ବାରିପଦା ଓ ବାଲେଶ୍ବରେ ପ୍ରଚଣ୍ଡ ଶବ୍ଦ; ଭୟରେ ଘରୁ ବାହାରି ଆସିଲେ ଲୋକ

Loud Sound: ପ୍ରଚଣ୍ତ ଶବ୍ଦରେ କମ୍ପିଲା ପାଟଣା ଅଞ୍ଚଳ। କେନ୍ଦୁଝରରେ କିଛି କ୍ଷଣ ପାଇଁ ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା।

ପ୍ରଚଣ୍ତ ଶବ୍ଦରେ କମ୍ପିଲା ପାଟଣା ଅଞ୍ଚଳ

ପ୍ରଚଣ୍ତ ଶବ୍ଦରେ କମ୍ପିଲା ପାଟଣା ଅଞ୍ଚଳ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Loud Sound: ପ୍ରଚଣ୍ତ ଶବ୍ଦରେ କମ୍ପିଲା ପାଟଣା ଅଞ୍ଚଳ। କେନ୍ଦୁଝରରେ କିଛି କ୍ଷଣ ପାଇଁ ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା।

ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଭୟଭୀତ। ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। ବାଲେଶ୍ବର ଓ ମୟୂରଭଞ୍ଜରେ ବି ଶୁଣାଗଲା ଶବ୍ଦ। ପ୍ରଚଣ୍ଡ ଶବ୍ଦର କାରଣ ଅସ୍ପଷ୍ଟ।

ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ସେହି ସମୟରେ ଝରକା କବାଟ, ଆସବାବପତ୍ର ଓ ଘରର କାନ୍ଥ ଥରି ଉଠିଥିଲା। ଏହା ପୂର୍ବରୁ ୨୦୨୦ ନଭେମ୍ବର ୨୦ରେ ମଧ୍ୟ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଆତଙ୍କ ସୃଷ୍ଟି କରିଥିଲା।

ମିସାଇଲ ପରୀକ୍ଷଣ ଯୋଗୁ ଏହିଭଳି ପ୍ରଚଣ୍ଡକାୟ ଶବ୍ଦ ଅନୁଭୂତ ହୋଇଥିବା ଆଶଙ୍କା କରାଯାଉଛି।


ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ମଧ୍ୟ ରାଜ୍ୟର ତିନୋଟି ଜିଲ୍ଲାରେ ଏହି ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଆନନ୍ଦପୁର ଅଞ୍ଚଳରେ ଥରେ ନୁହେଁ, ଦୁଇ ