ଆଜି ଚନ୍ଦ୍ର ଗ୍ରହଣ: ଜୁନ ୫ରୁ ଜୁଲାଇ ୫ ଭିତରେ ୩ ମହାଜାଗତିକ ଘଟଣା - ୨ଟି ଗ୍ରହଣ, ଗୋଟିଏ ପରାଗ

ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ଖାଲି ଆଖିରେ ଦିଶିବନି । ଜ୍ୟୋତିର୍ବିଦମାନେ କହିଛନ୍ତି ଯେ ଯେହେତୁ ଏହା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାକୁ ପାଞ୍ଜିରେ ଗ୍ରହଣ କରାଯାଇ ନାହିଁ ।

ଆଜି ଚନ୍ଦ୍ର ଗ୍ରହଣ: ଜୁନ ୫ରୁ ଜୁଲାଇ ୫ ଭିତରେ ୩ ମହାଜାଗତିକ ଘଟଣା - ୨ଟି ଗ୍ରହଣ, ଗୋଟିଏ ପରାଗ
ଏହି ଚନ୍ଦ୍ର ଗ୍ରହଣକୁ ପାଞ୍ଜିରେ ଗ୍ରହଣ କରାଯାଇ ନ ଥିବାରୁ ପାକ ଛାଡ଼ ଓ ଦେବନୀତି ବନ୍ଦ ହେବ ନାହିଁ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୁନ ୫ ତାରଖରୁ ଜୁଲାଇ ୫ ତାରିଖ ୩୦ ଦିନ ମଧ୍ୟରେ ସଙ୍ଗଠିତ ହେବ ଦୁଇ ଦୁଇଟି ଉପଛାୟା ଚନ୍ଦ୍ର ଗ୍ରହଣ ଓ ଗୋଟିଏ ବଳୟ ସୂର୍ଯ୍ୟ ପରାଗ। ଗୋଟିଏ ମାସରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଏକ ବିରଳ ମହାଜାଗତିକ ଘଟଣା । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ।

ଆଜି (ଜୁନ୍‌ ୫) ଚନ୍ଦ୍ରଗ୍ରହଣ ଲାଗୁଛି, ମାତ୍ର ଏହା ଖାଲି ଆଖିରେ ଦୃଶ୍ୟମାନ ହେବନାହିଁ । ଏହାକୁ ଉପଛାୟା ଚନ୍ଦ୍ରଗ୍ରହଣ କୁହାଯାଏ । ଜୁନ୍‌ ୫ ରାତି ୧୧ଟା ୧୫ରୁ ୧୨ଟା ୫୪ ମଧ୍ୟରେ ଗ୍ରହଣ ଲାଗିବ । ରାତି ୨ଟା ୩୪ ମିନିଟରେ ସମ୍ପୂର୍ଣ୍ଣ ଛାଡ଼ିଯିବ। ଏହା ଓଡ଼ିଶାରେ ଖାଲି ଆଖିରେ ଦେଖାଯିବ ନାହିଁ। ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆପଣ ଏହାକୁ ଦେଖିପାରିବେ ।

‘‘ଏହା ଏକ ଉପଛାୟା ଗ୍ରହଣ ହେଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ। ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ପୃଥିବୀ ଏକ ସରଳ ରେଖାରେ ରହିଲେ ପୃଥିବୀର ଏକ ଫିକା ଛାଇ ଚନ୍ଦ୍ର ଉପରେ ପଡ଼େ, ଯାହାକୁ ଉପଛାୟା ଗ୍ରହଣ କୁହାଯାଏ । ଜୁନ୍‌ ୫ରେ ଏହା ଓଡ଼ିଶାରେ ଦୃଶ୍ୟମାନ ହେବନାହିଁ । ତେଣୁ ଏହା ପାଞ୍ଜିରେ ନ ଥିବାରୁ ଏହାକୁ ସାଧାରଣ ଲୋକ ମାନୁନାହାନ୍ତି,’’ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ ।

ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ପୃଥିବୀ ଏକ ସରଳ ରେଖାରେ ରହିଲେ ପୃଥିବୀର ଏକ ଫିକା ଛାଇ ଚନ୍ଦ୍ର ଉପରେ ପଡ଼େ ।


ଜ୍ୟୋତିର୍ବିଦମାନେ କହିଛନ୍ତି ଯେ ଯେହେତୁ ଏହା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହାକୁ ପାଞ୍ଜିରେ ଗ୍ରହଣ କରାଯାଇ ନାହିଁ । ତେଣୁ ପାକ ଛାଡ଼ ଓ ଦେବନୀତି ବନ୍ଦ ହେବ ନାହିଁ ଓ ସାଧାରଣ ଦିନ ଭଳି ଏହି ଦିନଟିକୁ ଗଣନା କରାଯିବ।

ଜୁନ ୨୧ ତାରିଖରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ । ଏହି ଦିନ ସୂର୍ଯ୍ୟ ଏକ ବଳୟ ଭିତରେ ରହିଲା ପରି ଦେଖାଯାଉଥିବାରୁ ଏହାକୁ ବଳୟ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି । ଉତ୍ତର ଭାରତରେ ଏହା ଶତ ପ୍ରତିଶତ ଦୃଶ୍ୟମାନ ହେବା ସହ ଓଡ଼ିଶାରେ ୬୦ରୁ ୭୨ ପ୍ରତିଶତ ଦୃଶ୍ୟମାନ ହେବ ।

ଜୁଲାଇ ୫ ତାରିଖରେ ଆଉ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ । ଏହାକୁ ଖାଲି ଆଖିରେ ଦେଖିପାରିବେ ନାହିଁ । ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 8:37 PM IST
corona virus btn
corona virus btn
Loading