News18 Odia Digital
ବାଲେଶ୍ଵର: ବାଲେଶ୍ଵର ସହରରେ ପାଗଳ କୁକୁର ଆତଙ୍କ । କୁକୁର କାମୁଡ଼ାରେ ୪୦ରୁ ଅଧିକ ଆହତ ପରେ ଉତ୍ୟକ୍ତ ଲୋକେ କୁକୁରକୁ ପିଟି ପିଟି ମାରିଦେଲେ। ଲୋକଙ୍କ ଅଭିଯୋଗ ମୁନିସିପାଲଟି ପୂର୍ବପରି ବୁଲା କୁକୁର ଧରିବା ଅଭିଯାନ ବନ୍ଦ ରଖିଥିବାରୁ ଏପରି ସମସ୍ୟା ଉପୁଜୁଛି।
୧୨ ଘଣ୍ଟାରେ ୪୨ ଆହତ । ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ୫ ଜଣ ଛୋଟ ପିଲା ସମେତ ୪୨ ଜଣ ପୁରୁଷ ମହିଳାଙ୍କୁ କାମୁଡ଼ି ରକ୍ତାକ୍ତ କରିଦେଲା ପାଗଳା କୁକୁର । ଯାହାକୁ ପାଇଲା ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର । ବାଲେଶ୍ଵର ଜିଲ୍ଲା ପୌରପାଳିକା ଅନ୍ତର୍ଗତ ୪ ନମ୍ବର ଓ୍ୱାର୍ଡରେ ଖେଳିଯାଇଛି କୁକୁର ଆତଙ୍କ । ଶୁକ୍ରବାର ଠାରୁ ଏକ ବୁଲା କୁକୁର ହିଂସ୍ର ହୋଇ କାମୁଡ଼ି ରକ୍ତାକ୍ତ କରି ପକାଇଛି। ତେବେ ସନ୍ଧ୍ୟାରେ କୁକୁର କିଛି ଲୋକଙ୍କୁ କାମୁଡ଼ି ଥୁବାବେଳେ ଶନିବାର ସକାଳେ ଯିଏ ହାବୁଡ଼ରେ ପଡିଲା ସେ ତାର ଆକ୍ରମଣ ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଦିନ ୧୦ ବେଳକୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଆହତ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ସେପଟେ ପାଗଳା କୁକୁରକୁ ଲୋକେ ଶେଷରେ ପିଟି ପିଟି ମାରିଦେଇଛନ୍ତି ।
ତେବେ ଲୋକଙ୍କ ଅଭିଯୋଗ ହେଉଛି ପୂର୍ବରୁ ବାଲେଶ୍ୱର ପୌରପାଳିକା ରେ ବୁଲା କୁକୁର ଧରିବା ଵ୍ୟଵସ୍ଥା ରହିଥିଲା ଏଥିପାଇଁ ସ୍ୱତନ୍ତ୍ର ଗାଡ଼ି ମଧ୍ୟ ରହିଛି । ହେଲେ ଏହି ବ୍ୟବସ୍ଥାକୁ ଏବେ ବନ୍ଦ କରି ଦେଇଛି ପୌର ପ୍ରଶାସନ ଫଳରେ ଏପରୁ ଅସୁବିଧା ଓ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ତେବେ ଏନେଇ ପୌରଧ୍ୟକ୍ଷ କହିଛନ୍ତି ପୂର୍ବରୁ କୁକୁର ଧରିବା କାର୍ଯ୍ୟକ୍ରମ ଥିଲା ହେଲେ ଏବେ ବନ୍ଦ ହୋଇଯାଇଛି ଏଣୁ ସହରରେ ବୁଲୁଥିବା ବୁଲା କୁକୁରଙ୍କ ପାଇଁ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରୁନି । ତେବେ ଆଗକୁ କାଉନସିଲ ମିଟିଂ ରେ ଏନେଇ ଆଲୋଚନା କରିବା ସହିତ ଶୀଘ୍ର ଆରମ୍ଭ କରିବାକୁ ପ୍ରତିଶୃତି ଦେଇଛନ୍ତି ସବିତା ସାହୁ ,ଚେୟାରମ୍ୟାନ , ବାଲେଶ୍ୱର ମୁନିସିପାଲଟି ।
କେବଳ ପାଗଳ କୁକୁରର ଗୋଟିବ ଘଟଣା ନୁଁହେ ଅନେକ ସ୍ଥାନରେ କୁକୁର ଆକ୍ରମଣ ସହିତ ସହରର ଛୋଟ ବଡ଼ ଦୁର୍ଘଟଣା ପାଇଁ ଅନେକ ସମୟରେ ଲୋକେ ଏହି ବୁଲା କୁକୁର ମାନଙ୍କୁ ଦାୟୀ କରି ଆସନ୍ତି ଏଣୁ ଏନେଇ ମୁନିସିପାଲଟି ପଦକ୍ଷେପ ନେବକୁ ସବୁ ମହଲରୁ ଦାବି ବଢ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।