ଲଭ୍ ପାଇଁ କୁଛ୍ ବି କରେଗା; ଶଳା ଭାଉଜଙ୍କୁ ପ୍ରେମ... ଭିଣୋଇ ଗୁଳିରେ ଟଳିପଡିଲେ ଶଳା

ଶଳା ଭାଉଜ ପ୍ରେମରେ ପଡି ଶଳାକୁ ସଫା କରିବା ପାଇଁ ଭିଣୋଇ ରଚିଥିଲା ଷଡଯନ୍ତ୍ର । ମାଷ୍ଟରମାଇଣ୍ଡ ଶଳା ଭାଉଜ ଓ ଭିଣୋଇ ସହ ସହଯୋଗୀକୁ ପୋଲିସ ଗିରଫ କରିଛି ।

ଶଳା ଭାଉଜ ପ୍ରେମରେ ପଡି ଶଳାକୁ ସଫା କରିବା ପାଇଁ ଭିଣୋଇ ରଚିଥିଲା ଷଡଯନ୍ତ୍ର । ମାଷ୍ଟରମାଇଣ୍ଡ ଶଳା ଭାଉଜ ଓ ଭିଣୋଇ ସହ ସହଯୋଗୀକୁ ପୋଲିସ ଗିରଫ କରିଛି ।

ଶଳା ଭାଉଜ ପ୍ରେମରେ ପଡି ଶଳାକୁ ସଫା କରିବା ପାଇଁ ଭିଣୋଇ ରଚିଥିଲା ଷଡଯନ୍ତ୍ର । ମାଷ୍ଟରମାଇଣ୍ଡ ଶଳା ଭାଉଜ ଓ ଭିଣୋଇ ସହ ସହଯୋଗୀକୁ ପୋଲିସ ଗିରଫ କରିଛି ।

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ଢେଙ୍କାନାଳ; ଟାଟାଷ୍ଟିଲ ତାଳବାହାଳ ନିକଟରେ ଗତ ୧୪ ତାରିଖରେ ହୋଇଥିବା ଗୁଳିମାଡ ଘଟଣାର ପର୍ଦ୍ଦାଫାସ ହୋଇଛି । ଶଳା ଭାଉଜ ପ୍ରେମରେ ପଡି ଶଳାକୁ ସଫା କରିବା ପାଇଁ ଭିଣୋଇ ରଚିଥିଲା ଷଡଯନ୍ତ୍ର । ମାଷ୍ଟରମାଇଣ୍ଡ ଶଳା ଭାଉଜ ଓ ଭିଣୋଇ ସହ ସହଯୋଗୀକୁ ପୋଲିସ ଗିରଫ କରିଛି । ଏଥିସହିତ ଗୋଟିଏ ରାଉଣ୍ଡ ଗୁଳି ଜବତ କରାଯାଇଛି । କିନ୍ତୁ ଗୁଳିକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକର ଟେର ପାଇନି ପୋଲିସ । ସେପଟେ ଗୁରୁତର ରବି କଟକ ସ୍ଥିତ ଏକ ଘରୋଇ ହସପିଟାଲରେ କୋମାରେ ଅଛନ୍ତି ।

ପରକିୟା ପ୍ରିତି ସାଂଘାତିକ ସାବ୍ୟସ୍ତ ହୋଇଛି । ଶଳା ଭାଉଜ ପ୍ରେମରେ ଉବୁଟୁବୁ ହୋଇ ଅଭିଯୁକ୍ତ ଜଣକ ଭିଣୋଇ ଉପରକୁ ଗୁଳିମାଡ କରିଥିଲା । ପରେ ନିଜେ ବନିଯାଇଥିଲା ଭଦ୍ର ମୁଖା ପିନ୍ଧା ଅଭିଯୋଗକାରୀ ।  ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଥିଲେ ଜଣେ ମହିଳା । ସେ ମହିଳା ଜଣକ ହେଉଛନ୍ତି ନିଜ ସ୍ତ୍ରୀ । ସ୍ୱାମୀକୁ ରାସ୍ତାରୁ ସବୁଦିନ ପାଇଁ ହଟେଇ ଦେବାକୁ ସ୍ତ୍ରୀ ଶ୍ୱେତା ଭିଣୋଇକୁ ଦେଇଥିଲା ପ୍ଲାନ । ବ୍ଲୁ ପ୍ରିଣ୍ଟ୍ ଅନୁସାରେ ପରକିୟା ପ୍ରିତିରେ ଅନ୍ଧ ହୋଇ ଯାଇଥିବା ରାହୁଲ ରବିଙ୍କ ମୁଣ୍ଡକୁ କରିଥିଲା ଗୁଳିମାଡ । ଘଟଣାସ୍ଥଳରେ ରବି କୁମାର ଟଳି ପଡିବା ପରେ ନିଜେ ଭଦ୍ରମୁଖା ପିନ୍ଧି ବନି ଯାଇଥିଲା ଅଭିଯୋଗକାରୀ । ଅଭିଯୁକ୍ତ ରାହୁଲ ଭାବିଥିଲା ରବିକୁମାରକୁ ମେଡିକାଲ ନେଉ ନେଉ ହୁଏତ ରାସ୍ତାରୁ ସଫା ହୋଇଯିବ । ସେଥିପାଇଁ ନିଜେ ଆମ୍ବୁଲାନ୍ସ ଡାକିବା ସହ ମେଡିକାଲକୁ ନେଇ ବ୍ଲଡ ମଧ୍ୟ ଦେଇଥିଲା । ତା' ସହ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲା ।

ଗୁରୁତର ଅବସ୍ଥାରେ ରବି କୁମାରଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ରାହୁଲର ଆଚାର ବ୍ୟବହାର ଦେଖି ତା ଉପରେ ସନ୍ଦେହ କରିଥିଲା ପୋଲିସ । କଣ୍ଟାବଣିଆ ଓ ମୋଟଙ୍ଗା ଥାନା ପୋଲିସ ମିଳିତ ଭାବରେ ଆରମ୍ଭ କରିଥିଲେ ତନାଘନା । ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ରାହୁଲ କୁମାର ଓ ରବି କୁମାରର ସ୍ତ୍ରୀ ଶ୍ୱେତା ଦେବୀଙ୍କ କଲ ରେକର୍ଡ ଯାଞ୍ଚ ପରେ ସବୁ କଥା ପଦାକୁ ଆପେ ଆପେ ବାହାରି ଆସିଥିଲା । ସମସ୍ତ କଥାକୁ ପୋଲିସ ଆଗରେ ରାହୁଲ ନିଜେ ମାନିଥିବା ଜଣାପଡିଛି ।

ଚାରି ମାସ ତଳେ, ରବି କୁମାର ଓ ଅଭିଯୁକ୍ତ ଭିଣୋଇ ରାହୁଲ ଦୁହେଁ  ଟାଟାଷ୍ଟିଲ ମେରାମଣ୍ଡଳୀ କାରଖାନାରେ ବିହାରରୁ ଆସି କ୍ରେନ ଅପରେଟର ଭାବେ କାମ ଆରମ୍ଭ କରିଥିଲେ । ରବିଙ୍କ ପତ୍ନୀ ତଥା ଶଳା ଭାଉଜ ବିବାହ ପରେ ବିହାରରେ ରହୁଥିଲେ । ଶ୍ୱେତାଙ୍କ ସହ ରାହୁଲର ବିଗତ ଛଅ ମାସ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଫୋନ କଲରେ ଘଣ୍ଟା ଘଣ୍ଟା ଗପ କରୁଥିଲେ ଏକଥା ଜାଣିବା ପରେ ରବି କୁମାର ସ୍ତ୍ରୀ ଶ୍ୱେତାକୁ ଗାଳିଗୁଲଜ କରିବା ସହ ବାରଣ ମଧ୍ୟ କରିଥିଲେ।ହେଲେ ପ୍ରେମରେ ଅନ୍ଧ ହୋଇ ଯାଇଥିବା ଶ୍ୱେତା ଓ ରାହୁଲ ଏକାଠି ସାଥୀ ହୋଇ ରହିବା ପାଇଁ ରବିଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇଦେବାକୁ ପ୍ଲାନ କରିଥିଲେ । ଶେଷରେ ପ୍ଲାଣ୍ଟକୁ ନିର୍ଜନ ରାସ୍ତା ଦେଇ ଆସୁଥିବା ସମୟରେ ଜିରୋ ପଏଣ୍ଟରୁ ଗୁଳି କରିଥିଲା ରାହୁଲ । ଗୁଳି କରିବା ପରେ ସହଯୋଗୀ ଗୌତମକୁ ବନ୍ଧୁକ ଦେବା ସହ ରକ୍ତ ରଞ୍ଜିତ ସାର୍ଟ ଓ ଜ୍ୟାକେଟକୁ ନିକଟସ୍ଥ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲା । ପୋଲିସ ତଦନ୍ତ ପରେ ଜଣାପଡିଛି ଯେ, ହତ୍ୟା କରିବା ପାଇଁ ବ୍ୟବହୃତ ଦେଶୀ ବନ୍ଧୁକ ବିହାରର ଲକିସରାଇରୁ ଆସିଛି ।  ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଅଧିକ ତଦନ୍ତ ସହ ବନ୍ଧୁକକୁ ମଧ୍ୟ ଜବତ କରିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି ।
Published by:Soubhagya Mishra
First published: