LPG Gas Cylinder: ୭୬୯ ଟଙ୍କାର ଏକ ଗ୍ୟାସ୍ ସିଲିଣ୍ଡର ମାତ୍ର ୬୯ ଟଙ୍କାରେ ମିଳୁଛି; ଜାଣନ୍ତୁ କିପରି ନେବେ ଅଫରର ଲାଭ
LPG Gas Cylinder: ଆଜି ଆମେ ଆପଣଙ୍କୁ LPG ଉପରେ ମିଳୁଥିବା ଏପରି ଏକ ଅଫର ବିଷୟରେ କହୁଛୁ ଯାହାଦ୍ୱାରା ଆପଣ ୭୬୯ ଟଙ୍କାର ଗ୍ୟାସ୍ ସିଲିଣ୍ଡରରେ ସିଧାସଳଖ ୭୦୦ ଟଙ୍କା ସଞ୍ଚୟ କରିପାରିବେ ।

୭୬୯ ଟଙ୍କାର ଏକ ଗ୍ୟାସ୍ ସିଲିଣ୍ଡର ମାତ୍ର ୬୯ ଟଙ୍କାରେ ମିଳୁଛି
- News18 Odia
- Last Updated: February 18, 2021, 10:13 AM IST
ନୂଆ ଦିଲ୍ଲୀ: ସହରଠାରୁ ଗାଁ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଏଲପିଜି ସିଲିଣ୍ଡର ବ୍ୟବହୃତ ହୁଏ । ନିକଟରେ ସରକାର ଏଲପିଜି ଦାମ୍ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହା ପରେ ସବସିଡି ବିନା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର (Gas Cylinde) ଦାମ୍ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ମାସରେ ଗ୍ୟାସ ସିଲିଣ୍ଡର ଦାମରେ ଏହା ଦ୍ୱିତୀୟ ବୃଦ୍ଧି । LPG ର ଦାମ୍ ପ୍ରଥମେ ୨୫ ଟଙ୍କା ଓ ପରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଆପଣ ଏହି ଦାମୀ ସିଲିଣ୍ଡରକୁ ମାତ୍ର ୬୯ ଟଙ୍କାରେ କିଣି ପାରିବେ । ଜାଣନ୍ତୁ ଏହି ଅଫରରେ କିପରି ଲାଭ ଉଠାଇ ପାରିବେ...
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!
ଜାଣନ୍ତୁ କିପରି ଉଠାଇବେ ଏହି ଅଫରର ଲାଭ...
ଷ୍ଟେପ୍ -୧: ଯଦି ଆପଣଙ୍କର ଫୋନରେ ପେଟିଏମ୍ ଆପ୍ ନାହିଁ ତେବେ ପ୍ରଥମେ ଡାଉନଲୋଡ୍ କରନ୍ତୁ
ଷ୍ଟେପ୍-୨: ଏହା ପରେ ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ଖୋଲନ୍ତୁ
ଷ୍ଟେପ୍ -୩: ଏହା ପରେ 'ରିଚାର୍ଜ ଏବଂ ବିଲ୍ ପେ' ଆପ୍ସନକୁ ଯାଆନ୍ତୁ
ଏହା ବି ପଢ଼ନ୍ତୁ | Ind Vs Eng: ରହାଣେଙ୍କ ଖରାପ ବ୍ୟାଟିଂ ପରେ କୋହଲି ଏହି ହୃଦୟ ଜିତିବା ପରି କଥା କହିଲେ
ଷ୍ଟେପ୍ -୪: ଏହା ପରେ 'ବୁକ୍ ସିଲିଣ୍ଡର' ଅପ୍ସନ୍ ଖୋଲନ୍ତୁ
ଷ୍ଟେପ୍ -୫: ଏହା ପରେ ଭରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇନ୍ଦନରୁ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ବାଛନ୍ତୁ
ଷ୍ଟେପ୍ -୬: ଏହା ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର LPG ID ଏଣ୍ଟ୍ରି କରନ୍ତୁ
ଷ୍ଟେପ୍ -୭: ଏହା ପରେ ଆପଣ ପେମେଣ୍ଟ ବିକଳ୍ପ ଦେଖିବେ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା
ଷ୍ଟେପ୍ -୮: ବର୍ତ୍ତମାନ ପେମେଣ୍ଟରେ ଏଣ୍ଟ୍ରି କରିବା ପୂର୍ବରୁ, ଅଫରରେ 'FIRSTLPG' ପ୍ରୋମୋ କୋଡ୍ ଲେଖନ୍ତୁ
୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ଏହି ଅଫର୍
ଯେଉଁ ଗ୍ରାହକମାନେ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ସେମାନେ ଏହି କ୍ୟାସବ୍ୟାକ୍ ୭୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।
ଗ୍ରାହକମାନେ କେବଳ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ପେଟିଏମ୍ ଏଲପିଜି ସିଲିଣ୍ଡର ବୁକିଂ କରି ଏହି କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇ ପାରିବେ । ଏହି ଅଫର ପାଇଁ ପେଟିଏମ୍ ଅନେକ ଗ୍ୟାସ୍ କମ୍ପାନୀ ସହିତ ସଂଯୋଗ ହୋଇଛି ।