- News18 Odia
- Last Updated :
- Balangir, India
News18 Odia Digital
ପ୍ରେମ ପଥରେ ଗୋଲାପ ଫୁଲ ନୁହଁ କଣ୍ଟା ଅଧିକ ଥାଏ । ଆଉ ଏହି ସଂଘର୍ଷରେ ଯିଏ ସଫଳ ହୁଏ ସିଏ ପ୍ରେମଗନ୍ଥରେ ନିଜ ପାଇଁ ନୂଆ ଅଧ୍ୟାୟ ଲେଖନ୍ତି । ଯିଏ ହାରିଯାଆନ୍ତି ସେମାନେ ପ୍ରେମ ମାନେ ପରସ୍ପର ସହ ବିବାହ ନୁହଁ ଭାବି ନିଜ ନିଜ ବାଟ ଅଲଗା ବାଛି ନିଅନ୍ତି । ହେଲେ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ସମାଜର ବିରୋଧକୁ ସାମନା କରିନପାରି ଜୀବନ ହାରିବାର ନିଷ୍ପତ୍ତି ନିଅନ୍ତି । ଏକାଠି ବଞ୍ଚି ପାରିଲେ ନାହିଁ କିନ୍ତୁ ଏକାଠି ମରିବାର ଅଧିକାର ତାଙ୍କଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ ଏହା ପ୍ରମାଣିତ କରିବାକୁ ମୃତ୍ୟୁକୁ ବାଛି ନିଅନ୍ତି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମାଢ଼େକେଲା ଗ୍ରାମରେ ।
ସୂଚନା ମୁତାବକ ସଇଁତଳା ବ୍ଲକ କେଛୋମୁହାଣ ଗାଁର ମନୀଷା ତୁଷୁରା ମାଢେକେଲା ଗାଁର ସମ୍ପର୍କୀୟ ମାମୁଁ ରାଜକୁମାର ବାଗ୍ ମଧ୍ୟରେ କିଛି ବର୍ଷ ଆଗରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମନୀଷା ନିଜ ମାମୁଁ ଘର ନୂଆପଡ଼ା ପାଖ କଲେଜରେ ଯୁକ୍ତ ତିନି ପଢୁଥିଲେ । ସୋମବାର ଉଭୟ ଦେଖାହେବା ବାହାନାରେ କଲେଜକୁ ଆସିଥିଲେ, ପରେ ଉଭୟ ପ୍ରେମୀଯୁଗଳ କୌଣସି କାରଣରୁ ସାଙ୍ଗରେ ନେଇ ଥିବା ବିଷ ପିଇ ଦେଇ ଥିଲେ । ମରଣକୁ ବରଣ କରିବା ପରେ ନିଜ ସାଙ୍ଗକୁ ଫୋନ୍ରେ ଏକଥା ଜଣଇ ମଧ୍ୟ ଥିଲେ । ଉଭୟଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେବା ବାଟରେ ପ୍ରେମିକ ରାଜକୁମାରଙ୍କ ମୃତ୍ୟୁ ହୋଇ ଥିବା ବେଳେ ଆଜି ବୁର୍ଲାରେ ପ୍ରେମିକା ମନୀଷାଙ୍କ ଆଖି ବୁଜିଛନ୍ତି ।
ପ୍ରେମକୁ ସ୍ବୀକୃତି ଦେବାକୁ ସମାଜ ସାଜିଲା ବାଧକ, ଆଉ ଏଥିରେ ଅତିଷ୍ଠ ହୋଇ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ସମାଜ ଓ ସମ୍ପର୍କୀୟ ସହ ଲଢ଼େଇରେ ହାରି ଯାଇ କଠୋର ନିଷ୍ପତ୍ତି ନେଇ ପ୍ରାଣ ହାରିଲେ ଯୁବକ ଯୁବତୀ । ଏହି ଘଟଣାକୁ ନେଇ ସଂପୃକ୍ତି ଅଞ୍ଚଳରେ ଶୋକରବାତାବରଣ । ଜୀବନ ବଞ୍ଚିବାକୁ, ପରିବାରୁ ଲୋକଙ୍କୁ ବୁଝାଇବାକୁ, ବିକଳ୍ପ ବାଟ ବାହାର କରି ନୂଆ ଆରମ୍ଭ କଥା ଚିନ୍ତା କରିବା ଛାଡ଼ି କାହିଁକି ଏତେ କମ୍ ବୟସରେ ମୃତ୍ୟକୁ ବାଛିନେଲେ ସେକଥା ମନେ ପକାଇ କାନ୍ଦୁଛନ୍ତି ବନ୍ଧୁବର୍ଗ । ସେପଟେ ଏହି ଖବର ପାଇବା ପରେ ତୁଷୁରା ପୋଲିସ ଘଟଣାର ତନାଘନା ଆରମ୍ଭ କରି ଦେଇଛି ।
Published by:nihar panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।