ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମାହାଙ୍ଗା ଡବଲ ମର୍ଡର ଘଟଣା; ୩ ଜଣଙ୍କ ସିଡିଆର ସଂଗ୍ରହ ପାଇଁ ଜେ.ଏମ.ଏଫ.ସି କୋର୍ଟଙ୍କ ନିର୍ଦ୍ଦେଶ

ମାହାଙ୍ଗା ଡବଲ ମର୍ଡର ଘଟଣା; ୩ ଜଣଙ୍କ ସିଡିଆର ସଂଗ୍ରହ ପାଇଁ ଜେ.ଏମ.ଏଫ.ସି କୋର୍ଟଙ୍କ ନିର୍ଦ୍ଦେଶ

ମାହାଙ୍ଗା ଡବଲ ମର୍ଡର ଘଟଣାର ସମସ୍ତ ଅଭିଯୁକ୍ତ ଓ ମାମଲା ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କ ଡିସେମ୍ବର ମାସରୁ ଫେବୃଆରି ମାସ ପର୍ଯ୍ୟନ୍ତର ସିଡିଆରକୁ ସଂଗ୍ରହ କରିବା ଓ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ କୋର୍ଟ ମାହାଙ୍ଗା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମାହାଙ୍ଗା ଡବଲ ମର୍ଡର ଘଟଣା; ୩ ଜଣଙ୍କ ସିଡିଆର ସଂଗ୍ରହ ପାଇଁ ଜେ.ଏମ.ଏଫ.ସି କୋର୍ଟଙ୍କ ନିର୍ଦ୍ଦେଶ
ମାହାଙ୍ଗା ଡବଲ ମର୍ଡର ଘଟଣା
  • News18 Odia
  • Last Updated: November 22, 2021, 3:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜିଛି ନୂଆ ମୋଡ଼ । ମୃତ ବିଜେପି ନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ପକ୍ଷରୁ ଦାୟର ହୋଇଥିବା ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ସାଲେପୁର ଜେ.ଏମ.ଏଫ.ସି କୋର୍ଟ ଶନିବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ବାପି ବିଶ୍ବାଳଙ୍କର ଗତ ବର୍ଷ ଡିସେମ୍ବର ମାସରୁ ଫେବୃଆରି ମାସ ପର୍ଯ୍ୟନ୍ତ ମୋଟ ଦୁଇ ମାସର ସିଡିଆରକୁ ସଂଗ୍ରହ କରି ସେଗୁଡ଼ିକୁ ସଂରକ୍ଷିତ କରିବା ଓ ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବା ପାଇଁ ମଧ୍ୟ କୋର୍ଟ ମାହାଙ୍ଗା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କେବଳ ସେତିକି ନୁହେଁ ଏହି ମାମଲାର ସମସ୍ତ ଅଭିଯୁକ୍ତ ଓ ମାମଲା ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କ ଡିସେମ୍ବର ମାସରୁ ଫେବୃଆରି ମାସ ପର୍ଯ୍ୟନ୍ତର ସିଡିଆରକୁ ସଂଗ୍ରହ କରିବା ଓ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ କୋର୍ଟ ମାହାଙ୍ଗା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ଗତ ଅଗଷ୍ଟ ମାସ ୨୫ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ତଦନ୍ତ କରିବା ପାଇଁ ମାହାଙ୍ଗା ଥାନାଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଥାନାଧିକାରୀ ଏ ପର୍ଯ୍ୟନ୍ତ ସେହି ମାମଲାରେ କେସ ରୁଜୁ କିମ୍ବା ଆକ୍ସନ୍ ଟେକେନ୍ ରିପୋର୍ଟ କୋର୍ଟରେ ଦାଖଲ କରିନାହାଁନ୍ତି । ତେଣୁ ଏହି ହତ୍ୟା ମାମଲା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କର ସିଡିଆର ସଂଗ୍ରହ ସହ ତାକୁ ସଂରକ୍ଷିତ କରି ରଖିବା ପାଇଁ ତୁରନ୍ତ ପଦକ୍ଷେଗ ଗ୍ରହଣ କରିବା ଓ ଆସନ୍ତା ୨୫ ତାରିଖ ସୁଦ୍ଧା ଏନେଇ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବା ପାଇଁ କୋର୍ଟ ମାହାଙ୍ଗା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଏହି ମାମଲାର ଏକ ଅପ-ଟୁ-ଡେଟ୍ କେସ ରୁଜୁ ଦାଖଲ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାହାଙ୍ଗା ଡବଲ ମର୍ଡର ଘଟଣା


ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କୁମାର କାନୁନଗୋ କହିଛନ୍ତି, "ପ୍ରଫୁଲ୍ଲ ବିଶ୍ବାଳ ମରିବାର ପୂର୍ବରୁ ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ କରି କହିଥିଲା ଯେ ମୋ ପରିବାର ତୋତେ ଲାଗିଲା ଓ ମୋର ମରିଯିବାର ସମ୍ଭାବନା ଅଛି । ସେ ନିଜ ପୁଅକୁ ମଧ୍ୟ ଫୋନ କରିଥିଲା । କେବଳ ସେତିକି ନୁହେଁ ବିଭିନ୍ନ ଲୋକଙ୍କୁ ଫୋନ କରି ଏହି ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲା । ପ୍ରଫୁଲ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ବାପି ବିଶ୍ବାଳଙ୍କ ସହ ଫୋନରେ କଥା ହୋଇଥିବା ରେକର୍ଡ ମଧ୍ୟ ରହିଛି । ତେଣୁ ରମାକାନ୍ତ ବରାଳ ଏହି ତିନି ଜଣଙ୍କ ସିଡିଆର କଲ ଫର୍ କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ । ତେବେ ଏହି ଦୁଇ ମାସର ସିଡିଆର ସଂଗ୍ରହ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ଭିତରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଆସୁଛି ନା ନାହିଁ ତାହା ପୋଲିସ କହିବ ।"

ଗତ ଜାନୁୀଆରି ୨ ତାରିଖ ରାତିରେ ବିଜେପି ନେତା କୂଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟଶଙ୍କର ବରାଳ ଏକ ବାଇକ ଯୋଗେ ନୃତ୍ୟାଙ୍ଗ ସ୍ଥିତ ନିଜ ଘରକୁ ଆସୁଥିବା ବେଳେ ଘର ଠାରୁ ଏକ ନିଛାଟିଆ ରାସ୍ତାରେ ଉଭୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ କରି ଗତ ୩ ତାରିଖ ଦିନ କୂଳମଣୀଙ୍କ ପୁଅ ରମାକାନ୍ତ ବିଶ୍ବାଳ ମାହାଙ୍ଗା ଥାନାରେ ଏକ ମାମଲା ଦାୟର କରିଥିଲେ । ଏହି ଏତଲାରେ ପ୍ରଥମ ଅଭିଯୁକ୍ତ ଭାବେ ପ୍ରଫୁଲ୍ଲ ବିଶ୍ବାଳ ଓ ଶେଷ ଅଭିଯୁକ୍ତ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦର୍ଶାଇ ମୋଟ ୧୩ ଜଣଙ୍କ ନାଁରେ ଏତଲା କରିଥିଲେ ।

ତେବେ ଏତଲା ପାଇବା ପରେ ବିଭିନ୍ନ ପର୍ଯ୍ୟାୟ ପୋଲିସ ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ପରେ ପୋଲିସ ରେକର୍ଡରେ ଫୋରାର ଥିବା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ ଦେହ ଟାଙ୍ଗୀ ନିକଟ ଜାତୀୟ ରାଜପଥ କଡ଼ରୁ ମିଳିଥିଲା । ଏକ ଅଜଣା ଗାଡ଼ି ଧକ୍କାରେ ପ୍ରଫୁଲ୍ଲଙ୍କ ମୃତ୍ୟ ଘଟିଛି ଓ ତାଙ୍କ ପାଖରୁ ଏକ ବିନା ସିମ୍ ଥିବା ମୋବାଇଲ ଫୋନ ମଳିଥିବା ନେଇ ପୋଲିସ ପକ୍ଷରୁ ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ମାହାଙ୍ଗା ଥାନା ପୋଲିସ ଏତଲାରେ ଥିବା ୧୩ ଜଣଙ୍କ ମଧ୍ୟରୁ ଫେରାର ଅଭିଯୁକ୍ତ ପ୍ରଫୁଲ ମୃତ ଓ ମନ୍ତ୍ରୀ ପ୍ରତାପ ଜେନା ଏହି ହତ୍ୟା ମାମଲାରେ ସମ୍ପୃକ୍ତ ନଥିବା ଦର୍ଶାଇ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ଏହା ପରେ ବିଜେପି ନେତା ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେ.ଏମ.ଏଫ.ସି. କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ଚାର୍ଜସିଟରୁ ବାଦ ଦିଆଯିବା ଘଟଣାର ପ୍ରତିବାଦ ସ୍ବରୂପ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଓ ପ୍ରଫୁଲ୍ଲ ବିଶ୍ବାଳ ସହ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ବାପି ବିଶ୍ବାଳଙ୍କର ଫୋନ କଲ ଯାଞ୍ଚ ପାଇଁ କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ । ଏହି ମାମଲା ଶୁଣାଣି କରି ଗତ ଅଗଷ୍ଟ ୨୫ ତାରିଖ ଦିନ କୋର୍ଟ ଏହି ମାମଲାର ପରବର୍ତ୍ତୀ ତଦନ୍ତ କରିବା ପାଇଁ ମାହାଙ୍ଗା ଥାନାଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
Published by: Lipina Das
First published: November 22, 2021, 3:49 PM IST