ବନ୍ୟା ପାଇଁ ଓଡ଼ିଶାକୁ ଦାୟୀ କଲା ଛତିଶଗଡ; ମହାନଦୀକୁ ନେଇ ତେଜିଲା ରାଜନୈତିକ ବିବାଦ

ବନ୍ୟା ସ୍ଥିତି ନେଇ ଓଡ଼ିଶା ଦାୟୀ ବୋଲି ଛତିଶଗଡ଼ ଅଭିଯୋଗ କରିଛି । ଛତିଶଗଡ ହୀରାକୁଦରୁ ଗେଟ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛି । ଯାହାକୁ ନେଇ ଓଡ଼ିଶାରେ ଏବେ ଜୋର ଧରିଛି ରାଜନୀତି ।

Mahanadi Politics; ମହାନଦୀ ଜଳକୁ ନେଇ ତେଜିଲା ରାଜନୈତିକ ବିବାଦ

Mahanadi Politics; ମହାନଦୀ ଜଳକୁ ନେଇ ତେଜିଲା ରାଜନୈତିକ ବିବାଦ

  • Share this:
News 18 Odia Digital

ଭୁବନେଶ୍ୱର; ମହନଦୀ ପ୍ରସଂଗକୁ ନେଇ ଓଡ଼ିଶାରେ ଜୋର ଧରିଛି ରାଜନୀତି । ବନ୍ୟା ସ୍ଥିତି ନେଇ ଓଡ଼ିଶା ଦାୟୀ ବୋଲି ଛତିଶଗଡ଼ ଅଭିଯୋଗ କରିଛି । ଛତିଶଗଡ ହୀରାକୁଦରୁ ଗେଟ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛି । ଯାହାକୁ ନେଇ ଓଡ଼ିଶାରେ ଏବେ ଜୋର ଧରିଛି ରାଜନୀତି । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଛତିଶଗଡ଼ ପ୍ରସଂଗରେ ସିଧାସଳଖ ଆଟାକ କରିଛନ୍ତି । ପାଣି ଆସି ଘର ବୁଡିଲାଣି, ଆଲୋଚନା କଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି ।



୨୦୧୬ ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ସେତେବେଳେ ସହମତିକୁ ଅଣଦେଖା କଲେ ରମଣ ସିଂ । ମହାନଦୀ ଶୁଖିଥିବା ସମୟରେ ପାଣି ମାଗିଲୁ ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ କାମ ରୋକିଲେନି । ଏବେ ଭୂପେଶ ବାଘେଲ ସରକାର ଆସି ବି କିଛି ପରିବର୍ତ୍ତନ କରିନାହାନ୍ତି । ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ ପାଣି ଛାଡୁଛି । ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଯେ ବର୍ଷକ ଦୁଇ ଥର ବୈଠକ ହେବା କଥା କିନ୍ତୁ ଛତିଶଗଡ ଆସୁନି । ଏହା ନିନ୍ଦନୀୟ କଥା । ଅଫିସର ସ୍ତରୀୟ ଆଲୋଚନା କରନ୍ତୁ ଓ କେତେ ପାଣି ଛାଡିବେ ଜଣାନ୍ତୁ । ଆପୋଷ ଆଲୋଚନା ହିଁ ଆବଶ୍ୟକ । ମହାନଦୀ ବଞ୍ଚିବାକୁ ଯାହା ଦରକାର ତାହା କରାଯିବ ବୋଲି ବିଜେଡି କହିଛି ।

ସେପଟେ ଛତିଶଗଡ଼ର ବୟାନ ଦୁର୍ଭାଗ୍ୟଜନକ ବୋଲ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଗତ ମେ ମାସରେ ମହାନଦୀ ଶୁଖିଲା ପଡ଼ିଥିବାବେଳେ ଛତିଶଗଡ ସରକାର ପାଣି ଛାଡୁ ନଥିଲେ । ତାହାକୁ ବିଜେପି ନିନ୍ଦା କରୁଥିଲା । ଏବେର ଛତିଶଗଡ ସରକାରଙ୍କ ବ୍ୟବହାରକୁ ବିଜେପି ନିନ୍ଦା କରୁଛି । ରାଜ୍ୟ ସରକାର ଏବଂ ତାଙ୍କ ଜଳସେଚନ ବିଭାଗକୁ ଚେତାବନୀ ଦେଉଛୁ ଘର ପୋଡିବ ମୂଷା କେଂଚିଏ ପାଇବ । ଏ ନୀତି ଅବଲମ୍ବନ କରି ଯେଉଁ ବନ୍ୟା ଦେଖା ଦେଇଛି ତାର ସମାଧାନ କରନ୍ତୁ ରାଜ୍ୟ ସରକାର । ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ । ସମସ୍ୟା ତ ରହିବ, କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର ସମାଧାନ କରନ୍ତୁ ବୋଲି ସମୀର କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ । ଛତିଶଗଡ଼ ମଧ୍ୟ ପାଣି ଛାଡିଲା ନାହିଁ । ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବନ୍ଧ ନିର୍ମାଣ କରି ଚାଲିଛି । ଉପରମୁଣ୍ଡରେ ବନ୍ଧ ବାନ୍ଧିବା ଯୋଗୁଁ ମହାନଦୀ ଅଧିକାଂଶ ସମୟରେ ଶୁଖିଲା ରହୁଛି । ଯାହାର ପ୍ରତିକୂଳ ପ୍ରଭାବ ଓଡ଼ିଶାର ଚାଷୀକୁଳଙ୍କ ଉପରେ ପଡୁଛି । କିନ୍ତୁ ସେତେବେଳକୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ । ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ମୁଖ୍ୟଯନ୍ତ୍ରୀ ସମସ୍ତେ ନିରବ ରହିଲେ । ବର୍ତ୍ତମାନ ଛତିଶଗଡ଼ ବନ୍ୟାରେ ଉବୁଟୁବୁ । ଏପରି ସମୟରେ ଓଡ଼ିଶାକୁ ଛତିଶଗଡ଼ ଅନୁରୋଧ କରୁଛି ହୀରାକୁଦରୁ ପାଣି ଛାଡିବା ପାଇଁ । ମହାନଦୀ ଯେତେବେଳେ ଶୁଖିଲା ପଡ଼ିଥିଲା। ଛତିଶଗଡ଼ ଓଡ଼ିଶାର ଅନୁରୋଧ ସେତେବେଳେ ଶୁଣି ନଥିଲା । ତେଣୁ ଓଡ଼ିଶା ସରକାର ମଧ୍ୟ ଏବେ ତାଙ୍କ ଅନୁରୋଧ ଶୁଣନ୍ତୁ ନାହିଁ ସୁର କହିଛନ୍ତି ।
Published by:Soubhagya Mishra
First published: