ଏଥର ଭିଜିବ ଦଶହରା; ଅକ୍ଟୋବର ୧ରେ ଘୂର୍ଣ୍ଣିବଳୟ ସମ୍ଭାବନା

ଏଥର ପୂଜା ମାହୋଲକୁ ଫିକା କରିବ ଲଘୁଚାପ ବର୍ଷା। ୧ ଅକ୍ଟୋବର ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି ।

ଅକ୍ଟୋବର ୧ ତାରିଖ ରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ

ଅକ୍ଟୋବର ୧ ତାରିଖ ରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଭୁବନେଶ୍ୱର: ଅକ୍ଟୋବର ମାସରେ ଏଥର ହେବ ଭଲ ବର୍ଷା। ଦୁଇବର୍ଷ ପରେ ଦଶହରା କୁ ବେଶ ଆଗ୍ରହର ସହ ସମସ୍ତେ ଅପେକ୍ଷା କରିଥିବାବେଳେ ଏଥର ପୂଜା ମାହୋଲକୁ ଫିକା କରିବ ଲଘୁଚାପ ବର୍ଷା। ମାସ ଆରମ୍ଭ ରୁ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି। ୧ ଅକ୍ଟୋବର ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା କ୍ରମେ ଘନୀଭୂତ ହେବା ନେଇ ଆକଳନ କରାଯାଉଛି। ଫଳରେ ୧ ତାରିଖ ରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ବାତ୍ୟା ନୋରୁ ର ଅବଶିଷ୍ଟାଂଶ ପ୍ରଶାନ୍ତ ମହାସାଗରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର କୁ ଆସିବ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ। ୨ ତାରିଖ ରୁ ବର୍ଷାର ପରିମାଣ ବଢିବା ସହ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ଏହାସହ ୨୯ ଓ ୩୦ ତାରିଖ ରେ ଘଡଘଡି ବର୍ଷା ସର୍ବାଧିକ ରହିବ। ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଅକ୍ଟୋବର ମାସରେ ସିରିଜ ଲଘୁଚାପ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଅକ୍ଟୋବର ୧ ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ୨ ତାରିଖ ସୁଦ୍ଧା ଲଘୁଚାପ ରେ ପରିଣତ ହେବ। ଯାହାର ପ୍ରଭାବରେ ୨ ରୁ ୪ ତାରିଖ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ସାରା ରାଜ୍ୟରେ ଏହାର ପ୍ରଭାବ ୬ ତାରିଖ ପର୍ଯ୍ୟନ୍ତ ରହିବ। ଏହା ପରେ ୧୦ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଯାହା ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା କରାଇବ। ଏହା ମଧ୍ୟରେ ରାଜ୍ୟରୁ ମୌସୁମୀ ପ୍ରତ୍ୟବର୍ତନ ନେଇ ମଧ୍ୟ ପାଗ ଅନୁକୂଳ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଏହା ପରେ ୧୫ ତାରିଖ ବେଳକୁ ଯେଉଁ ଘୁର୍ଣ୍ଣିବଳୟ ଆସିବ ତାହା ଅଧିକ ଶକ୍ତିଶାଳୀ ବା ଘନୀଭୂତ ହେବାର ସମ୍ଭାବନା ରହିହି। ସାଧରଣତଃ ମୌସୁମୀ ଫେରିବା ପରେ ବଙ୍ଗୋପସାଗର ଯେଉଁ ସିଷ୍ଟମ ଆସେ ତାହା ବାତ୍ୟା ର ରୂପ ନିଏ। ଏଣୁ ୧୫ ପରେ ଯେଉଁ ଲଘୁଚାପ ଆସିବ ତାହା ଉପରେ ନଜର ରହିଛି ଯେ ଏହା କେତେ ଘନୀଭୂତ ହେବ ଓ କେତେ ପରିମାଣର ବର୍ଷା କରାଇବ।
Published by:Soumyashree Mishra
First published: