ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ, ତାପରେ ଶାରୀରିକ ସମ୍ପର୍କ, ଶେଷରେ ଧୋକା ଦେଇ ପ୍ରେମିକ ଫେରାର

ଅଭିଯୋଗକୁ ମାସେ ପୁରିଲା, ମାତ୍ର ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ବେଳେ ନିଜ ଜୀବନ ପ୍ରତି ବିପଦ ଥିବାରୁ ଏସ୍‌ପିଙ୍କ ଦ୍ଵାରସ୍ଥ ହେଇଛନ୍ତି ପୀଡ଼ିତା ଯୁବତୀ I

ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ, ତାପରେ ଶାରୀରିକ ସମ୍ପର୍କ, ଶେଷରେ ଧୋକା ଦେଇ ପ୍ରେମିକ ଫେରାର
ଅଭିଯୋଗକୁ ମାସେ ପୁରିଲା, ମାତ୍ର ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ବେଳେ ନିଜ ଜୀବନ ପ୍ରତି ବିପଦ ଥିବାରୁ ଏସ୍‌ପିଙ୍କ ଦ୍ଵାରସ୍ଥ ହେଇଛନ୍ତି ପୀଡ଼ିତା ଯୁବତୀ I
  • News18 Odia
  • Last Updated: November 3, 2019, 6:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କୁଳିଅଣା (ମୟୂରଭଞ୍ଜ): ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ ଆଉ ପ୍ରେମ ପରେ  ବିଭାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଶେଷରେ ଧୋକା ଦେଇ ଫେରାର ହୋଇଗଲା ପ୍ରେମିକ I ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଆଣା ଥାନା ଅଞ୍ଚଳରେ I

ଅଭିଯୋଗକୁ ମାସେ ପୁରିଲା, ମାତ୍ର ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ବେଳେ ନିଜ ଜୀବନ ପ୍ରତି ବିପଦ ଥିବାରୁ ଏସ୍‌ପିଙ୍କ ଦ୍ଵାରସ୍ଥ ହେଇଛନ୍ତି ପୀଡ଼ିତା ଯୁବତୀ I

ମୟୂରଭଞ୍ଜ ଜିଲ୍ଲା କୁଳିଆଣା ଥାନା ଗାଙ୍ଗରାଜର ସୁକଦେବ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ  ଆଣିଛନ୍ତି ଜଣେ ଯୁବତୀ I  ସେ ଯୁବତୀ ଜଣକୁ ପ୍ରେମଜାଲରେ ଫସାଇବା ପରେ ତା ସହ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଯାଇଛି ବୋଲି ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି I



୨୦୧୭ ମସିହାରେ ସମୃକ୍ତ ଯୁବତୀ ଜଣକ ବାରିପଦାରେ ପାଠ ପଢୁ଼ଥିବା ବେଳେ ଫେସ୍‌ବୁକ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି଼ ଉଠିଥିଲା । ସମୃକ୍ତ ଯୁବକ ଜଣକ କୁଳିଆଣା ଥାନା ଗାଙ୍ଗରାଜ ଅଞ୍ଚଳର ସୁକଦେବ ସିଂ । ସେ କଟକ ଜିଲ୍ଲା ଆଠଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟରତ I

୨୦୧୮ ମସିହାରେ ଯୁବତୀ ଜଣକ ବାରିପଦାରେ ଏକ ଘରୋଇ ମେସ୍‌ରେ ରହିବା ସମୟରେ ଯୁବକ ସୁକଦେବ ସିଂ ତାଙ୍କୁ ଦେଖାକରିବା ବାହାନରେ ମେସ୍‌କୁ ପଶି ପାଣି ପିବା ବାହାନାରେ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ I ବିବାହ କରିବାକୁ ସମ୍ପୃକ୍ତ ଯୁବତୀ ବାଧ୍ୟ କରିବାରୁ ସୁକଦେବ ତାର ସାଙ୍ଗ ନାଲଟୁ ମହାକୁଡ଼ ସହିତ ସମ୍ପୃକ୍ତ ଯୁବତୀଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିଲା ।

ଏହା ପରେ ଆରମ୍ଭ ହୋଇଯାଇଥିଲା ସୁକଦେବ ଉପରେ ଯୁବତୀଙ୍କ ବିଶ୍ବାସ I ସୁକଦେବ ଆଠଗଡ଼ରୁ ଛୁଟିରେ ଘରକୁ ଆସିଲେ  ଗାଙ୍ଗରାଜ ନିକଟରେ ଥିବା ଅନ୍ୟ ଏକ ଘରକୁ ଯୁବତୀକୁ ନେବାସହ ଅଶ୍ଳୀଳ ଭିଡ଼ିଓ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ I ପରେ ଯୁବତୀଙ୍କ ଗର୍ଭ ନଷ୍ଟ କରିବାକୁ ମେଡିସିନ ଦେଇଥିବା ଅଭିଯୋଗ ଆଣିଛନ୍ତି ସମୃକ୍ତ ପୀଡ଼ିତା I

୩ ସେପ୍ଟେମ୍ବର ଦିନ ଯୁବତୀ ଜଣକ ବିବାହ ପାଇଁ ବାଧ୍ୟ କାରିବାରୁ ତାଙ୍କୁ ସିଧା ମନାକରିଦେଇଥିଲା ସୁକଦେବ ସିଂ I ସେପଟେ ଯୁବତୀଙ୍କୁ ନ୍ୟାୟ ଦେବାପାଇଁ ଜିଲ୍ଳା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କୌଶଲ୍ୟା ନାୟକ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛି I

ନ୍ୟାୟ ପାଇବା ପାଇଁ କୁଳିଆଣା ଥାନାରେ ଅଭିଯୋଗ ଆଣିଲେ ସମ୍ପୃକ୍ତ ଯୁବତୀ । ହେଲେ ଅଭିଯୋଗକୁ ମାସେ ପୁରିବାକୁ ବସିଲାଣି କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ ନକରି ତଦନ୍ତର ଆଳ ଦେଖାଇ ଚୁପ ବସିଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି I  ଏନେଇ ସମ୍ପୃକ୍ତ ଯୁବକ ସୁକଦେବ ସିଂକୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ, ମାତ୍ର ତାଙ୍କ ଫୋନ ବନ୍ଦ ଥିଲା I

ଆଠଗଡ଼ ଅଗ୍ନିଶମ ଅଫିସରଙ୍କ କହିବାନୁସାରେ ସୁକଦେବ ସିଂଙ୍କ ନାମରେ ଜଣେ ଯୁବତୀ ଅଭିଯୋଗ ଆଣିଥିବା ବିଷୟରେ ଏକ ଚିଠି ଆସିଥିଲା । ସେ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି I

ସେପଟେ ରାତିରେ ଅଜଣା ନମ୍ବରରୁ ଧମକ ଚମକ ଆସୁଥିବାରୁ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ସମ୍ପୃକ୍ତ ପୀଡ଼ିତା । ବାରିପଦା ଏସ୍ଡିପୀଓ ଯଦୁନାଥ ଜେନା କହିଛନ୍ତି ଯେ ମାମଲାର ଅନୁସନ୍ଧାନ ଚାଲିଛି ।
First published: November 3, 2019, 6:22 PM IST
corona virus btn
corona virus btn
Loading