News 18 Odia Digital
ବଲାଙ୍ଗିର: ଦେଓଗାଁ ବ୍ଳକ କୁଠୁର୍ଲା ଗାଁରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା । କାରଣ ଦୃଶ୍ୟଟି ହିନ୍ଦୀ ଚଳଚ୍ଚିତ୍ର 'ଶୋଲେ' (sholay film)ର ଅଭିନେତା ଧର୍ମେନ୍ଦ୍ର ବସନ୍ତୀକୁ ଭଲ ପାଉଥିବାର ଦୃଶ୍ୟ ସହ ମେଳ ଖାଉଥିବା ଲୋକେ ପ୍ରକାଶ କରିଛନ୍ତି । ତେବେ ପ୍ରେମକୁ ନେଇ ଘଟିଥିବା ଏହି ଘଟଣାରେ ଏପରି କଣ ହୋଇଥିଲା ଆସନ୍ତୁ ଜାଣିବା ।
କୁଠୁର୍ଲା ଗାଁର ଯୁବକ ପିଣ୍ଟୁ ହରପାଲ ଜଣେ ଯୁବତୀକୁ ପ୍ରେମ (love) କରୁଥିଲେ । ପ୍ରେମ ଜନିତ କାରଣ ତଥା ପ୍ରେମିକାଙ୍କୁ ପାଇବା ପାଇଁ ଚାହୁଁଥିଲେ ପ୍ରେମିକ ପିଣ୍ଟୁ । ତେବେ ହଠାତ୍ ମୁଣ୍ଡକୁ ଆସିଥିଲା ଏକ ଭିନ୍ନ ଚିନ୍ତାଧାରା । ପରେ ଗାଁର ସୁଉଚ୍ଚ ପାଣି ଟାଙ୍କି ଉପରେ ଚଢିଯାଇ ଭିଡିଓ କଲ (video call)ରେ ନିଜ ସାଙ୍ଗକୁ ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ । ନିଜ ପ୍ରେମିକାକୁ ନ ପାଇଲେ ଜୀବନ ହାରିଦେବ ବୋଲି କହିଥିଲେ ପ୍ରେମିକ ପିଣ୍ଟୁ । ଏହା କହିବାର କିଛି ସମୟ ପରେ ପାଣି ଟାଙ୍କି ଭିତରକୁ ପଶି ଯାଇଥିଲେ ପିଣ୍ଟୁ । ତାପରେ ଆରମ୍ଭ ହୋଇଥିଲା ହାଇ ଭୋଲଟେଜ୍ ଡ୍ରାମା ସିନ୍ ।
ସାଙ୍ଗ ଜଣକ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ପୋଲିସକୁ ଫୋନ କରିବା ସହ ଗାଁ ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ତଳକୁ ଓହ୍ଲାଇବା ପାଇଁ ଯେତେ କହିଲେ ମଧ୍ୟ ପିଣ୍ଟୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଲୋକେ ସାଙ୍ଗେ ସାଙ୍ଗେ ପାଣି ଟାଙ୍କିର ନିଷ୍କାସନ ଭାଲଭକୁ ଖୋଲି ଦେବା ସହ ଅଗ୍ନିଶମ ବିଭାଗ (fire department)କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଆସିବା ପରେ ମଧ୍ୟ ପୋଲିସ (police) ଓ ଗ୍ରାମବାସୀଙ୍କୁ ବେଶ୍ ଦୁଇ ଘଣ୍ଟା ଧରି ନାକେଦମ ହେବାକୁ ପଡିଥିଲା । କାରଣ ପିଣ୍ଟୁ ପାଣି ଟାଙ୍କିର ଭିତରପଟୁ ବନ୍ଦ କରି ଦେଇଥିଲା । ତାକୁ ଉଦ୍ଧାର କରିବା ପାଇଁ ଗାଁ ଲୋକେ, ପୋଲିସ, ଦମକଳବାହିନୀ ଖୁବ୍ ପ୍ରୟାସ କରିଥିଲେ । ପରେ ତାକୁ ଉଦ୍ଧାର କରି ଦେଓଗାଁ ସରକାରୀ ଡାକ୍ତରଖାନା (medical)ରେ ଭର୍ତ୍ତି କରାଇଛନ୍ତି । ତେବେ ଏ ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଥିବାରୁ ସମସ୍ତେ ଶୋଲେ ଫିଲ୍ମର ଲୋକାଲ୍ ଭର୍ସନ ବୋଲି କହୁଛନ୍ତି ।
ଏହି ଖବର ପଢ଼ନ୍ତୁ -
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।