ପ୍ରେମକୁ ସ୍ୱୀକୃତି ମିଳିଲାନି; ବନ୍ଦ ଘରେ ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

'ପୁଣି ଦେଖାହେବ ଆର ଜନମରେ' ଦୁହେଁ ବିବାହିତ । ପ୍ରେମ ପାଇଁ ନିଜ ସଂସାରକୁ ଛାଡି ଭୁବନେଶ୍ୱରରେ ଏମାନେ ଏକାଠି ହୋଇଥିଲେ । କିନ୍ତୁ ସମାଜ ଏମାନଙ୍କ ପ୍ରେମକୁ ଗ୍ରହଣ କଲା ନାହିଁ । ତେଣୁ ବିଷ ପିଇ ଆତ୍ମହତ୍ୟା କରିବା ରାସ୍ତାକୁ ବାଛିନେଲେ ।

ପ୍ରେମକୁ ସ୍ୱୀକୃତି ମିଳିଲାନି; ବନ୍ଦ ଘରେ ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପ୍ରେମକୁ ସ୍ୱୀକୃତି ମିଳିଲାନି; ବନ୍ଦ ଘରେ ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର-: ରାଜ୍ୟ ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବନ୍ଦ ଘରେ ବିଷ ପିଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଭରତପୁର ଥାନା ପୋଲିସ ପହଂଚି ମୃତଦେହକୁ ଏମ୍ସ ହସ୍ପିଟାଲ ପଠାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଦୁଇ ପ୍ରେମୀ ଯୁଗଳ ରୁହନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରେମୀ ଯୁଗଳ ବିଷ ପିଇଥିବା ବେଳେ ଏମ୍ସ ହସ୍ପିଟାଲରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନୟାଗଡ଼ର ସୋମନାଥ ସାହୁ ଓ ଢେଙ୍କାନାଳର ସୁଲୋଚନା ନାୟକ । ଉଭୟ ପୂର୍ବରୁ ବିବାହିତ । ଫୁଲେଶ୍ବରୀ ବସ୍ତିରେ ସୋମନାଥ ଏକୁଟିଆ ରହୁଥିବା ବେଳେ କିଛିଦିନ ହେବ ସୁଲୋଚନାଙ୍କୁ ଆଣି ପାଖ ଘରେ ରଖିଥିଲେ । ଗତକାଲି କୌଣସି କାରଣ ପାଇଁ ଉଭୟ ବିଷ ପିଇଥିଲେ । ତେବେ କେଉଁ କାରଣ ପାଇଁ ଉଭହ ବିଷ ପିଇ ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁଛି ପୋଲିସ ।

ସୋମନାଥ ବିବାହିତ ଥିବାବେଳେ ତାଙ୍କର ଏକ ପୁଅ ଅଛି । ସେ ଫୁଲେଶ୍ବରୀ ବସ୍ତିରେ ରହି ଡ୍ରାଇଭର ଭାବେ କାମ କରନ୍ତି । ସେହିଭଳି ଗତକିଛି ହେବ ସୁଲୋଚନାଙ୍କୁ ଆଣି ପାଖ ରୁମରେ ରଖିଥିଲେ । ସୁଲୋଚନା ମଧ୍ୟ ବିବାହିତା ଥିଲେ । ତେବେ ଉଭୟଙ୍କ ପ୍ରେମକୁ ପରିବାର ଲୋକେ ସ୍ୱୀକୃତି ନଦେବାରୁ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି । ଖବର ପାଇ ସୋମନାଥଙ୍କ ପରିବାର ଲୋକେ ମୃତଦେହକୁ ନେଇ ଯାଇଥିବା ବେଳେ ସୁଲୋଚନାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

ରାଜଧାନୀରେ ଆତ୍ମହତ୍ୟା ଥମିବାରେ ନାଁ ଧରୁନି । ଚଳିତବର୍ଷ ଏବେସୁଧା ରାଜଧାନୀରେ ୨୪୦ରୁ ଅଧିକ ଜଣ ଆତ୍ମହତ୍ୟା କରିଥିବା କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଯାହା ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି ।
Published by:Soubhagya Mishra
First published: