Low Pressure: ମେ ୫ରେ ଲଘୁଚାପ! ସୃଷ୍ଟି ହୋଇପାରେ ବଡ଼ ସାମୁଦ୍ରିକ ଝଡ଼

Low Pressure: ଅସହ୍ୟ ଗରମ ପରେ ଆଗକୁ ଆସୁଛି ଲଘୁଚାପ। ମେ’୫ରେ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Low Pressure: ମେ ୫ରେ ଲଘୁଚାପ! ସୃଷ୍ଟି ହୋଇପାରେ ବଡ଼ ସାମୁଦ୍ରିକ ଝଡ଼

Low Pressure: ମେ ୫ରେ ଲଘୁଚାପ! ସୃଷ୍ଟି ହୋଇପାରେ ବଡ଼ ସାମୁଦ୍ରିକ ଝଡ଼

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Low Pressure: ପାଣିପାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି। ଆଉ ଦିନେ ଦୁଇ ଦିନ ପରେ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ (Bay of Bengal) ଏକ ଝଡ଼ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।

ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ଏକ୍ସକ୍ଲୁସିଭ ସାକ୍ଷାତକାରରେ କହିଛନ୍ତି, ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାର ୫ ଦିନ ପୂର୍ବରୁ ଅର୍ଥାତ୍ ୧ ତାରିଖରେ ଏନେଇ ସବୁ କିଛି ସ୍ପଷ୍ଟ ହେବ।

ତେବେ ଏହାର ପ୍ରଭାବ କେବଳ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିବ। ତେଣୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏହାର ପ୍ରଭାବ ନେଇ ଆକଳନ ଆରମ୍ଭ ହୋଇଛି। କିନ୍ତୁ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ। ତେବେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସମୁଦ୍ରରେ ଯେଉଁ ସିଷ୍ଟମ ସୃଷ୍ଟି ହେବାକୁ ଯାଉଛି ତାହା କୁଆଡ଼େ ଗତି କରିବ, କେଉଁ ସ୍ଥଳଭାଗକୁ ଛୁଇଁବ, କେଉଁ ସ୍ଥଳଭାଗରେ କେତେ ପରିମାଣରେ ବର୍ଷା ହେବ, କେଉଁଠି କେତେ ପବନ ହେବ ସେନେଇ ପାଣିପାଗ ବିଭାଗର ତର୍ଜମା ଆରମ୍ଭ ହୋଇଯାଇଛି।

ସାରା ବିଶ୍ବରେ ପାଣିପାଗ ଉପରେ ଆକଳନ ପାଇଁ ୫ ଦିନ ପୂର୍ବରୁ ଯେଉଁ ଲକ୍ଷଣ ଦେଖାଯାଏ ତାକୁ ନେଇ ପୂର୍ବାନୁମାନ କରାଯାଇଥାଏ। ଏ କ୍ଷେତ୍ରରେ ମଧ୍ୟ ୧ ତାରିଖରେ ଅନେକ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

ଭାରତୀୟ ପାଣିପାଗ ବିଭାଗ ନିଜ ବୁଲେଟିନରେ କହିଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପର ଆକାଶରେ ଯେଉଁ ଲକ୍ଷଣ ଦେଖାଯାଉଛି ତାହା ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପର ଆକାଶରେ ସ୍ପଳ୍ପ ଓ ମଧ୍ୟମ ଧରଣର ବାଦଲ ବିକ୍ଷିପ୍ତ ହୋଇ ରହିଛି।

ବଙ୍ଗୋପସାଗରରେ ସାଧାରଣତଃ ତିନୋଟି ଋତୁରେ ଲଘୁଚାପ, ଅବପାତ କିମ୍ବା ବାତ୍ୟା ସୃଷ୍ଟି ହୋଇଥାଏ। ଏହା ପ୍ରି-ମନସୁନ, ମନସୁନ ଓ ପୋଷ୍ଟ-ମନସୁନ ସିଜନରେ ହୋଇଥାଏ। ଏପ୍ରିଲରୁ ମେ, ଜୁନରୁ ସେପ୍ଟେମ୍ବର, ଅକ୍ଟୋବରରୁ ଡିସେମ୍ବରରେ ଏହି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥାଏ। କିନ୍ତୁ କେବେଳ ବାତ୍ୟା ଏପ୍ରିଲରୁ ଜୁନ୍ ଭିତରେ ହୋଇଥାଏ, ପୁଣି ଅକ୍ଟୋବରରୁ ଡିସେମ୍ବରରେ ହୋଇଥାଏ। ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ବଙ୍ଗୋପସାଗର ଓ ଆରବ ସାଗରରେ।
ତାହା ଭିତରୁ ତିନୋଟି ବାତ୍ୟ ପୋଷ୍ଟ-ମନସୁନ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏବଂ ଗୋଟିଏରୁ ଦୁଇଟି ବାତ୍ୟା ମନସୁନ ସିଜନ ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ହୋଇଥାଏ।
Published by:Lipina Das
First published: