ଆନ୍ଧ୍ରରୁ ଆସି ଶ୍ରୀକ୍ଷେତ୍ରରେ ବିଷ ପିଇଲେ ପ୍ରେମିଯୁଗଳ; ହୋଟେଲରେ ରହୁଥିଲେ ଏକାଠି
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ହୋଟେଲରେ ପ୍ରେମିଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ l କୌଣସି କାରଣ ପାଇଁ ଉଭୟ ବିଷ ପିଇଥିବା ସୂଚନା ମିଳିଛି l ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି l ଆତ୍ମହତ୍ୟା ପାଇଁ ପ୍ରୟାସ କରିବାର ପ୍ରକୃତ କାରଣ ଜଣାପଡ଼ିନାହିଁ l ପ୍ରେମିକ ଅଧିକ ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି l
ଗତ ଚାରି ଦିନ ପୂର୍ବରୁ ସିଟି ରୋଡ ସ୍ଥିତ ତିରୁପତି ହୋଟେଲରେ ପ୍ରେମିଯୁଗଳ ରହିଥିଲେ l ପ୍ରେମିଯୁଗଳଙ୍କ ଘର ହେଉଛି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ l ଆଜି ସକାଳୁ ୫ ଟାରେ ଉଭୟ ହୋଟେଲରୁ ଚେକ ଆଉଟ୍ ହେବାର ଥିଲା । କିନ୍ତୁ ଉଭୟ ଚେକ ଆଉଟ କରିବାର ବିଳମ୍ବ ହେବାରୁ ହୋଟେଲ କର୍ମଚାରୀ କଲିଂ ବେଲ ମାରିବାରୁ କେହି କବାଟ ଖୋଲିନଥିଲେ l ଯାହା ଫଳରେ ହୋଟେଲ କର୍ମଚାରୀ ଦୁଆର ବାଡ଼େଇକି ଖୋଲିବାରୁ ଉଭୟ ପ୍ରେମୀ ଯୁଗଳ ବିଷ ପିଇ ଖଟ ଉପରେ ପଡିରହିଥିଲେ l ସଙ୍ଗେ ସଙ୍ଗେ ହୋଟେଲ କର୍ତ୍ତୃପକ୍ଷ ସମୁଦ୍ରକୂଳ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଇଥିଲା l ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତରଣ କରାଯାଇଥିବାବେଳେ ପ୍ରେମିକା ପୁରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଉଭୟେ ସୁସ୍ଥ ହେବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରିବ ବୋଲି ଜଣାପଡିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।