୧୯ ସକାଳେ ଅବପାତ ରୂପ ନେବ ଲଘୁଚାପ; ୧୯ ଓ ୨୦ ପ୍ରବଳ ବର୍ଷିବ

ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ।

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ଲଘୁଚାପର ପ୍ରଭାବ ଆସନ୍ତାକାଲି ଓ ୨୦ ତାରିଖରେ ସର୍ବାଧିକ ରହିବ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ।

ଲଘୁଚାପ ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବଙ୍ଗଳାଦେଶ ଓ ମିଆଁମାର ଉପକୂଳରେ ସକ୍ରିୟ ରହିଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ  ଗତି କରିବ। ଫଳରେ ଆସନ୍ତାକାଲି କେନ୍ଦୁଝର ଓ ମୟୁରଭଂଜରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଝାରସୁଗୁଡା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

ଏହା ସହ ନଦୀ ଅବବାହିକାରେ ମଧ୍ୟ ଅଧିକ ବର୍ଷା ହେବା ନେଇ ସୂଚନା ରହିଛି। ସୁବର୍ଣ୍ଣରେଖା, ବୈତରଣୀ  ଅବବାହିକାରେ ସବୁଠାରୁ ଅଧିକ ବର୍ଷା ଆସନ୍ତାକାଲି ହେବ। ୫୧ ମିମି ରୁ ୭୫ମିମି ପର୍ଯ୍ୟନ୍ତ ବର୍ଷା ହେବ। ସେହିଭଳି ମହାନଦୀ ଉପରମୁଣ୍ଡରେ ୩୮ ରୁ ୫୦ ମିମି ବର୍ଷା ହେବ। ବ୍ରାହ୍ମଣୀ ୩୮.୫୦ ମିମି ଓ ବୁଢ଼ାବଳଙ୍ଗ ରେ ୩୮.୫୦ମିମି  ବର୍ଷା ହେବ। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ୨୦ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ ହୋଇଛି।
Published by:Soumya Das
First published: