ପ୍ରେମ ହେଲା କାଳ; ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାକୁ ଛୁରାମାଡ଼ କଲା ପ୍ରେମିକ 

R_OR_RGDA_02MAR_STUDENT ATTACK_DIGITAL_GAJAMOHA 

 ପ୍ରେମ ହେଲା କାଳ; ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାକୁ ଛୁରାମାଡ଼ କଲା ପ୍ରେମିକ 

ପ୍ରେମ ହେଲା କାଳ; ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାକୁ ଛୁରାମାଡ଼ କଲା ପ୍ରେମିକ 

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ରାୟଗଡ଼ା : ପ୍ରେମ ହେଲା କାଳ । ତ୍ରିକୋଣୀୟ ପ୍ରେମକୁ ନେଇ ଯୁକ୍ତଦୁଇ ଛାତ୍ରୀଙ୍କ ବେକରେ ଛୁରାମାଡ଼ କଲା ପ୍ରେମିକ । ଘଟଣା ସ୍ଥଳରୁ ଅଭିଯୁକ୍ତ ପ୍ରେମିକ ଫେରାର ହେବାକୁ କରିଥିଲା ଚେଷ୍ଟା । କିନ୍ତୁ ସେହି ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ କରାଯାଇ ପୋଲିସ ଜିମା ଦିଆଯାଇଛି । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଗୁମୁଡ଼ା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥ ରାସ୍ତା ନିକଟରେ । ଛାତ୍ରୀ ଜଣକୁ ଏଭଳି ଛୁରାମାଡ଼ ହୋଇଥିବାରୁ ଉକ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ମଧ୍ୟ ଦେଖା ଦେଇଛି ।

ପରେ ଛାତ୍ରୀ ଜଣକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ପ୍ରଥମେ ପଦ୍ମପୁର ମେଡିକାଲ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ସେ ଅଚେତ ହେବା ସହ ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରା ଉଚରା କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ତ୍ରିକୋଣୀୟ ପ୍ରେମିକକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରିଛି ପୋଲିସ ।

ନିହାରିକା ମହାନ୍ତି ନାମକ ଯୁକ୍ତଦୁଇ ଗୁରୁତର ଛାତ୍ରୀ ଓ ଅଭିଯୁକ୍ତ ପ୍ରେମିକ ତ୍ରିମୂଳା ରାଓ ଉଭୟ ବିଷମକଟକ ବ୍ଲକ ସଦର ମହକୁମାର ବୋଲି ଜଣା ପଡ଼ିଛି । ଛାତ୍ରୀ ଜଣକ ଦୀର୍ଘ ୩ବର୍ଷ ପୂର୍ବରୁ ଅଭିଯୁକ୍ତ ତ୍ରିମୂଳା ରାଓଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ତ୍ରିମୂଳ ଛାତ୍ରୀଙ୍କ ସହ କରିଥିବା ଅଶୀଳ ଭିଡିଓ ଗୁଡ଼ିକୁ ନେଇ ସେ ଛାତ୍ରୀଙ୍କୁ ବ୍ଲାକମେଲ୍‌ କରୁଥିଲେ । ଯାହାକୁ ନେଇ ଛାତ୍ରୀ ଜଣକ ଓ ଅଭିଯୁକ୍ତଙ୍କ ମଧ୍ୟରେ ଦୀର୍ଘ ୬ ମାସ ଧରି ଲାଗି ରହିଥିଲା ବିବାଦ । ପରେ ଛାତ୍ରୀ ଜଣକ ଅଭିଯୁକ୍ତ ତ୍ରିମୁଳା ସହ ପ୍ରେମ ସମ୍ପର୍କ ରଖିବା ପାଇଁ ମନା କରିଦେଇଥିଲେ ।

ପଢନ୍ତୁ ଏହି ଖବର ଁ: http://Super cow from china: ୧୪୦ ଲିଟର କ୍ଷୀର ଦେବ ଚାଇନା ଗାଈ !

ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ତାଙ୍କ ସହ ଦେଖା ସାକ୍ଷାତ କରିବା ସହ କଥା ହେବା ମଧ୍ୟ ବନ୍ଦ କରିଦେଇଥିଲେ । ପରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ଘରକୁ ଯାଇ ଧମକ ମଧ୍ୟ ଦେଇଥିବା ସହ ଓ ଛାତ୍ରୀଙ୍କ ବାପା ମା’ଙ୍କ ସହ ମଧ୍ୟ ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ କିଛିଦିନ ଧରି ଅଭିଯୁକ୍ତ ମାନସିକ ଚିନ୍ତାରେ ରହିଥିଲେ । ଏହି ବିବାଦ ମଧ୍ୟରେ ଛାତ୍ରୀ ଜଣକ ଅନ୍ୟଜଣେ ଯୁବକ ସହ କଥାବାର୍ତ୍ତା ଓ ବୁଲାବୁଲି କରୁଥିଲେ । ଏହା ଜାଣିବା ପରେ ଅଭିଯୁକ୍ତ ନିଜର ମାନସିକ ଜ୍ଞାନ ହରାଇ ଗତ ୮ ଦିନ ଧରି ଛୁରୀ ଧରି ବୁଲିବା ସହ ହତ୍ୟା କରିବା ପାଇଁ ପ୍ଲାନ କରୁଥିଲେ ।

ଆଜି ନିଜ ସାଙ୍ଗ ଅଜୟ ଲିମା ଓ ଅଭିଯୁକ୍ତ ତ୍ରିମୁଳା ମିଶି ଦ୍ରୁପତି ବିଦ୍ୟାପିଠ ଯାଇଥିଲେ । ଆଉ ଆଜି ଛାତ୍ରୀ ଜଣକ ପରୀକ୍ଷା ସାରି ନିଜେ ସାଙ୍ଗମାନଙ୍କ ସହ ଫେରୁଥିବା ଜଗନ୍ନାଥ ରାସ୍ତାରେ କଡ଼ରେ ଜଗି ରହିଥିଲେ ଅଭିଯୁକ୍ତ ଓ ତାଙ୍କ ସାଙ୍ଗ । ଛାତ୍ରୀ ଜଣକ ନିକଟତର ହେବା ପରେ ତାଙ୍କ ନିକଟକୁ ଯାଇଥିଲେ । ଏହା ପରେ ଅନ୍ୟ ଯୁବକ ସାଙ୍ଗରେ ପ୍ରେମ ସମ୍ପର୍କ ରଖିଥିବା ନେଇ ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତ ନିଜ ପକେଟରେ ରଖିଥିବା ଛୁରୀ ସାହାଯ୍ୟରେ ଛାତ୍ରୀଙ୍କ ଗଳାକାଟି ଦେଇଥିଲେ । ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । କିନ୍ତୁ ସ୍ଥାନୀୟ ଲୋକେ ତାକୁ କାବୁ କରି ପୋଲିସକୁ ସୂଚନା ଦେବା ସହ ଜିମା ଦେଇଥିଲେ । ତେବେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି ।  ରାୟଗଡ଼ାରୁ ଗଜମୋହନ ଗରଡ଼ିଆଙ୍କ ରିପୋର୍ଟ ନ୍ୟୁଜ୍ ୧୮ ଓଡ଼ିଆ ।
First published: