ଆସୁଛି ୨ଟି ଲଘୁଚାପ; ଆସନ୍ତ ୨୦ ପର୍ଯ୍ୟନ୍ତ ରାଜ୍ୟକୁ ମିଳିବ ଭଲ ବର୍ଷା

ଅଗଷ୍ଟ ୭ରେ ହେବ ପ୍ରଥମ ଲଘୁଚାପ। ଯାହା ସୁଦୃଶ ଲଘୁଚାପର ରୂପ ନେଇପାରେ। ଭଲ ବର୍ଷିବ। ଏହା ପରେ ୧୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା।

ଆସୁଛି ୨ ଟି ଲଘୁଚାପ

ଆସୁଛି ୨ ଟି ଲଘୁଚାପ

  • Share this:
News18 Odia Digital

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ପ୍ରଭାବରେ ସକ୍ରିୟ ହେବ ମୌସୁମୀ ବାୟୁ। ରାଜ୍ୟକୁ ମିଳିବ ପୁଣି ଭଲ ବର୍ଷା। ଅସହ୍ୟ ଗରମ ଗୁଳୁଗୁଳିରୁ ମିଳିବ ନିସ୍ତାର। ଆସନ୍ତା ୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୫ଟି ଜିଲ୍ଲା ଓ ୮ରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବଢ଼ିବନି ନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା।

ସକ୍ରିୟ ହେବ ମୌସୁମୀ ବାୟୁ। ଆସୁଛି ଲଘୁଚାପ। ଆଜି ପଶ୍ଚିମ-କେନ୍ଦ୍ରୀୟ ତତ-ସଂଲଗ୍ନ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ଏକ ଘୁର୍ଣ୍ଣିବଳୟ ଓ ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୪.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଆସନ୍ତା ୭ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୭ ଓ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ତେବେ ଆସନ୍ତାକାଲି ଠାରୁ ପାଣିପାଗର ମିଯାଜ ବଦଳିବା ନେଇ ସୂଚନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ସେହିପରି ୬ ତାରିଖ ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଲେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେବେ ନଦୀ ଜଳସ୍ତର ବୃଦ୍ଧି ପାଇବ ନାହିଁ କି ବନ୍ୟା ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ବର୍ତ୍ତମାନ ଆକଳନ କହୁଛି।
ଆଗକୁ ଲଘୁଚାପ ସୃଷ୍ଟି ହେଲେ ଏ ନେଇ ଆହୁରି ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛି। ଏହା ବ୍ୟତୀତ ଦୁର୍ବଳ ମୌସୁମୀ ପାଇଁ ବନ୍ଦ ପଡ଼ିଥିବା ଚାଷବାସ କାମ ମଧ୍ୟ ପୁଣି ଆଗକୁ ବଢ଼ିବ ବୋଲି ଆଶା ଦେଖାଦେଇଛି। ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜଧାନୀ ଭୁବନେଶ୍ୱର ଦେଇ ଅତିକ୍ରମ କରୁଥିବାରୁ ରାଜଧାନୀରେ ବର୍ଷା ହୋଇଛି।

ବର୍ତ୍ତମାନ ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁଁହା ହେଉଛି, ଫଳରେ ମୌସୁମୀ ବାୟୁ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଆସନ୍ତା ୭ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେବ ଏହାର ପ୍ରଭାବରେ ୮ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଉତ୍ତର ଠୁ ଉପକୂଳ ଓ ଦକ୍ଷିଣରୁ ପଶ୍ଚିମ ସବୁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ପରେ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହୁଛି। ପ୍ରଭାଵରେ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଭଲ ବର୍ଷା ହେବାର ଆଶଙ୍କା ରହୁଛି। ମୋଟାମୋଟି ୫ ରୁ ୨୦ ରାଜ୍ୟକୁ ଭଲ ବର୍ଷା ମିଳିବାର ସଙ୍କେତ ଦେଖିବାକୁ ମିଳୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଗତ ୨୮ ତାରିଖରୁ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨% କମ ବର୍ଷା ହୋଇଛି। ୭ ଜିଲାରେ ନିଆଣ୍ଟିଆ ବର୍ଷା ନେଇ ବଢ଼ିଛି ଚିନ୍ତା। ତେବେ ଆଗାମୀ ଲଘୁଚାପ ନିଆଣ୍ଟିଆ ବର୍ଷା ଦୂର କରିବା ସହ ଚାଷବାସରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।
Published by:Lipina Das
First published: