News18 Odia Digital
ନୂଆ ଦିଲ୍ଲୀ:କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ଆଉ ଏକ ଝଟକା ଦେଇଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ୪ ଫେବୃଆରୀରେ ରୋଷେଇ ଗ୍ୟାସ ସିଲିଣ୍ଡର (LPG Gas) ଦର ବୃଦ୍ଧି କରିଛନ୍ତି । ଆଜିଠାରୁ ଆପଣଙ୍କୁ ଘରୋଇ LPG ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସବସିଡି ନଥିବା ସିଲିଣ୍ଡରର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏଥି ସହିତ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ହ୍ରାସ କରାଯାଇଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ରନ୍ଧନ ଗ୍ୟାସର ଦର ୭୧୯ ଟଙ୍କାକୁ ବୃଦ୍ଧି ପାଇଛି ।
ନୂଆ ଦର ଯାଞ୍ଚ କରନ୍ତୁଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ୱେବସାଇଟ୍ ଅନୁଯାୟୀ ଫେବୃଆରୀ ୪ ତାରିଖରୁ ଗ୍ରାହକଙ୍କୁ ୧୪ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ଅଧିକ ଦେବାକୁ ପଡିବ । ଦର ବୃଦ୍ଧି ପରେ ଦିଲ୍ଲୀରେ ରନ୍ଧନ ଗ୍ୟାସର ସିଲିଣ୍ଡର ମୂଲ୍ୟ ୭୧୯ ଟଙ୍କା, କୋଲକାତା ୭୪୫.୫୦ ଟଙ୍କା, ମୁମ୍ବାଇ ୭୧୯ ଟଙ୍କା ଓ ଚେନ୍ନାଇରେ ୭୩୫ଟଙ୍କା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ୭୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।
କମର୍ସିୟାଲ ଗ୍ୟାସର ଦାମ୍?ପ୍ରତ୍ୟେକ ମାସର ପ୍ରଥମ ଦିନରେ LPG ଦାମରେ ପରିବର୍ତ୍ତନ ହୋଇଥାଏ । ଏଥର ଫେବୃଆରୀ ୧ ରେ କେବଳ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୧୯୦ ଟଙ୍କା ବୃଦ୍ଧି ପାଇଥିଲା, କିନ୍ତୁ ଘରୋଇ ଗ୍ୟାସର ଦରରେ ପରିବର୍ତ୍ତନ ହୋଇନଥିଲା । ଆଜି ଏହାର ଦାମ୍ ମଧ୍ୟ ସିଲିଣ୍ଡର ପିଛା ୬ ଟଙ୍କା ହ୍ରାସ ପାଇଛି ।
୧୯ କିଲୋଗ୍ରାମ ସିଲିଣ୍ଡର ଦାମ୍?ଏହି ରିହାତି ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା, ଚେନ୍ନାଇରେ ୧୬୪୯.୦୦ ଟଙ୍କା ଓ ଭୁବନେଶ୍ୱରରେ ୧୬୨୧.୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଦେଶରେ LPG ଗ୍ୟାସ ପ୍ରାୟ ୯୯.୫ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଛି । ଦେଶରେ ଏଲପିଜିର ପ୍ରାୟ ୨୮.୯ ମିଲିୟନ ଗ୍ରାହକ ଅଛନ୍ତି । ଯଦିଓ ଜାନୁଆରୀ ମାସରେ ଏଲପିଜି ଦରରେ କୌଣସି ବୃଦ୍ଧି ଘଟି ନଥିଲା, କିନ୍ତୁ ଡିସେମ୍ବରରେ ଦୁଇଗୁଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।