ସୃଷ୍ଟି ହେଉଛି ଲଘୁଚାପ; ତା’ ପ୍ରଭାବରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା

ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୭ ପ୍ରତିଶତ କମ ବର୍ଷା ହୋଇଛି। କିନ୍ତୁ ବର୍ତ୍ତମାନର ଲଘୁଚାପ ବର୍ଷାରେ ତାହା ସ୍ୱାଭାବିକ ସ୍ତରକୁ ଆସିବ ବୋଲି କହିଛି ପାଣିପାଗ କେନ୍ଦ୍ର।

ସୃଷ୍ଟି ହେଉଛି ଲଘୁଚାପ; ତା’ ପ୍ରଭାବରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 19, 2020, 10:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ’ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର।

ଦଶଟି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ, ଅନୁଗୁଳ ଜିଲ୍ଲାର ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି । କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହେବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବି ରହିଛି। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ନଅଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୧ ତାରିଖରେ ୧୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ନଅଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।


‘‘ସମୁଦ୍ର ଅଶାନ୍ତ ଥିବାରୁ ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ସମୁଦ୍ର କୂଳବର୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ।

ଗତ ୨୪ ଘଣ୍ଟାରେ ବାଲିଆପାଳରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜଘାଟରେ  ୧୫୦ ମିଲିମିଟର, ଚନ୍ଦନପୁରରେ ୧୪୩.୨, ଜଳେଶ୍ବରରେ ୧୧୫, ମାର୍ଶାଘାଇରେ ୧୧୪ ଓ କଣ୍ଟାପଡାରେ ୧୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୩ ତାରିଖରେ ପୁଣି ଏକ ଲଘୁଚାପ ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର।

ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

‘‘ବିଡ଼ିଓ ଓ ତହସିଲଦାରମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ଇରିଗେସନ, ଡ୍ରେନେଜ ଓ ପିଡବ୍ଲ୍ୟୁଡି ବିଭାଗ ଇଞ୍ଜିନିୟରମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଆଶଙ୍କା ରହିଛି। ତେଣୁ କୌଣସି ସ୍ଥାନରେ ଏଭଳି ସମସ୍ୟା ହେଲେ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଅତ୍ୟଧିକ ବର୍ଷା ଫଳରେ ଡ୍ରେନ ଚୋକ ହେବାର ସମ୍ଭାବନା ରହିଛି। ତେଣୁ ଡ୍ରେନେଜ ବିଭାଗ ସହ ସ୍ୱତନ୍ତ୍ର ଆଲୋଚନା କରାଯାଇଛି। ତୁରନ୍ତ ଡ୍ରେନେଜ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମୁତୟନ କରାଯିବ।



ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୭ ପ୍ରତିଶତ କମ ବର୍ଷା ହୋଇଛି। କିନ୍ତୁ ବର୍ତ୍ତମାନର ଲଘୁଚାପ ବର୍ଷାରେ ତାହା ସ୍ୱାଭାବିକ ସ୍ତରକୁ ଆସିବ ବୋଲି କହିଛି ପାଣିପାଗ କେନ୍ଦ୍ର।
Published by: Anand Shankar Thankur Das
First published: August 19, 2020, 10:17 PM IST
corona virus btn
corona virus btn
Loading