ଦ୍ୱିତୀୟଥର ପାଇଁ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲ

୫ ବର୍ଷ କାଳ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ଭାର ସମ୍ଭାଳିବା ପରେ ମହାଦେବ ପ୍ରସାଦ ଜୟସୱାଲଙ୍କୁ  ପୁଣି ଦ୍ୱିତୀୟ ଥର ଆଉ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

ଦ୍ୱିତୀୟଥର ପାଇଁ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲ

ଦ୍ୱିତୀୟଥର ପାଇଁ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲ

  • Share this:
News 18 Odia Digital

ସମ୍ୱଲପୁର; ୫ ବର୍ଷ କାଳ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ଭାର ସମ୍ଭାଳିବା ପରେ ମହାଦେବ ପ୍ରସାଦ ଜୟସୱାଲଙ୍କୁ  ପୁଣି ଦ୍ୱିତୀୟ ଥର ଆଉ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନୂଆ ନିଯୁକ୍ତି ହେବା ପରେ ଆଜି ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି  ।

ଆଇଆଇଏମ ସମ୍ବଲପୁର କିପରି ଖୁବ ଶୀଘ୍ର ଦେଶର ଶ୍ରେଷ୍ଠ ୧୦ ଟି ଆଇଆଇଏମ ଭିତରେ ସ୍ଥାନ ପାଇବ ସେନେଇ ସକଂଳ୍ପବଦ୍ଧ ବୋଲି କହିଛନ୍ତି ମହାଦେବ ପ୍ରସାଦ ।  ସେହିପରି ଆଇଆଇଏମର ଭିତ୍ତିଭୂମୀ ବିକାଶ ଓ ନୂଆ କୋର୍ଷ ପ୍ରଚଳନ, ଜନ ସହଭାଗିତା ଓ ଗଣାତ୍ମକ ଶିକ୍ଷା ବିକାଶ ଉପରେ ସେ ଗୁରୁତ୍ତ୍ବ ଦେବେ ବୋଲି କହିଛନ୍ତି । ଏହା ସହ ପଶ୍ଚିମ ଓଡିଶାର ବୁଣାକାର ମାନଙ୍କ ଉତ୍ପାଦିତ ହସ୍ତତନ୍ତ୍ର ସାମଗ୍ରୀର ଆର୍ନ୍ତଯାତିକ ସ୍ଥରରେ ଇ-କମର୍ସ ଜରିଆରେ ବିକ୍ରିବଟା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମକୁ ଅଧିକ ଗତିଶୀଳ କରାଯିବ ବୋଲି ସେ କହିଛନ୍ତି । ‘‘ ଆଗକୁ ସ୍ଥାନୀୟ ଅଞ୍ଚଳର କୃଷକ , ବାଉଁଶ କାରିଗର, ହସ୍ତଶିଳ୍ପୀ, ବୁଣାକାର ଓ ନୂଆ ଶୀଳ୍ପିଗୁରୁମାନଙ୍କୁ ସାଙ୍ଗରେ ନେଇ ଆଇଆଇଏମ ଆଗକୁ ବଢିବ ବୋଲି ପ୍ରଫେସର ଜସୱାଲ କହିଛନ୍ତି । ’’ ତେବେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୋଠାରେ ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସ ଥିବା ବେଳେ ଖୁବ ଶୀଘ୍ର ନିଜସ୍ବ କ୍ୟାମ୍ପସରେ କ୍ଲାସ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ବସନ୍ତପୁର ଠାରେ ଚାଲିଥିବା ନିଜସ୍ବ କ୍ୟାମ୍ପସରେ ଆଇଆଇଏମ କାର୍ଯ୍ୟ କରିବ । ଆଇଆଇଏମ ସମ୍ବଲପୁର ପ୍ରଥମେ ଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଙ୍ଗ କଲେଜରେ ଆରମ୍ଭ ହୋଇଥିଲା । ପରେ ସେଠାରୁ ସ୍ଥାନାନ୍ତର ହୋଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟକୁ ଆସିଥିଲା । ପ୍ରଫେସର ମହେଦେବ ଜୟସୱାଲଙ୍କୁ ସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆ ଯାଇଥିଲା । ସେ ତାଙ୍କ କାର୍ଯ୍ୟକାଳ ଭିତରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ବିଶେଷ କରି କୋଭିଡ ସମୟରେ ଅଫଲାଇନରେ ପାଠ ପଢା ବନ୍ଦ ଥିବା ବେଳେ ଏକ ସ୍ୱତନ୍ତ୍ର ଆପ୍ଲିକେସ୍‌ନର ବିକାଶ କରାଇ ପରିକ୍ଷା ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ ନିଜ ଘରେ ରହି ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିକ୍ଷା ଦେଇଥିଲେ । ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ହେବା ପରେ ପଶ୍ଚିମ ଓଡିଶାରେ ଉଚ୍ଚ ଶିକ୍ଷା ବିକାଶର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି ।
Published by:Soubhagya Mishra
First published: