‘ଜଗନ୍ନାଥଙ୍କ ଦର୍ଶନ କରି ନ ପାରିଲେ ଏହି ଶ୍ରୀକ୍ଷେତ୍ରରେ ଜୀବନ ହାରିବି’: ମଧ୍ୟ ପ୍ରଦେଶରୁ ଆସିଥିବା ଭକ୍ତ

ଜୁଲାଇ ୭ରୁ ମଧ୍ୟ ପ୍ରଦେଶରେ ଥିବା ନିଜ ଗାଁରୁ ଚାଲି ଚାଲି ତୀର୍ଥ ସ୍ଥାନ ଦର୍ଶନ ଓ ଚାରି ଧାମ ଦର୍ଶନ ପାଇଁ ଆସି ପୁରୀ ପହଞ୍ଚିଛନ୍ତି କୁଲୱେନ୍ଦ୍ର । ପାଞ୍ଚ ମାସ ହେଲା ସେ କେବଳ ଫଳାହାରରେ ଅଛନ୍ତି । ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ କଷ୍ଟ ଭୋଗୁଛନ୍ତି ସେ ।

‘ଜଗନ୍ନାଥଙ୍କ ଦର୍ଶନ କରି ନ ପାରିଲେ ଏହି ଶ୍ରୀକ୍ଷେତ୍ରରେ ଜୀବନ ହାରିବି’: ମଧ୍ୟ ପ୍ରଦେଶରୁ ଆସିଥିବା ଭକ୍ତ
ଶ୍ରୀମନ୍ଦିର ସାମନାରେ ଭକ୍ତ ଓ ପୋଲିସଙ୍କ ଭିଡ଼ରେ ପ୍ରଣାମ କରୁଛନ୍ତି କୁଲୱେନ୍ଦ୍ର ।
  • News18 Odia
  • Last Updated: December 10, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜୁଲାଇ ୭ ତାରିଖରୁ ଚାରି ଧାମ ଦର୍ଶନରେ ଆସିଥିବା ଜଣେ ଶ୍ରୀଜଗନ୍ନାଥ ଭକ୍ତ ପୁରୀରେ ଚାରି ଦିନ ଧରି ମହାପ୍ରଭୁଙ୍କ ଦର୍ଶନ କରିବାକୁ ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରି ବସି ରହିଛନ୍ତି । ମଧ୍ୟ ପ୍ରଦେଶର ମୋଗଲସରାଇରୁ ଆସିଥିବା କୁଲୱେନ୍ଦ୍ର ସିଂ ଦାଙ୍ଗି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଜିଦ ଧରିଛନ୍ତି । ଦର୍ଶନ ନ ପାଇଲେ ସେ ଆଗକୁ ଯାତ୍ରା କରିପାରିବେ ନାହିଁ ଓ ଶ୍ରୀକ୍ଷେତ୍ରରେ ହିଁ ନିଜ ଜୀବନ ହାରିବେ ବୋଲି ଚରମବାଣୀ ଶୁଣାଇଛନ୍ତି ।

ଗତ ଶୁକ୍ରବାର ଦିନ କୁଲୱେନ୍ଦ୍ର ପୁରୀରେ ପହଞ୍ଚିଥିଲେ । ହେଲେ କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିର ଖୋଲି ନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଜାଣି ଖୁବ୍‌ ଦୁଃଖ ବ୍ୟକ୍ତ କରିଛନ୍ତି ସେ । ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର ଦର୍ଶନ ପାଇଁ ଖୋଲିସାରିଥିବା ବେଳେ ଶ୍ରୀମନ୍ଦିର କାହିଁକି ଏ ଯାଏଁ ଖୋଲିନାହିଁ ତାହା ବୁଝିପାରୁ ନାହାନ୍ତି ମୋଗଲସରାଇର ଝୁଣ୍ଡୱା ଗ୍ରାମ ନିବାସୀ ୪୩ ବର୍ଷୀୟ ଅବିବାହିତ କୁଲୱେନ୍ଦ୍ର ସିଂ ଦାଙ୍ଗି ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

‘‘କୋଭିଡ କଟକଣାରେ ତ ଏବେ ମଦ ଦୋକାନ ଓ ପାର୍କ ଖୋଲିଲାଣି, ଆଉ ରାଜନେତାଙ୍କ ଶୋଭାଯାତ୍ରା ବି ହେଉଛି । ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରି ଅଧିକାରରୁ ଦୂରେଇ ରଖାଯାଉଛି । ଏହାକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ । ଜୁଲାଇ ୭ରୁ ନିଜ ଗାଁରୁ ଚାଲିଚାଲି ତୀର୍ଥ ସ୍ଥାନ ଦର୍ଶନ ଓ ଚାରି ଧାମ ଦର୍ଶନ ପାଇଁ ଘରୁ ବାହାରିଥିଲି ମୁଁ । ଏଯାବତ କେବଳ ଫଳାହାରରେ ରହିଛି । ଠାକୁରଙ୍କ ଦର୍ଶନ ଲାଳସା କାରଣରୁ ପାଦରେ ଚାଲିଚାଲି ଆସିବାରେ କଷ୍ଟ ଅନୁଭବ କରିନାହିଁ । ହେଲେ ଏଠି ଦର୍ଶନରୁ ବଞ୍ଚିତ ହେବା ଭାରି ଦୁଃଖଦାୟକ,’’ କହିଛନ୍ତି କୁଲୱେନ୍ଦ୍ର ।

ପୁରୀର ଶ୍ରୀମନ୍ଦିର


ଓଡ଼ିଶା ପ୍ରଶାସନ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋଭିଡ୍ ନାଁରେ ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଜଗନ୍ନାଥଙ୍କ ଦର୍ଶନ ନ ପାଇଲେ ସେ ଆଗକୁ ଯାତ୍ରା କରିପାରିବେ ନାହିଁ । ‘‘ଶ୍ରୀମନ୍ଦିର ଯଦି ଭକ୍ତମାନଙ୍କ ପାଇଁ ଖୋଲା ନ ଯାଏ ତେବେ ଶ୍ରୀକ୍ଷେତ୍ରରେ ହିଁ ମୁଁ ଜୀବନ ହାରିବି,’’ କହିଛନ୍ତି କୁଲୱେନ୍ଦ୍ର ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ସପ୍ତାହେ ଧରି ସିଂହଦ୍ୱାର ସମ୍ମୁଖରେ ଶୀତକାକରରେ ପଡ଼ିରହିଥିବା ଏହି ଭକ୍ତଙ୍କ ମାନସିକ ପୂରଣ ହେବା ଉଚିତ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର । ‘‘ମହାପ୍ରଭୁଙ୍କ ଭକ୍ତି ଅପରମ୍ପାର । କାହିଁ କେତେ ଦୂରରୁ ଭକ୍ତଙ୍କୁ ଟାଣିଆଣୁଛନ୍ତି ମହାପ୍ରଭୁ ଜଗନ୍ନାଥ । ଏହା ପୂର୍ବରୁ ଏହି ଭଳି ରାଜସ୍ଥାନର ତିନି ଜଣ ଭକ୍ତ ଦଣ୍ଡଯାତ୍ରାରେ ପୁରୀ ଆସି ପତିତପାବନଙ୍କୁ ଦର୍ଶନ କରି ମାନସିକ ପୂରଣ କରି ଫେରିଛନ୍ତି  । ତେଣୁ ସେମିତି କୁଲୱେନ୍ଦ୍ର ସିଂ ଦାଙ୍ଗି ପତିତପାବନଙ୍କୁ ଦର୍ଶନ କରି ମାନସିକ ପୂରଣ କରିବା ଦରକାର । ଏହି ସମୟରେ ମନ୍ଦିର ବନ୍ଦ ଥିବାରୁ ତାଙ୍କୁ ଆମେ ବୁଝାଇ ପତିତପାବନଙ୍କୁ ଦର୍ଶନ କରାଇବୁ,’ କହିଛନ୍ତି ୫୨ ବର୍ଷୀୟ ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

‘‘ବର୍ତ୍ତମାନ ସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ । ଏହା ଜଣେ କି ଦୁଇ ଜଣ ଭକ୍ତଙ୍କ କଥା ନୁହେଁ; ଶ୍ରୀମନ୍ଦିର ଖୋଲିବା ନେଇ ଲକ୍ଷାଧିକ ଭକ୍ତ ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ତେଣୁ ଯାହା ନିଷ୍ପତ୍ତି ହେବ ତାହା ସମସ୍ତଙ୍କ ପାଇଁ ହେବ,’’ କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।



କୋଭିଡ କଟକଣାକୁ ନେଇ ମାର୍ଚ୍ଚ ମାସରୁ ହିଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଛି । ଏବେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆକୁଳ ହେଉଥିବା ବେଳେ ଶ୍ରୀମନ୍ଦିର କେବେ ଖୋଲିବ ତାହା ମହାପ୍ରଭୁଙ୍କ ଇଚ୍ଛା ବୋଲି ବିଶ୍ୱାସ କରି ଅପେକ୍ଷାରେ ଅଛନ୍ତି କୋଟି କୋଟି ଭକ୍ତ ।
Published by: Anand Shankar Thankur Das
First published: December 10, 2020, 9:30 PM IST
corona virus btn
corona virus btn
Loading