ପ୍ରେମିକ ପାଇଁ ସ୍ୱାମୀଙ୍କୁ ଛାଡିଥିଲେ; ପ୍ରେମିକ ଛାଡିବା ପରେ ଧାରଣା

ବିବାହର ଚାରିମାସ ପରେ ପ୍ରେମିକ କଥାରେ ପଡି ସ୍ୱାମୀକୁ ଛାଡି ଶାଶୁଘରୁ ଲୁଚି ପଳାଇ ଆସିଥିଲେ ମିତା ।ଆଉ ଏବେ ସେହି ପ୍ରେମିକ ଭୁବନେଶ୍ୱର ଷ୍ଟେସନରେ ତାଙ୍କୁ ଛାଡି କେଉଁଆଡେ ଚମ୍ପଟ ମାରିଛି ।

ପ୍ରେମିକ ପାଇଁ ସ୍ୱାମୀଙ୍କୁ ଛାଡିଥିଲେ; ପ୍ରେମିକ ଛାଡିବା ପରେ ଧାରଣା

ପ୍ରେମିକ ପାଇଁ ସ୍ୱାମୀଙ୍କୁ ଛାଡିଥିଲେ; ପ୍ରେମିକ ଛାଡିବା ପରେ ଧାରଣା

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ଢେଙ୍କାନାଳ; ବିବାହର ଚାରିମାସ ପରେ ପ୍ରେମିକ କଥାରେ ପଡି ସ୍ୱାମୀକୁ ଛାଡି ଶାଶୁଘରୁ ଲୁଚି ପଳାଇ ଆସିଥିଲେ ମିତା ।ଆଉ ଏବେ ସେହି ପ୍ରେମିକ ଭୁବନେଶ୍ୱର ଷ୍ଟେସନରେ ତାଙ୍କୁ ଛାଡି କେଉଁଆଡେ ଚମ୍ପଟ ମାରିଛି । ଉପାୟଶୂନ୍ୟ ହୋଇ ମହିଳା ଜଣଙ୍କ ପ୍ରେମିକ ଶ୍ରୀବତ୍ସଙ୍କ ଢେଙ୍କାନାଳ କଙ୍କଡାହାଡ ସ୍ଥିତ ଘର ଆଗରେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।

ପ୍ରେମିକଙ୍କ ଘର ଆଗରେ ଶଙ୍ଖା ସିନ୍ଦୁର ଧରି ବସି ରହିଛନ୍ତି ବିବାହିତ ମହିଳା ତଥା ପ୍ରେମିକା ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ ବ୍ଲକ ଭଦଳିଆ ଗାଁରେ । ପ୍ରେମିକର ଘର ଆଗରେ ବସିଥିବା ପ୍ରତାରିତ ମହିଳା ମିତା ସିଂହଙ୍କୁ କଙ୍କଡାହାଡ ଗ୍ରାମର ଯୁବକ ଶ୍ରୀବତ୍ସ ଗୁରୁ  ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଆସୁଥିଲା । ଶ୍ରୀବତ୍ସ ଦୀର୍ଘ ୧୦ବର୍ଷ ହେବ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲା । କିନ୍ତୁ ଶେଷରେ ଅଧା ବାଟରେ ମିତାଙ୍କୁ ଛାଡି ସେ କୁଆଡେ ପଳାଇଛି କରିଛି ବୋଲି ଅଭିଯୋଗ କରିଛନ୍ତି ପ୍ରେମିକା  ମିତା ସିଂହ ।

ମିତା ସିଂହ ଓ ପ୍ରେମିକ ଶ୍ରୀବତ୍ସ ଗୁରୁଙ୍କ ମଧ୍ୟରେ ଆଜିକୁ ୧୪ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟରେ ଘର ଲୋକଙ୍କ ବାଧ୍ୟ ବାଧକତାରେ ମିତା ଗତବର୍ଷ କଙ୍କଡାହାଡ ଥାନା ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ବିବାହ କରିଥିଲେ । କିନ୍ତୁ ବିବାହର ମାତ୍ର ପାଞ୍ଚ ମାସ ପରେ ପ୍ରେମିକ ଶ୍ରୀବତ୍ସ ତାଙ୍କୁ ବାରମ୍ବାର ଫୋନ କରି ସେଠାରୁ ପଳାଇ ଆସିବାକୁ କହୁଥିଲା । ନଚେତ ସେ ଆତ୍ମହତ୍ୟା କରିଦେବା ପାଇଁ ଧମକ ବି ଦେଉଥିଲା । ଫଳରେ ଶ୍ରୀବତ୍ସ କଥାରେ ପଡି ସେ ବିବାହିତ ସ୍ୱାମୀଙ୍କୁ ପରକରି ଶାଶୁ ଘରୁ ଲୁଚି ଘରଛାଡି ପଳାଇ ଆସିଥିଲେ ।

