Cyclone Update: ସାବଧାନ! ଆସୁଛି ବଡ଼ ଧରଣର ବାତ୍ୟା !

Cyclone Update: ବିଶେଷଜ୍ଞଙ୍କ ଆକଳନ ବଢ଼ାଇଲା ଚିନ୍ତା। କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ମୋକା? ବାତ୍ୟାର ଗତିପଥକୁ ନେଇ ବିଭିନ୍ନ ମଡେଲଙ୍କ ମଧ୍ୟରେ ଦ୍ବନ୍ଦ୍ବ।

ଆସୁଛି ବଡ଼ ଧରଣର ବାତ୍ୟା!

ଆସୁଛି ବଡ଼ ଧରଣର ବାତ୍ୟା!

  • News18 Odia
  • Last Updated :
  • Odisha (Orissa), India
  • Share this:
Cyclone Update: ବିଶେଷଜ୍ଞଙ୍କ ଆକଳନ ବଢ଼ାଇଲା ଚିନ୍ତା। କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ମୋକା? ବାତ୍ୟାର ଗତିପଥକୁ ନେଇ ବିଭିନ୍ନ ମଡେଲଙ୍କ ମଧ୍ୟରେ ଦ୍ବନ୍ଦ୍ବ। କିଛି ମଡେଲ ମିଆଁମାର ଦେଖାଉଥିବା ବେଳେ କିଛି ମଡେଲ ବାଂଲାଦେଶ ଦେଖାଉଛନ୍ତି।

ଯଦି ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଯାଏ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ। ବାତ୍ୟାରେ ପବନର ବେଗ ବହୁ ଅଧିକ ରହିବା ଆଶଙ୍କା କରୁଛନ୍ତି ବିଭିନ୍ନ ପାଣିପାଗ ମଡେଲ। ବର୍ତ୍ତମାନ ଯାଏ ପାଣିପାଗ ବିଭାଗ ବାତ୍ୟାର ଗତିପଥ ସ୍ଥିର କରି ନାହିଁ।

ସେପଟେ ଅଧିକ ଘନୀଭୂତ ହେଇ ସୃଷ୍ଟି ହୋଇଯାଇଛି ଘୂର୍ଣ୍ଣିବଳୟ। ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୧୦ ତାରିଖରେ ବାତ୍ୟାର (Cyclone) ରୂପ ନେଇପାରେ। ବାତ୍ୟା (Cyclone Update) ନେଇ ଏଯାଏ ଚିତ୍ର ସ୍ପଷ୍ଟ ହୋଇନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡ଼ିବ ଗତିପଥ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ସକାଳେ ଲଘୁଚାପରେ ପରିଣତ ହେବ। ୯ ତାରିଖ ମଙ୍ଗଳବାର ଦିନ ଏହା ଅବପାତ ରୂପ ନେବା ସହ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗରେ ଗତି କରିବ।

ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶାର ଉପକୂଳରେ ମତ୍ସଜୀବୀଙ୍କ ପାଇଁ କୌଣସି ସତର୍କତା ଜାରି କରାଯାଇ ନଥିବାବେଳେ ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।

ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ରବିବାରଠାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ହେଲେ ବାତ୍ୟା କେଉଁଆଡ଼େ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲର ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍‌ଡି । ଆଜି ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା।

ପଢ଼ନ୍ତୁ ପୂରା ଖବର:  ଡିଏମ୍‌ଡି ରୋଗୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତ; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବ। ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିବ ବାତ୍ୟା।
Published by:Lipina Das
First published: