ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜି ମହାଳୟା: ଶ୍ରଦ୍ଧାଳୁଙ୍କୁ ବିନ୍ଦୁ ସାଗର ମନା; BMCର କଡ଼ା ନିୟମରେ କେହି କରିପାରିନାହାଁନ୍ତି ତିଳ ତର୍ପଣ

ଆଜି ମହାଳୟା: ଶ୍ରଦ୍ଧାଳୁଙ୍କୁ ବିନ୍ଦୁ ସାଗର ମନା; BMCର କଡ଼ା ନିୟମରେ କେହି କରିପାରିନାହାଁନ୍ତି ତିଳ ତର୍ପଣ

ପୋଲିସ ମୁତୟନ କରାଯାଇ ଲୋକଙ୍କୁ ଗହଳି ନକରିବାକୁ ତାଗିଦ କରାଯାଉଛି। ତଥାପି ପରମ୍ପରା ରକ୍ଷା କରିବାକୁ ଯାଇ ରାସ୍ତାଘାଟରେ ଲୋକେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି।

ଆଜି ମହାଳୟା: ଶ୍ରଦ୍ଧାଳୁଙ୍କୁ ବିନ୍ଦୁ ସାଗର ମନା; BMCର କଡ଼ା ନିୟମରେ କେହି କରିପାରିନାହାଁନ୍ତି ତିଳ ତର୍ପଣ
ମହାଳୟାରେ ଶ୍ରଦ୍ଧାଳୁଙ୍କୁ ବିନ୍ଦୁ ସାଗର ମନା
  • News18 Odia
  • Last Updated: October 6, 2021, 4:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଜି ମହାଳୟା ଅମାବାସ୍ୟା। ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ଶ୍ରାଦ୍ଧ ଅର୍ପଣ କରାଯାଏ। ୧୫ ଦିନ ଧରି ଲୋକେ ପିତୃପୁରୁଷଙ୍କୁ ମନେ ପକାଇ ଶ୍ରଦ୍ଧାର ସହକାରେ ଶ୍ରାଦ୍ଧ ବାଢ଼ିଥାନ୍ତି। ଆଉ ଏହାର ଶେଷ ଦିନକୁ ମହାଳୟା ଶ୍ରାଦ୍ଧ ବୋଲି କୁହାଯାଏ। ତେବେ ପୁଣ୍ୟ ପୁଷ୍କରିଣୀ ବିନ୍ଦୁ ସାଗର କୂଳରରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୁଅନ୍ତି, ଆତ୍ମା ଶାନ୍ତି ହୁଏ। ଏଭଳି କିଛି ବିଶ୍ୱାସ ନେଇ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିର ନିକଟରେ ଭିଡ଼ ଲଗାନ୍ତି। ହେଲେ ଏଥର ଚିତ୍ର ସମ୍ପୂର୍ଣ ଭିନ୍ନ। କୋଭିଡ କଟକଣା ପରେ ଖାଁ ଖାଁ ହୋଇଛି ପରିବେଶ। ନା ଅଛନ୍ତି ଶ୍ରଦ୍ଧାଳୁ ନା ହେଉଛି ତିଳ ତର୍ପଣ। ତେବେ ସଂକ୍ରମଣ ଆଶଙ୍କା ଦୃଷ୍ଟିରେ ରଖି ବିନ୍ଦୁ ସାଗରରେ ଶ୍ରାଦ୍ଧକୁ ବାରଣ କରାଯାଇଛି।

ପୋଲିସ ମୁତୟନ କରାଯାଇ ଲୋକଙ୍କୁ ଗହଳି ନକରିବାକୁ ତାଗିଦ କରାଯାଉଛି। ତଥାପି ପରମ୍ପରା ରକ୍ଷା କରିବାକୁ ଯାଇ ରାସ୍ତାଘାଟରେ ଲୋକେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି। ଏପରିକି ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇବାରୁ କିଏ ପିଣ୍ଡଦାନ କରିପାରିନି ତ ଆଉ କିଏ ତରବରିଆ ଭାବେ ଶ୍ରାଦ୍ଧ କରି ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି।

ଯାହା ଦ୍ବାରା ବିନ୍ଦୁସାଗର ଆଖପାଖ ଅଞ୍ଚଳରେ କୌତୁହଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଏହାକୁ ନେଇ ବ୍ରାହ୍ମଣ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆଜି ମହାଳୟା ଅମାବାସ୍ୟା


"ରାତି ଅଧିଆ ବି.ଏମ.ସି. ନୋଟିସ ଜାରି କରି ଆମକୁ ହଇରାଣ କରୁଛି। ଗାଇଡଲାଇନ କରି ନିୟମ ରକ୍ଷା କରି ପିଣ୍ଡଦାନ କରିବାକୁ ଅର୍ଡର କରିଥାନ୍ତେ। ହେଲେ ସମ୍ପୂର୍ଣ ବନ୍ଦ କରିଦେବା ସମସ୍ତଙ୍କୁ ଆଘାତ ଦେଇଛି,’’ କହିଛନ୍ତି ପୂଜକ ପ୍ରଶାନ୍ତ କୁମାର ମିଶ୍ର।

ଏଭଳି ଏକ ନୋଟିସ ଆସିଛି ଆଉ ବିନ୍ଦୁ ସାଗର କୂଳରେ ଶ୍ରାଦ୍ଧ ପଡ଼ିବନାହିଁ ବୋଲି ଆମେ ଜାଣି ନଥିଲୁ। ଏବେ ସକାଳୁ ଆସି ଦେଖୁ ତ ସବୁ ମନା। ଫେରିଯାଉଛୁ, ଘରେ ଯାଇ ଏବେ ଆୟୋଜନ କରିବାକୁ ହେବ ବୋଲି କହିଛନ୍ତି ଶ୍ରଦ୍ଧାଳୁ ନୃସିଂହ ପଟ୍ଟନାୟକ ।

ଏହି ଭଳି ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ମା' ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଲାଗି କରାଯାଇଥାଏ । ଯେଉଁଥି ପାଇଁ ଏହାକୁ ଖଡି ଚଢା ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଥାଏ । ମହାଳୟା ତଥା ଖଡ଼ି ଚଢ଼ା ଅମାବାସ୍ୟା ପରେ ମା’ଙ୍କ ଆଗମନର ପ୍ରସ୍ତୁତିକୁ ସମସ୍ତେ ଜୋରଦାର କରିଥାନ୍ତି । ମା’ ଦୁର୍ଗା ପୂର୍ଣ୍ଣିମା ଦିନ ଶାନ୍ତ ସ୍ବଭାବରେ ରହିଥିବା ବେଳେ ଆମାବସ୍ୟାରେ ମା’ ରାଗିଥାନ୍ତି । ତେଣୁ ମା’ଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଉପରେ ଖଡ଼ି ଲାଗି କରାଯାଇଥାଏ । ମା’ଙ୍କର ଏହି ପରମ୍ପରା କେଉଁ ଆଦିମ କାଳରୁ ରହିଥିବା ପୌରାଣିକ ତଥ୍ୟ ଆଧାରରେ ମା’ଙ୍କର ଏସବୁ ବିଧି କରାଯାଇଥାଏ । ତେବେ ଖଡି ଚଢ଼ା ଅମାବାସ୍ୟାରେ ଖଡି ଲାଗି ହେବା ପରେ ଦଶହରା ମାହୋଲ ଅଧିକ ସରଗରମ ହେବା ସହ ପୂଜା କମିଟି ଅଧିକ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି। ଆଜି ପିଠରେ ମା'ଙ୍କ ପୁଜାର୍ଚ୍ଚନା ଆରମ୍ଭ ହେଉଥିବା ବେଳେ ମଣ୍ଡପରେ ଖଡ଼ି ଲାଗି ସହ ମୂର୍ତ୍ତିକୁ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଥାଏ।

BMCର କଡ଼ା ନିୟମରେ କେହି କରିପାରିନାହାଁନ୍ତି ତିଳ ତର୍ପଣ


"ଆଜି ଖଡ଼ି ଲାଗି ଅମାବାସ୍ୟା । ପବିତ୍ର ମହାଳୟାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଦିଆ ହେବା ପରେ ରଙ୍ଗ କାମ ଆରମ୍ଭ ହୁଏ। ଆଜିଠୁ ପୂଜା ମାହୋଲ ଆଉରି ଜମି ଉଠେ, ଷଷ୍ଠୀ ପାଇଁ ଆଉ ଟିକେ ଜୋର ଧରେ ଆୟୋଜନ,’’ ସଭାପତି, ନୟାପଲ୍ଲୀ ପୂଜା କମିଟି ପବିତ୍ର ମୋହନ ବେହେରା କହିଛନ୍ତି।

ଆରମ୍ଭ ହେଲା ପୂଜା କାଉଣ୍ଟ ଡାଉନ। ରାତିରୁ ଆରମ୍ଭ ହେବ ମା'ଙ୍କ ନବରାତ୍ରୀ ପୂଜା। ଅପେକ୍ଷା ଷଷ୍ଠୀକୁ।
Published by: Lipina Das
First published: October 6, 2021, 4:41 PM IST