଲେ । ଏହି ଟାଇମ ପିଟିସନର ଶୁଣାଣି କରି କୋର୍ଟ ମାହାଙ୍ଗା ଥାନାଧିକାରୀଙ୍କୁ ଡିସେମ୍ବର ୩ ତାରିଖ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଥାନାଧିକାରୀ ମାନସ ମହାନ୍ତି ସେଦିନ କୋର୍ଟରେ ହାଜର ହୋଇ ନଥିଲେ।
Published by:Lipina Das
First published:
)}