ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଷଷ୍ଠୀ ପୂଜା ପାଉଛନ୍ତି ବାଲେଶ୍ୱରର ମା' କନକ ଦୁର୍ଗା; ହାଇଜାରୁ ରକ୍ଷା କରିଥିଲେ ଗ୍ରାମବାସୀଙ୍କୁ

ଷଷ୍ଠୀ ପୂଜା ପାଉଛନ୍ତି ବାଲେଶ୍ୱରର ମା' କନକ ଦୁର୍ଗା; ହାଇଜାରୁ ରକ୍ଷା କରିଥିଲେ ଗ୍ରାମବାସୀଙ୍କୁ

୧୯୪୩ ମସିହାରେ ସୁନହଟ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା । ମା'ଙ୍କ ଆଶୀର୍ବାଦ ଯୋଗୁଁ ଗ୍ରାମବାସୀମାନେ ହାଇଜରୁ ମୁକ୍ତି ପାଇଥିଲେ।

ଷଷ୍ଠୀ ପୂଜା ପାଉଛନ୍ତି ବାଲେଶ୍ୱରର ମା' କନକ ଦୁର୍ଗା; ହାଇଜାରୁ ରକ୍ଷା କରିଥିଲେ ଗ୍ରାମବାସୀଙ୍କୁ
ମା କନକ ଦୁର୍ଗା ବିଧି ଅନୁସାରେ ପୂଜା ପାଇ ଆସୁଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 7:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ଵର: ପ୍ରତ୍ୟେକ ସ୍ଥାନରେରେ ଜଣେ ଜଣେ ପ୍ରତ୍ୟକ୍ଷ ଦେବୀ ଥାଆନ୍ତି। ଯିଏକି ସମଗ୍ର ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ସେହିପରି ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମାଆ କନକ ଦୁର୍ଗା । ହଇଜା ରୋଗରୁ ଗାଁକୁ ମୁକ୍ତ କରି ସେ କନକ ଦୁର୍ଗା ରୂପେ ପୂଜା ପାଉଛନ୍ତି।

ସୁନହଟରେ ପୂଜା ପାଉଥିବା ମା' କେବଳ ସୁନେଲି ରଙ୍ଗର ମୂର୍ତ୍ତିରେ ପୂଜା ପାଆନ୍ତି । ପ୍ରତିଷ୍ଠା ପାଖରୁ ସୁନେଲି ରଙ୍ଗରେ ମାଙ୍କ ମୁରଣ୍ମୟ ମୂର୍ତ୍ତି କରାଯାଏ। କିନ୍ତୁ ଥରେ ରଙ୍ଗ ବଦଳାଇ ହୋଇଥିଲା ପୂଜା ଆଉ ରାତିରେ ମା ସ୍ବପ୍ନଦେଶରେ ରଙ୍ଗ ପରିବର୍ତ୍ତନ ପାଇଁ କହିଲେ । ଦେବୀଙ୍କୁ ନେଇ ଅନେକ ଲୋକ କଥା ରହିଆସିଛି।।

କୁହାଯାଏ, ୧୯୪୩ ମସିହାରେ ଉକ୍ତ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା । ଯେଉଁଆଡ଼େ ଚାହିଁଲେ ଖାଲି କୁଢ଼କୁଢ଼ ମୃତଦେହ । କେମିତି ଏହି ବିପଦରୁ ମୁକ୍ତି ମିଳିବ ସେନେଇ ଲୋକେ ବେଶ ଚିନ୍ତିତ ଥିଲେ । ଏହି ସମୟରେ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତି ସ୍ବର୍ଗତ ମୁରଲୀ ମୋହନ ଦାସଙ୍କୁ ସ୍ବପ୍ନାଦେଶ ହୋଇଥିଲା । ମା' କନକ ଦୁର୍ଗାଙ୍କୁ ପୂଜା କରିବା ପାଇଁ ସ୍ବପ୍ନରେ ନିର୍ଦ୍ଦେଶ ହୋଇଥିଲା । ମା'ଙ୍କ ମୂର୍ତ୍ତି କେବଳ ସୁନେଲି ରଙ୍ଗରେ ହେବ ବୋଲି ନିର୍ଦ୍ଦେଶ ରହିଥିଲା। ପରବର୍ତ୍ତୀ ସମୟରେ ସେଇୟା ହିଁ ହେଲା ।

"୧୯୪୩ ରୁ ମାଙ୍କ ପୂଜାର୍ଚ୍ଚନା ନିର୍ଦ୍ଦେଶ ଅନୁସାରେ କରାଗଲା । ଏହାପରେ ଚମତ୍କାର ଭାବେ ହଇଜା କବଳରୁ ରକ୍ଷା ପାଇଥିଲେ ଗ୍ରାମବାସୀ । ସେହିଦିନ ଠାରୁ ଏଠାରେ ମାଆ କନକ ଦୁର୍ଗା କେବଳ ସୁନେଲି ରଙ୍ଗର ପ୍ରତିମା ଭାବେ ପୂଜା ପାଇଆସୁଛନ୍ତି । କୌଣସି ବର୍ଷ ମା'ଙ୍କ ମୂର୍ତ୍ତି ରଙ୍ଗ କେବେ ବି ପରିବର୍ତ୍ତନ ହୋଇନାହିଁ। ଏହା ସହ ଏଠାରେ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ଭାବେ ଘରୋଇ ପୂଜା ଭଳି ହୋଇଥାଏ,"କହିଛନ୍ତି କମିଟି ସଭାପତି ରାମଚନ୍ଦ୍ର ସାମନ୍ତରାୟ।

ସୋମବାର ଠାରୁ ଆରମ୍ଭ ହୋଇଛି ମାଆଙ୍କର ଷଷ୍ଠୀ ପୂଜା। ଭକ୍ତମାନେ ମଧ୍ୟ ମା'ଙ୍କ ଆଗମନରେ ବେଶ୍ ପ୍ରଫୁଲ୍ଲିତ । ସେପଟେ ମା'ଙ୍କ ପୂଜା ପାଇଁ ବିଭିନ୍ନ ମଣ୍ଡପରେ ଚାଲିଛି ସାଜସଜ୍ଜା । ଏହାସାଙ୍ଗକୁ ସମସ୍ତ ପୂଜା ନୀତି ପାଇଁ ମଧ୍ୟ ଭକ୍ତମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବିଭିନ୍ନ ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଦିଆଯାଇଛି ଶେଷ ସ୍ପର୍ଶ । ସମାନ ଭାବେ ବାଲେଶ୍ଵର ସୁନହଟ ଗାଁରେ ମା' କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଞ୍ଚଳ । କନକ ଦୁର୍ଗାଙ୍କ ପୂଜା କମିଟି ପକ୍ଷରୁ ଅଞ୍ଚଳବାସୀଙ୍କ ସହଯୋଗରେ ପୂଜା ପ୍ରସ୍ତୁତି ଚାଲିଛି ।

"ଚଳିତ ବର୍ଷ ୭୯ ବର୍ଷରେ ପହଞ୍ଚିଛି ଏହି ପୂଜା କମିଟି । ଏ ବର୍ଷ କୋଭିଡ କଟକଣାକୁ ଆଖିଆଗରେ ରଖି ଏସଓପି ଅନୁଯାୟୀ ପୂଜା ହେବ,"କହିଛନ୍ତି କମିଟିର ସମ୍ପାଦକ ସନ୍ଦୀପ ସାମନ୍ତରାୟ।

ମାଙ୍କ ଆଗମନରେ ପୁର ପଲ୍ଲୀ ପ୍ରକମ୍ପିତ । ତେବେ ନିଆରା ପୂଜା କନକ ଦୁର୍ଗାଙ୍କୁ ଏଥର ଦର୍ଶନ କରିବାର ଶ୍ରଦ୍ଧାଳୁ ସୁଯୋଗ ପାଉନଥିବାରୁ ମନରେ ଟିକେ କଷ୍ଟ ଦେଖିବାକୁ ମିଳିଛି ।

"ଘରେ ଘରେ ଲୋକଙ୍କ ଅପେକ୍ଷା ଥାଏ ବର୍ଷକେ ଥରେ ମାଙ୍କୁ ଦର୍ଶନ କରିବେ ଯାହା ମାନସିକ ରହିଛି ଦୁଃଖ, କଷ୍ଟ ଅଳି ରହିଛି ତାହା ମାଙ୍କୁ ଜଣାଇବେ। ହେଲେ ଦୁଇ ବର୍ଷ ହେବ ଦର୍ଶନଠାରୁ ଦୂରେଇ ରହୁଛନ୍ତି ମା' । କୋଭିଡ କଟକଣା ସରକାରୀ ନିୟମ ଆମେ ମାନେ ମଧ୍ୟ ମାନି ଘରେ ରହି ମାଆଙ୍କ ପୂଜାର୍ଚ୍ଚନା କରୁଛୁ । ଆଶା ଅଛି ଆଗାମୀ ବର୍ଷକୁ ସବୁ ଠିକ ହୋଇଗଲେ ପୁଣି ପୂର୍ବଭଳି ପୂଜା ବଜାର ଜମିବ,"କହିଛନ୍ତି ଜଣେ ଶ୍ରାଦ୍ଧଲୁ ପତିତପାବନ ଦାସ।
Published by: Soumya Das
First published: October 11, 2021, 7:00 PM IST