ମହାଶିବରାତ୍ରୀ: ଟିଭିରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଘରେ ଘରେ ପ୍ରଶଂସା ପାଇଥିଲେ

ଭଗବାନ ଶିବଙ୍କ ଚ଼ରିତ୍ର ଟିଭି ପରଦାରେ ଦମଦାର୍ ହୋଇ ଆମ ସାମନାକୁ ଆସେ । ଆଜି ମହାଶିବରାତ୍ରୀ ଅବସରରେ ଜାଣନ୍ତୁ ସେହି ସବୁ ଅଭିନେତାଙ୍କ ବିଷୟରେ ଯେଉଁମାନେ ଟିଭି ସିରିଅଲରେ ଭଗବାନ ଶିବଙ୍କ ଚ଼ରିତ୍ରରେ ସବୁ ଠୁଁ ଅଧିକ ପ୍ରଶଂସା ପାଇଛନ୍ତି ।

ମହାଶିବରାତ୍ରୀ: ଟିଭିରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଘରେ ଘରେ ପ୍ରଶଂସା ପାଇଥିଲେ
ଛୋଟ ପରଦାର ଶିବ: ଦାରା ସିଂ, ସନ୍ତୋଷ ଶୁକ୍ଳା, ସମର ଜୟ ସିଂହ
  • News18 Odia
  • Last Updated: February 21, 2020, 8:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜି ମହାଶିବରାତ୍ରୀ । ଆଜି ଭକ୍ତମାନେ ମନ୍ଦିରକୁ ଯାଇ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥାଏ । ଏହି ଅବସରରେ ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଟିଭିରେ ଭଗବାନ ଶିବଙ୍କ ଚ଼ରିତ୍ରରେ ସବୁ ଠୁ ଅଧିକ ପ୍ରସିଦ୍ଧି ଲାଭ କରିଥିବା କଳାକାରଙ୍କ ବିଷୟରେ ।

ଟିଭିର କଥା ଉଠିଲେ ଛୋଟ ପରଦାରେ ଧାର୍ମିକ ଶୋ’ଗୁଡ଼ିକର ସର୍ବଦା ଜବରଦସ୍ତ ଫ୍ୟାନ୍‌ ଫଲୋଇଂ ରହିଥିବା ଜଣାଯାଏ । ସେହି କାରଣରୁ ନିର୍ମାତାମାନେ ଅଲଗା ଅଲଗା ସମୟରେ ଭଗବାନ ଶିବଙ୍କ ସହ ଜଡ଼ିତ କାର୍ଯ୍ୟକ୍ରମକୁ ଦେଖାଇଆସିଛନ୍ତି । ଶିବଙ୍କ ଚ଼ରିତ୍ରରେ ଅଭିନୟ କରି ଇଣ୍ଡଷ୍ଟ୍ରିର କିଛି କଳାକାର ଘରେଘରେ ବହୁ ଜଣା-ଶୁଣା ଚ଼େହେରା ପାଲଟି ଯାଇଛନ୍ତି ।

ସେ ସମୟ ଦୂରଦର୍ଶନରେ ଥିଲା, ଯେତେବେଳେ ପୂରା ପରିବାର ଏକାଠି ବସି ଟିଭିରେ ‘ହର ହର ମହାଦେବ’ ଦେଖୁଥଲେ । ଏହି ଶୋ’ ସେ ସମୟର ସବୁ ଠୁ ଅଧିକ ଟି.ଆର୍‌.ପି. ପାଉଥିବା ଶୋ‘ ଥିଲା । ୧୯୭୪ର ଏହି ଶୋ’ରେ ଭଗବାନ ଶିବଙ୍କ ଚ଼ରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତା ଦାରା ସିଂହଙ୍କୁ । ଏହି ଶୋ’ ଯୋଗୁଁ ଦାରା ସିଂହ ଘରେ ଘରେ ଶିବ ଭାବେ ପ୍ରସିଦ୍ଧି ଲାଭ କରିଥିଲେ ।

ଶିବଙ୍କ ଚ଼ରିତ୍ରକୁ ନିଭାଇ ଅଭିନେତା ସନ୍ତୋଷ ଶୁକ୍ଳା ବି ବହୁ ପ୍ରସିଦ୍ଧି ଲାଭ କରିଥିଲେ । ସେ ‘ଜୟ ଜୟ ଶିବ ଶଙ୍କର’ରେ ଶିବ ରୂପରେ ଦେଖାଯାଇଥିଲେ । ଏହି ଟିଭି ଶୋ’ ମଧ୍ୟ ଏକ ସମୟରେ ଲୋକମାନଙ୍କଙ୍କୁ ବହୁତ ପସନ୍ଦ ଆସିଥିଲା । ସନ୍ତୋଷ ଶୁକ୍ଳାଙ୍କୁ ଘରେ ଘରେ ପ୍ରଶଂସା ମିଳିଥିଲା ।

ଶିବ ରୂପରେ ମୋହିତ ରୈନା ଓ ସୌରଭ ରାଜ


ଅନ୍ୟ ଅଭିନେତାଙ୍କ କଥା କହିବାକୁ ଗଲେ ୯୦ ଦଶକର ଆସିଥିବା ଟଭି ଶୋ ‘ଓମ୍‌ ନମଃ ଶିବାୟ’ କଥା କହିବାକୁ ହେବ । ଏହି ସିରିଅଲ୍‌ ଧାର୍ମିକ ଶୋ’କୁ ଏକ ଅଲଗା ସ୍ଥାନରେ ପହଞ୍ଚାଇଦେଇଥିଲା । ଏହି ଶୋ’ରେ ଭଗବାନ ଶିବ ବନିଥିଲେ ଅଭିନେତା ସମର ଜୟ ସିଂହ । ତାଙ୍କୁ ବି ଏହି ଚ଼ରିତ୍ରରେ ବହୁତ ପ୍ରଶଂସା ମିଳିଥିଲା । ସମର ଜୟ ସିଂହଙ୍କ ଏହି ଟଭି ଶୋ’ ଜବରଦସ୍ତ ଟି.ଆର.ପି କାରଣରୁ କିଛି ବର୍ଷ ଯାଏ ଚ଼ାଲିଥିଲା ।

ଟି.ଭି.ରେ ଭଗବାନ ଶିବଙ୍କ ଚ଼ରିତ୍ର କଥା ଆସିଲେ ଅଭିନେତା ଅରୁଣ ଗୋଭିଲଙ୍କୁ କେମିତି ଭୁଲି ହେବ? ‘ଶିବ ମହିମା’ ସିରିଅଲରେ ରେ ସେ ନିଜ ଭୂମିକାରେ ଲୋକଙ୍କ ମନ ଜିଣିପାରିଥିଲେ ।

ପରବର୍ତ୍ତୀ ସମୟରେ ଭଗବାନ ଶିବ ଭୂମିକାରେ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହିତ ରଣା । ସେ ‘ଦେବୋଁ କେ ଦେବ ମହାଦେବ’ରେ ଭଗବାନ ମହାଦେବଙ୍କ ଚ଼ରିତ୍ରକୁ ନିଭାଇଥିଲେ । ଭଗବାନ ମହାଦେବଙ୍କ ଚ଼ରିତ୍ରରେ ମୋହିତ ରଣାଙ୍କୁ ଏତେ ମାତ୍ରାରେ ଲୋକେ ପସନ୍ଦ କରିଥିଲେ ଯେ ଏହି ଶୋ’ର ଟି.ଆର.ପି. ସବୁ ରେକର୍ଡ଼ ଭାଙ୍ଗିଦେଇଥିଲା ।

ମୋହିତଙ୍କ ବ୍ୟତୀତ ଅଭିନେତା ସୌରଭ ରାଜ ଜୈନଙ୍କୁ ବି ଟିଭି ଶୋ’ ‘ମହାକାଳୀ’ରେ ଶିବଙ୍କ ଚ଼ରିତ୍ରରେ ବହୁତ ପସନ୍ଦ କରାଯାଇଥିଲା । ସୌରଭ ଶିବଙ୍କ ବ୍ୟତୀତ ଏକ ଟଭି ଶୋ’ରେ ଶ୍ରୀକୃଷ୍ଣ ଚ଼ରିତ୍ରରେ ବି ଜବରଦସ୍ତ ପ୍ରଶଂସା ପାଇଥିଲେ । ସେମିତି ଅଭିନେତା ହିମାଂଶୁ ସୋନୀ, ରୋହିତ ବକ୍ସି, ତରୁଣ ଖାନ୍ନା, ମୁକେଶ ସୋଲଙ୍କୀ ଓ କୁଶଲ ପଞ୍ଜାବୀଙ୍କ ସମେତ କେଆଉ କିଛି ଅଭିନେତା ଏ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ଚ଼ରିତ୍ର ନିଭାଇସାରିଛନ୍ତି ।
First published: February 21, 2020, 8:09 PM IST
corona virus btn
corona virus btn
Loading