News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସଂକ୍ରମଣର ସଙ୍କଟ ମଧ୍ୟରେ ଆର୍ଥିକ ସଙ୍କଟରେ (Financial Crisis) ଫସି ରହିଥିବା ଅନେକ ଲୋକ ମହଙ୍ଗାଇର ସମ୍ମୁଖୀନ ହେଉଛନ୍ତି । ପେଟ୍ରୋଲ୍ ଓ ଡିଜେଲର ଦାମ୍ (Petrol-Diesel Price Hike) ସହିତ ଏଲ୍.ପି.ଜି. ସିଲିଣ୍ଡରର ଦାମ୍ ବି (LPG Price) ଫେବୃଆରୀ ଓ ମାର୍ଚ୍ଚରେ ୧୨୫ ଟଙ୍କା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଭାରତୀୟ ତୈଳ ନିଗମ (Indian Oil Corporation, IOL) ତରଫରୁ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ ମିଶାଇ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଓ ଶାଳୀଙ୍କ ପ୍ରାଣ ଗଲାଆଇଓସି କହିଛି ଯେ ଏଲ୍.ପି.ଜି. ସିଲିଣ୍ଡରର ଦାମରେ କିଛି ହ୍ରାସ କରାଯାଇଛି । କମ୍ପାନୀ ଜଣେଇଛି ଯୋ ପ୍ରତି ସିଲିଣ୍ଡରର ଦାମ୍ ୧୦ ଟଙ୍କା କମ୍ କରାଯାଇଛି । ଏହି ନୂଆ ଦର ୧ ଏପ୍ରିଲ୍ ଠାରୁ ପ୍ରଯୁଜ୍ୟ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ରେସ୍ତୋରାଁର ବାଥରୁମ୍ରୁ ବାହାରିବା ବେଳେ ପ୍ୟାଣ୍ଟ୍ ଉଠାଇବାକୁ ଭୁଲିଗଲେ ମଲାଇକା ଅରୋଡ଼ାଗତ କିଛି ମାସ ମଧ୍ୟରେ LPG ସିଲିଣ୍ଡରର ଦାମ୍ ଏତେ ବୃଦ୍ଧି ପାଇଛି ଯେ ସାଧାରଣ ଲୋକେ ବିରକ୍ତ ହୋଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ୧୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଫେବୃଆରୀ ୪ରେ LPG ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପରେ ପୁଣି ଫେବୃଆରୀ ୧୫ରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା । ତା’ପରେ ଫେବୃଆରୀ ୨୫ ତାରିଖରେ ଆହୁରି ୨୫ ଟଙ୍କା ଓ ମାର୍ଚ୍ଚ ୧ ତାରିଖରେ ପୁଣି ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପରେ ଆଶା କରାଯାଉଥିଲା ଯେ ଏପ୍ରିଲ୍ ମାସରେ LPGର ଦର ସରକାର କମ୍ କରିବେ ।
ତୈଳ କମ୍ପାନୀଗୁଡି଼କ (Oil Companies) ପ୍ରତି ମାସର ୧ ତାରିଖରେ ସିଲିଣ୍ଡରର ନୂଆ ଦାମ୍ ସ୍ଥିର କରନ୍ତି । ଇଣ୍ଡିଆନ୍ ଅଏଲର ଘୋଷଣା ଅନୁଯାୟୀ ଏଣିକି ଏପ୍ରିଲ୍ ୧ ଠାରୁ ଆପଣଙ୍କୁ ଘରୋଇ ଏଲ୍.ପି.ଜି. ସିଲିଣ୍ଡର ପାଇଁ ୧୦ ଟଙ୍କା କମ୍ ଦେବାକୁ ପଡି଼ବ ।
ଯଦିଓ ଗତ କିଛି ମାସ ମଧ୍ୟରେ ହୋଇଥିବା ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ତୁଳନାରେ ଏହି ଦର ହ୍ରାସ ବହୁତ କମ୍, ତଥାପି ମହଙ୍ଗାଇର ସମ୍ମୁଖୀନ ହେଉଥିବା ସାଧାରଣ ଲୋକେ ଏଥିରୁ କିଛି ମାତ୍ରାରେ ଆରାମ ପାଇବେ ବୋଲି ଆଶା କରାଯାଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।