ସାତ ମାସ ହେବ ମିତା ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ମିତା ପ୍ରେମ କରୁଥିବା ଯୁବକ ଜଣକ ମହାରାଷ୍ଟ୍ରରେ ଚାକିରି କରୁଥିଲେ । ମଝିରେ ମଝିରେ ସେ ହାଇଦ୍ରାବାଦ ଆସି ତାଙ୍କ ସହ ରହୁଥିଲେ । ପରେ ମିତା ବିବାହ କଥା କହିବାରୁ ଓଡିଶା ଗଲେ ବିବାହ କରିବା ବୋଲି ସେ କହିଥିଲେ । ପରେ ଗତ ୬ ତାରିଖରେ ଉଭୟ ଟ୍ରେନ ଯୋଗେ  ଓଡ଼ିଶା ଫେରି ଆସୁଥିଲେ ।

ଫେରିବା ବାଟରେ ଭୁବନେଶ୍ୱର ଷ୍ଟେସନରେ ହଠାତ ମିତାଙ୍କୁ ଛାଡି ସେ କେଉଁଆଡେ ଚମ୍ପଟ ମାରିଥିଲେ । ଅନେକ ଖୋଜାଖୋଜି କରିବା ପରେ ଶ୍ରୀବତ୍ସର କୌଣସି ସନ୍ଧାନ ନପାଇ ମିତା ଘରକୁ ଆସି କଙ୍କଡାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କାଳେ ଶ୍ରୀବତ୍ସ ଘରକୁ ଫେରିବେ ସେଇ ଆଶା ନେଇ କଙ୍କଡାହାଡ ସ୍ଥିତ ଭଦଳିଆ ଗାଁ ପ୍ରେମିକ ଶ୍ରୀବତ୍ସର ଘର ଆଗରେ ବସିଛନ୍ତି ମିତା ।

"ମିଥ୍ୟା ପ୍ରତିଶୃତି ଦେଇ ସେ ମୋ ସହ ଶାରୀରିକ ସମ୍ପର୍କ ରଖିବା ସହ ମୋ ଜୀବନକୁ ବରବାଦ କରିଛି ବୋଲି କହିଛନ୍ତି ମିତା । ତାଙ୍କର ଯେତେବେଳେ ଟଙ୍କା ଆବଶ୍ୟକ ହୁଏ ସେ ମୋ ଠାରୁ ମଧ୍ୟ ନିଅନ୍ତି । ହାଇଦ୍ରାବାଦରୁ ଆସିବା ବେଳେ ଭୁବନେଶ୍ୱର ଷ୍ଟେସନରୁ ସେ କୁଆଡେ ଚାଲିଯିବା ପରେ ତାଙ୍କ ଫୋନ ମଧ୍ୟ ଲାଗୁନାହିଁ । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୋଲିସ ସଠିକ ତଦନ୍ତ କରିବା ପାଇଁ ସେ ଦାବି ଜଣାଇଛନ୍ତି । ନଚେତ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।"

"ଘର ଆଗରେ ବସିବା ପରେ ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ ଓ ମିତା ସିଂହଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । ପଙ୍କଜଙ୍କ କହିବା କଥା ପୁଅ ଶ୍ରୀବତ୍ସ କିମ୍ବା ମିତାଙ୍କ ମଧ୍ୟରେ ସମ୍ପର୍କ ଥିବା କଥା ସେ ପୂର୍ବରୁ ଜାଣି ନଥିଲେ କିମ୍ବା ତାଙ୍କୁ କେହି କହି ନଥିଲେ । ତେଣୁ ସେ ଏହି ସମ୍ପର୍କକୁ ସହମତି ଦେବେ ନାହିଁ ବୋଲି ରୋକଠୋକ ଶୁଣେଇ ଦେଇଛନ୍ତି । "
Published by:Soubhagya Mishra
First published: