ବେଆଇନ ଭାବରେ ମୁଙ୍ଗେ ପାହାଡ଼ ଲୁଟୁଛନ୍ତି ମାଫିଆ ; ପ୍ରଶାସନ ଜାଣି ବି ଅଜଣା

କଳାହାଣ୍ଡି ସୀମାନ୍ତରେ ଥିବା ଐତିହାସିକ ମୁଙ୍ଗେ ପାହାଡ ଉପରେ ମାଫିଆଙ୍କ ନଜର । ବଲାଙ୍ଗିର ବଙ୍ଗୋମୁଣ୍ଡା ତହସିଲ ଅଫିସର ଲଘୁ ଖଣିଜ ସମ୍ପଦର ନିଲାମ ଦର୍ଶାଇ ଏକ ଐତିହାସିକ, ଧର୍ମୀୟ ପାହାଡକୁ ଧରାଶାୟୀ କରିବା ଉଦ୍ୟମକୁ ଅଞ୍ଚଳବାସୀ ଜୋରଦାର ବିରୋଧ କରୁଛନ୍ତି ।

ବେଆଇନ ଭାବରେ ମୁଙ୍ଗେ ପାହାଡ଼ ଲୁଟୁଛନ୍ତି ମାଫିଆ ; ପ୍ରଶାସନ ଜାଣି ବି ଅଜଣା

ବେଆଇନ ଭାବରେ ମୁଙ୍ଗେ ପାହାଡ଼ ଲୁଟୁଛନ୍ତି ମାଫିଆ ; ପ୍ରଶାସନ ଜାଣି ବି ଅଜଣା

  • Share this:
News 18 Odia Digital

ବଲାଙ୍ଗିର; କଳାହାଣ୍ଡି ସୀମାନ୍ତରେ ଥିବା ଐତିହାସିକ ମୁଙ୍ଗେ ପାହାଡ ଉପରେ ମାଫିଆଙ୍କ ନଜର । ବଲାଙ୍ଗିର ବଙ୍ଗୋମୁଣ୍ଡା ତହସିଲ ଅଫିସର ଲଘୁ ଖଣିଜ ସମ୍ପଦର ନିଲାମ ଦର୍ଶାଇ ଏକ ଐତିହାସିକ, ଧର୍ମୀୟ ପାହାଡକୁ ଧରାଶାୟୀ କରିବା ଉଦ୍ୟମକୁ ଅଞ୍ଚଳବାସୀ ଜୋରଦାର ବିରୋଧ କରୁଛନ୍ତି ।



ଲୋକ କଥା ଅନୁଯାୟୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମୋହନ ମାଝୀ ମୁଙ୍ଗେ ପାହାଡ ଉପରେ ରହି ସେତେବେଳେ ଇଂରେଜ ମାନଙ୍କ ସହ ଲଢେଇ କରୁଥିଲେ । ପହାଡରେ ଅନେକ ଗୁମ୍ଫା ରହିଥିବା ଦେଖିବାକୁ ମିଳେ । ଖାଲି ସେତିକି ନୁହେଁ ମୋହନ ମାଝୀ ପାହଡଟିକୁ ନିଜ ଝିଅକୁ ଦାନରେ ଦେଇଥିଲେ । ଏଥି ସହିତ ପାହାଡରେ ରହିଛି ଅଧିଷ୍ଠାତ୍ରୀ ଦେବୀ ଦୁଆରଶନି ଦେବୀଙ୍କ ପୀଠ । ତେଣୁ ଏ ପାହାଡ ସହ ଅଞ୍ଚଳବାସୀଙ୍କ ଏକ ଭାବବେଗ ସମ୍ପର୍କ ପୂର୍ବରୁ ରହି ଆସିଛି । ଏସବୁ ସତ୍ତ୍ୱେ ପ୍ରଶାସନିକ ସ୍ତରରେ ଏହାକୁ ନିଲାମ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ପାଇବା ପୂର୍ବରୁ ହିଁ କିଛି ଠିକା ସଂସ୍ଥା ପାହାଡକୁ ଖୋଳି ପୂରା ଧରାଶାୟୀ କରିବା ଉଦ୍ୟମ କରୁଥିବା ଜାଣିବା ପରେ ଗାଁ ଲୋକେ ଏହାକୁ ଜୋରଦାର୍ ବିରୋଧ କରିଛନ୍ତି ।



ମୁଙ୍ଗେ ପାହାଡର ନିଲାମ ପ୍ରକ୍ରିୟା ବଙ୍ଗୋମୁଣ୍ଡା ତହସିଲ ଅଫିସରେ ଆରମ୍ଭ ହୋଇଥିବା ଜଣାପଡିଛି । ହେଲେ ଠିକା ସଂସ୍ଥା ନିଲାମ ପାଇବା ଆଗରୁ ବେଆଇନ ଭାବରେ ପାହାଡ ଉପରେ ବଡ଼ ବଡ଼ ଡ୍ରିଲିଂ ମେସିନ୍ ଲଗାଇ ୩୦ ରୁ ୪୦ଟି ଗାତ ଖୋଳିଥିବା ଦେଖିବାକୁ ମିଳିଛି । ବିସ୍ଫୋରକ ବ୍ୟବହାର କରି ପାହାଡ଼ ଫଟାଗଲେ ଅଲଣ୍ଡା ସାଙ୍ଗକୁ ସୁର୍ଡା, କାଦୋପଡା, ମହଗାଁ, ବେହେରାଭଟ୍ଟା ଗାଁର ଲୋକେ ସିଧା ସଳଖ ପ୍ରଭାବିତ ହେବେ । ଲଘୁ ଖଣିଜ ସମ୍ପଦର ନିଲାମ କରିବାକୁ ହେଲେ , ସେ ଅଞ୍ଚଳର ଐତିହାସିକ, ଧର୍ମୀୟ ପୃଷ୍ଠଭୂମିକୁ ଆଧାର କରି ସଂରକ୍ଷିତ ରଖାଯାଇଥାଏ । ହେଲେ ମୁଙ୍ଗେ ପାହାଡ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନିୟବାସୀ ଅସନ୍ତୋଷ ହେଉଥିବା ଜଣାପଡ଼ିଛି ।



ପାହାଡ଼ ଖନନ ସମ୍ପର୍କରେ ବଙ୍ଗମୁଣ୍ଡା ତହସିଲଦାରଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ମଧ୍ୟ ଏହି ପାହାଡରେ ଅନୈତିକ ଭାବେ ଖନନ ହେଉଥିଲା ଏହାକୁ ରୋକିବା ଏବଂ ସରକାରଙ୍କ ତହବିଲକୁ ଖଜଣା ଆଣିବାକୁ ସେ ଉଦ୍ୟମ କରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ମୁଙ୍ଗେ ପାହାଡ଼ର ବେଆଇନ୍ ଖନନ ସମ୍ପର୍କରେ ଜିଲ୍ଲାପାଳ ଜାଣିବା ପରେ ଏହା ଉପରେ ସାମୟିକ ଭାବେ ରୋକ ଲଗାଇଛନ୍ତି । ଏବଂ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଞ୍ଚଳରେ ଐତିହାସିକ ଓ ଧର୍ମୀୟ ବିଶ୍ୱାସ ଥିବା କଥାକୁ ବଙ୍ଗୋମୁଣ୍ଡା ତହସିଲ ଅଫିସ ଅଣଦେଖା କରିବା ହିଁ ସବୁଠାରୁ ବଡ଼ ବିଡମ୍ବନା ବୋଲି ବୁଦ୍ଧିଜୀବୀ କହିଛନ୍ତି ।
Published by:Soubhagya Mishra
First published: