ମହାଳୟା ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥିଲା

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠରେ ମହାଳୟା ପାଇଁ ବେଶ ଭିଡ଼ ଜମିଥାଏ। କାରଣ ଏଦି ଦିନରେ ମା' ସମଲେଶ୍ବରୀ ସବୁ ଦିନିଆ ରଙ୍ଗ ଲାଲ ପରିବର୍ତ୍ତେ ଶ୍ବେତ ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

 ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥିଲା

ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥିଲା

  • Share this:
News18 Odia Digital

ସମ୍ବଲପୁର: ବୁଧବାର ପିତୃପକ୍ଷ ପାଳନର ଅନ୍ତିମ ଦିନ ମହାଳୟା ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶକୁ ଗଙ୍ଗା ଦର୍ଶନ ବେଶ ବୋଲି ମଧ୍ୟ କହାଯାଏ । ମହାଳୟା ଦିନ ମା'ଙ୍କୁ ଗଙ୍ଗା ଦର୍ଶନ ବା ଧବଳମୁଖୀ ବେଶରେ ଦର୍ଶନ କଲେ ପିତୃପୁରୁଷ ଶାନ୍ତିରେ ରହିଥାନ୍ତି ବୋଲି ବିଶ୍ବାସ ରହିଛି ।

ଏଥି ପାଇଁ ବୁଧବାର ସକାଳୁ ମା'ଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରରୁ ହଜାର ହଜାର ଭକ୍ତଙ୍କ ଭିଡ଼ ମନ୍ଦିରରେ ଲାଗିଥିଲା । ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା' ସମଲେଶ୍ବରୀ ବୁଧବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ । ଆଶ୍ବିନ ମାସ କୃଷ୍ଣପକ୍ଷର ବୁଧବାର ହେଉଛି ଅନ୍ତିମ ଦିନ ଥିଲା । ୧୫ ଦିନ ଧରି ପାଳନ ହେଉଥିବା ପିତୃପକ୍ଷକୁ ସମାପନ କରିବାର ଦିନ ଥିଲା ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠରେ ମହାଳୟା ପାଇଁ ବେଶ ଭିଡ଼ ଜମିଥାଏ। କାରଣ ଏଦି ଦିନରେ ମା' ସମଲେଶ୍ବରୀ ସବୁ ଦିନିଆ ରଙ୍ଗ ଲାଲ ପରିବର୍ତ୍ତେ ଶ୍ବେତ ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଏହି ବେଶକୁ ମା'ଙ୍କର ଧବଳମୁଖୀ ବେଶ ବୋଲି କୁହାଯାଇଥାଏ । ମହାଳୟା ଦିନ ପିତୃପକ୍ଷର ଅନ୍ତିମ ଦିନରେ ମା'ଙ୍କୁ ଏହି ବେଶରେ ଦର୍ଶନ କଲେ ପିତୃପୁରୁଷ ଶାନ୍ତିରେ ରହିଥାନ୍ତି ବୋଲି ବିଶ୍ବାସ ରହିଛି ।

‘‘ଯେଉଁମାନେ ପିତୃପୁରୁଷ ଉଦ୍ଦେଶ୍ୟରେ ପିଣ୍ଡଦାନ ଗଙ୍ଗାରେ କରି ପାରିନଥାନ୍ତି ତାଙ୍କ ପାଇଁ ମହର ଦିନରେ ମାଟଙ୍କୁ ଧବଳମୁଖୀ ବେଶରେ ଦର୍ଶନ ସେହି ପୁଣ୍ୟ ଦେଇଥାଏ । ତେଣୁ କରି ମାଟଙ୍କର ଏହି ବେଶକୁ ଗଙ୍ଗା ଦର୍ଶନ ବେଶ କୁହାଯାଏ,’’ କହିଥିଲେ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ।

ମା'ଙ୍କ ଠାରେ ମହାଳୟାରେ ସ୍ବତନ୍ତ୍ର ଭାବେ ଗୁଡ଼ ବରା ଭୋଗ ଲାଗି ହୋଇଥାଏ ବୋଲି ସମଲେଶ୍ବରୀ ମନ୍ଦିରର ପୂଜକ ସଗନ ରାୟ କହିଛନ୍ତି । ମାଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରରୁ ହଜାର ହଜାର ଭକ୍ତ ମନ୍ଦିରରେ ଭିଡ଼ ଲଗିଥାଏ। ଘଣ୍ଟାଘଣ୍ଟା ଲମ୍ବା ଲାଇନରେ ରହି ସେମାନେ ମା'ଙ୍କର ଦର୍ଶନ କରନ୍ତି । ବର୍ଷ ତମାମ ମା' ଗୋଟିଏ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟାରେ ଶୁଭ୍ର ବେଶରେ ଦର୍ଶନ ଦେଉଥିବାରୁ ମା'ଙ୍କର ଏହି ଶାନ୍ତ ସୌମ୍ୟ ବେଶକୁ ଦଖିବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ବେଶ ଉତ୍ସୁକତା । ମା'ଙ୍କର ଏହି ଧବଳମୁଖୀ ବେଶକୁ ମହା ସରସ୍ବତୀ ବେଶ ମଧ୍ୟ କୁହାଯାଇଥାଏ । ମା'ଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ବିଦ୍ୟାର୍ଥୀମାନଙ୍କ ଭିଡ଼ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥିଲା ।

ମା'ଙ୍କର ଏହି ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିରହିଥିଲା । ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାରେ ମା'ଙ୍କୁ ଦର୍ଶନ କରିବେ ସେଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଥିଲେ । କୋଭିଡ ନିୟମ ପାଳନ ପୂର୍ବକ ପ୍ରବେଶ ଦ୍ବାରରେ ସାନିଟାଇଜିଂ କରି ମାସ୍କ ପରିଧାନ କରିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ସୁଯୋଗ ଦିଆଯାଇଥିଲା। ଶନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିରରେ ପେଲିସ ମୁତୟନ କରାଯାଇଥିଲା ।
Published by:Lipina Das
First published: