୯୦ ଦିନ ରଖି ଖାଇହୁଏ ଏହି ପ୍ରସାଦ; ଇଏ ଲୋକନାଥଙ୍କ ଜାଗର ଭୋଗ, ୟାକୁ ରହଣୀ ଭୋଗ କହନ୍ତି

ସବୁଆଡ଼େ ଜାଗର ଗୋଟିଏ ଦିନ ହେଉଥିବା ବେଳେ ପୁରୀର ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀରୁ ପାଳିତ ହୁଏ ଜାଗର ଯାତ୍ରା । ଆଉ ଜାଗର ବେଳେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମଳିଥାଏ ସ୍ୱତନ୍ତ୍ର ରହଣୀ ଭୋଗ ।

୯୦ ଦିନ ରଖି ଖାଇହୁଏ ଏହି ପ୍ରସାଦ; ଇଏ ଲୋକନାଥଙ୍କ ଜାଗର ଭୋଗ, ୟାକୁ ରହଣୀ ଭୋଗ କହନ୍ତି
ରହଣୀ ଭୋଗ
  • News18 Odia
  • Last Updated: February 21, 2020, 9:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଇଏ ଏମିତି ଭୋଗ ଯାହାକୁ ଆପଣ ୯୦ ଦିନ ପର୍ଯ୍ୟନ୍ତ ଘରେ ରଖି ଖାଇ ପାରିବେ । ଏହା ସେ ପର୍ଯ୍ୟନ୍ତ ବାସି ହୋଇଯିବ ନାହିଁ । ତା’ର ସ୍ୱାଦ ଓ ପୌଷ୍ଟିକତା ସେମିତି ରହିଥିବ । ଏ ଭୋଗ ହେଉଛି ପୁରୀର ବାବା ଲୋକନାଥ ପାଖରେ ଲାଗୁଥିବା ରହଣୀ ଭୋଗ । ଦୀର୍ଘ ଦିନ ଧରି ଏହାକୁ ରଖି ଖାଇହୁଏ ବୋଲି ଏହାକୁ ରହଣୀ ଭୋଗ କହନ୍ତି ।

ସବୁ ଥର ପରି ଏ ଥର ବି ପଙ୍କୋଦ୍ଧାର ଏକାଦଶୀରୁ ମହାଶିବରାତ୍ରୀ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ପାଖରେ କରାଯାଇଛି ରହଣୀ ଭୋଗ । ପୁରୀ ଜିଲ୍ଲାର ପ୍ରତି ଶୈବ ପୀଠରେ ଲୋକନାଥଙ୍କ ନୀତି ଓ ପରମ୍ପରା ଅନୁଯାୟୀ କରାଯାଉଛି ଏହି ଭୋଗ । ଶୁଦ୍ଧପୁତ ଭାବେ ରହଣୀ ଭୋଗ ପ୍ରସ୍ତୁତ କରି ଜାଗର ସମୟରେ ଭୋଗ କରାଯାଏ । ଆଉ ତାକୁ ଘରକୁ ଆଣି ପ୍ରସାଦ ଭାବେ ନିଜେ ଖାଇବା ସହ ବନ୍ଧୁ ପରିଜନ ଓ ସମ୍ପର୍କୀୟଙ୍କୁ ବଣ୍ଟାଯିବାର ବିଧି ରହିଛି ।

ଖଜା, ଲଡୁ, ବଲ୍ଲଭ, ଲୁଣି ଖୁଡୁମା ଓ ମଗଜ ଲଡୁ ଆଦି ଦଶ ପ୍ରକାରର ଶୁଖିଲା ସୁସ୍ୱାଦୁ ଖାଦ୍ୟ ମିଶାଇ ତିଆରି କରାଯାଏ ବାବା ଲୋକନାଥଙ୍କ ରହଣୀ ଭୋଗ । ଶ୍ରୀକ୍ଷେତ୍ରର ଅନେକ ମହିମାଙ୍କ ଭିତରୁ ଏହି ରଣୀ ଭୋଗ ଅନ୍ୟତମ ।

‘‘ଶ୍ରୀମନ୍ଦିର ପରମ୍ପରା ହେଉ ବା ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି, ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ରହିଛି । ସବୁଆଡ଼େ ଜାଗର ଗୋଟିଏ ଦିନ ହେଉଥିବା ବେଳେ ପୁରୀର ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀରୁ ପାଳିତ ହୁଏ ଜାଗର ଯାତ୍ରା । ଆଉ ଜାଗର ବେଳେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମଳିଥାଏ ସ୍ୱତନ୍ତ୍ର ରହଣୀ ଭୋଗ । ପ୍ରତିଟି ସାହିରେ ଏହି ଭୋଗ ପ୍ରସ୍ତୁତ କରାଯାଏ । ବିଭିନ୍ନ ଶୈବ ପୀଠରେ ଓ ବିଭିନ୍ନ ଅନୁଷ୍ଠାନରେ ସ୍ୱତନ୍ତ୍ର କାରିଗରଙ୍କୁ ଡାକି ରହଣୀ ଭୋଗ ପ୍ରସ୍ତୁତ କରାଯାଏ । ଲୋକନାଥଙ୍କୁ ତାହା ଭୋଗ ଲଗେଇବା ପରେ ସମସ୍ତେ ପ୍ରସାଦ ରୂପେ ପାଇଥାନ୍ତି,’’ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ ।

ରହଣୀ ଭୋଗ ତିଆରି ହେଉଛି ।


ଜାଗର ସମୟରେ ରହଣୀ ଭୋଗର ରହିଛି ସ୍ୱତନ୍ତ୍ରତା । ରହଣୀ ଭୋଗରେ ଖଜା , ଲୁଣି ଖୁଡୁମା, ଗଜା, ବଲ୍ଲଭ ଓ ମଗଜ ଲଡୁ ଆଦି ଶୁଖିଲା ଓ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ମିଶାଯାଇଥାଏ । ‘‘ଏହି ଭୋଗକୁ ରଖି ରଖି ଖାଇବାକୁ ହୋଇଥାଏ । ଆଉ ଏହା ଦୀର୍ଘ ଦୀନ ଧରି ଘରେ ରଖି ଖାଇହୋଇଥାଏ । ପାଖାପାଖି ୯୦ ଦିନ ଏହାକୁ ରଖି ଖାଇ ହୁଏ । ସେଇଥି ପାଇଁ ଏହାର ନାମ ରହଣୀ ଭୋଗ ରଖାଯାଇଛି,’’ କହିଛନ୍ତି କୁମ୍ଭକାର ନିଯୋଗର ସମ୍ପାଦକ ମହେନ୍ଦ୍ର ବିଶୋଇ । ଏହି ଭୋଗ ହୋଇ ସାରିବା ପରେ ତାହାକୁ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କୁ ବଣ୍ଟାଯିବାର ପରମ୍ପରା ରହିଛି ।

‘‘ରହଣୀ ଭୋଗର ନାମ ପଛରେ ରହିଛି ଆଉ ଏକ କାରଣ । ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ବାବା ଲୋକନାଥ ଜାଗର ଦିନ ଶ୍ରୀମନ୍ଦିରରୁ ମଣି ବିମାନରେ ବାହାରି ଆସିବା ସହ ଲୋକନାଥ ମନ୍ଦିର ପହଞ୍ଚିବା ପର୍ଯ୍ୟନ୍ତ ବାଟରେ ପଙ୍କ୍ତି ଖାଇଥାନ୍ତି । ଆଉ ଏହି ପଙ୍କ୍ତି ଖାଇବା ପାଇଁ ସବୁ ଜାଗାରେ ରହି ରହି ଆସିଥାନ୍ତି । ତେଣୁ ପଙ୍କ୍ତିରେ ରହି ରହି ଆସୁଥିବା ସହ ଶୁଖିଲା ଭୋଗ ଦିଆଯାଉଥିବାରୁ ତାର ନାଁ ରହଣୀ ଭୋଗ ହୋଇଛି,’’ କହିଛନ୍ତି ଲୋକନାଥ ମନ୍ଦିର ଟ୍ରଷ୍ଟର ସମ୍ପାଦକ ସନ୍ତୋଷ ପଣ୍ଡା ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦକୁ ଯେଭଳି ନିର୍ମାଲ୍ୟ କରି ରଖି ରଖି ଗ୍ରହଣ କରାଯାଏ ସେହିଭଳି ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଲୋକନାଥଙ୍କ ରହଣୀ ଭୋଗକୁ ମଧ୍ୟ ଅନେକ ଦିନ ଯାଏ ରଖି ଖିଆଯାଏ  । ଶ୍ରୀକ୍ଷେତ୍ରରେ ଏହି ପ୍ରସାଦର ରହିଛି ବୈଶିଷ୍ଟ୍ୟ ।
First published: February 21, 2020, 9:37 PM IST
corona virus btn
corona virus btn
Loading