News18 Odia Digital
କଟକ: ଘରର କାନ୍ଥରୁ ଲିଭି ନାହିଁ 'ବାହାଚିତା' କି ଫିକା ପଡ଼ିନାହିଁ ବାହାଘରର ନିମନ୍ତ୍ରଣ କାର୍ଡର ରଙ୍ଗ। ମଧୁପଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଘର ଭିତରୁ ସାବତ ମା’ ଓ ଶିୁଶୁପୁତ୍ର ମୃତଦେହ ମିଳିବା ଘଟଣା। ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଗିରଫ କରିଛି।
ମଙ୍ଗଳବାର ସନ୍ତୋଷଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ମୃତ ପତ୍ନୀ ଶିଳ୍ପୀଙ୍କ ପରିବାର ଅଭିଯୋଗ ଆଧାରରେ ପୋଲିସ ସନ୍ତୋଷଙ୍କୁ ଗିରଫ କରିଛି। ଗତକାଲି ବନ୍ଦ ଘରୁ ଶିଳ୍ପୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶିଶୁପୁତ୍ରକୁ ହତ୍ୟା କରିବା ପରେ ଶିଳ୍ପୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା।
ଶିଳ୍ପୀ ଓ ଶିବାଶଂଙ୍କ ମୃତ୍ୟୁ ପରେ ସାବତ ପୁଅ ହେଲେ ମଧ୍ୟ ଶିବାଶଂ ପ୍ରତି ଶିଳ୍ପୀଙ୍କ ମନରେ କେତେ ମମତା ଭରି ରହିଥିଲା ତା'ର ସଂଖ୍ୟାଧିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସାବତ ମା' ପୁଅ ମୃତ୍ୟୁ ମାମଲା
ଶିବାଶଂ ନାଁରେ ଶିଳ୍ପୀ ଏକ ଇଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ମା' ପୁଅଙ୍କୁ ନେଇ ଏକାଧିକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଶିଳ୍ପୀଙ୍କ ପ୍ରତିଟି ପୋଷ୍ଟ ବା ଭିଡ଼ିଓରେ ମା'ର ବାଚ୍ଛଲ୍ୟତା ଓ ମମତାକୁ ଯେ କେହିବି ଅନୁଭବ କରି ପାରିବେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ମା' ସାବତ ପୁଅକୁ ଏତେ ଭଲ ପାଉଥିଲା ସେ କେମିତି ପୁଅ ବେକ କାଟି ତାକୁ ନିର୍ମମ ଭାବେ ହତ୍ୟା କରି ପାରିଲା। ପୁଅକୁ ନିଜ ଠାରୁ ଅଲଗା ହେବା ଭୟ ହିଁ ଶିଳ୍ପୀଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଥିବା ନେଇ ଆଲୋଚନ ହେଉଥିବା ବେଳେ ସମାନ କାରଣ ପାଇଁ ତିନିମାସ ପୂର୍ବରୁ ମଧ୍ୟ ଶିଳ୍ପୀ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି ତାଙ୍କ ପରିବାର ଲୋକେ। ସେପଟେ ପରସ୍ପର ଉପରେ ଅଙ୍ଗୁଳି ଉଠାଉଛନ୍ତି ଶିଳ୍ପୀ ଓ ସନ୍ତୋଷଙ୍କ ପରିବାର।
ସେହିପରି ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ପକ୍ଷରୁ ମଧୁପାଟଣା ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଶିଳ୍ପୀଙ୍କ ବାପଘର ଲୋକଙ୍କ ଏତଲାକୁ ଆଧାର କରି ପୋଲିସ ମଙ୍ଗଳବାର ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଖବର ବି ପଢ଼ନ୍ତୁ: ଓଡ଼ିଶାରେ ଲଞ୍ଚ ହେଲା ଗ୍ରୀଡ ସବ୍ଷ୍ଟେସନ; ଉପକୃତ ହେବେ ୪ଟି ଜିଲ୍ଲାର ୨ ଲକ୍ଷ ଲୋକତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୨, ୪୯୮ (କ), ୩୦୪ (ଖ) , ୨୯୪, ୩୨୩, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୪ ବଳରେ ଏକ ମାମଲା ରୁଜୁ କରିଛି ପୋଲିସ। ତେବେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ପ୍ରଣାମକୁ ଆଧାର କରି ସନ୍ତୋଷକୁ ଗିରଫ କରାଯାଇଥିବା ପୋଲିସି ପକ୍ଷରୁ କୁହାଯାଇଛି।
ଶିଳ୍ପୀଙ୍କ ପ୍ରତି ଘରୋଇ ହିଂସା ହୋଇଥିଲା ଓ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଥିଲା। ବାହାଘର ପରେ ପତି ପତ୍ନୀ ମଧ୍ୟରେ ତିକ୍ତତା ଥିଲା ଏବଂ ଏଥିପାଇଁ ଏହି ଘଟଣା ଘଟିଥିବା ଜଣାପଡ଼ିବାରୁ ସନ୍ତୋଷଙ୍କୁ ଗରିଫ କରାଯାଇଛି। ଶିଳ୍ପୀଙ୍କ ହ୍ବାଟ୍ସଅପ୍ ମେସେଜକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର।
ପୁଅ ଶିବାଶଂକୁ ସନ୍ତୋଷ ଓ ତାଙ୍କ ବାପା-ମା ଯେତିକି ଭଲ ପାଉଥିଲେ , ତାଠାରୁ ଅଧିକ ଭଲପାଉଥିଲେ ଶିଳ୍ପୀ ଓ ତାଙ୍କ ପରିବାର ଲୋକେ। ଶିବାଶଂକୁ ନିଜ ପାଖରେ ରଖିବା ପାଇଁ ଉଭୟଙ୍କ ପରିବାର ମଧ୍ୟରେ କଳହ ଲାଗି ରହୁଥିଲା। କିନ୍ତୁ ଏହି କଳହରେ ନିଷ୍ପାପ ଶିଶୁ ଶିବାଶଂ ବଳି ପଡ଼ିବା ସହ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।