ସାଙ୍ଗର ସ୍ତ୍ରୀକୁ ନେଇ ଫେରାର ହେଉଥିଲା ସାଙ୍ଗ; ଧରାପଡିବା ପରେ ମାଡର ବର୍ଷା
- News18 Odia
- Last Updated :
- Baleshwar, India
News 18 Odia Digital
ବାଲେଶ୍ୱର; କୁହାଯାଏ ସବୁ ସମ୍ପର୍କଠାରୁ ବନ୍ଧୁତ୍ୱ ଖୁବ ନିଆରା । ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । କିନ୍ତୁ ଏଠାରେ ବନ୍ଧୁତ୍ୱରେ ଲାଗିଛି କଳଙ୍କର ଛିଟା । ଘଟଣାଟି ଘଟିଛି ବାଲେଶ୍ୱରର ସୋର ଅଞ୍ଚଳରେ । ସୁଧାକର ମଳିକ ନିଜର ପରିଚିତ ବନ୍ଧୁ ସୌମ୍ୟରଞ୍ଜନ ପତ୍ନୀଙ୍କ ପ୍ରେମରେ ପଡିଗଲା । ପରେ ଚକ୍ରାନ୍ତ କରି ସୌମ୍ୟରଞ୍ଜନଙ୍କ ପତ୍ନୀକୁ ନେଇ ଫେରାର ହେବାକୁ ନିଷ୍ପତ୍ତି ନେଲା । ଉଭୟେ ଫେରାର ହୋଇ ସୋର ଅଞ୍ଚଳରେ ଏକ ଭଡାଘରେ ରହୁଥିଲେ । ପରେ ସୌମ୍ୟରଞ୍ଜନ ଘଟଣା ସମ୍ପର୍କରେ ଜାଣିପାରିଲେ । ଏହା ମଧ୍ୟରେ ସୁଧାକର ଏବଂ ସୌମ୍ୟରଞ୍ଜନଙ୍କ ପତ୍ନୀ ଟ୍ରେନ ଯୋଗେ ବାଙ୍ଗାଲୋର ଯିବାକୁ ପ୍ରସ୍ତୁତ ହୋଇ ଟିକଟ ମଧ୍ୟ କାଟିସାରିଥିଲେ । କିନ୍ତୁ ସୌମ୍ୟରଞ୍ଜନ ଘଟଣା ସମ୍ପର୍କରେ ଜାଣି ଘଟଣାସ୍ଥଳରେ ପହଞ୍ଚିଗଲେ । ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା ।
ସୌମ୍ୟରଞ୍ଜନଙ୍କୁ ସୁଧାକର ମାଡ ମାରିବା ସହ ରାସ୍ତାରେ ଟଣା ଘୋଷରା କରିଥିଲେ । ଏକ ଅଟୋରେ ବାନ୍ଧି ସୁଧାକରଙ୍କୁ ପ୍ରବଳ ମାଡ ମାରିଥିଲେ ସୌମ୍ୟ । ପରେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ନିକଟସ୍ଥ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଘଟଣା ସମ୍ପର୍କରେ ବୁଝାବୁଝି କରୁଥିବା ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।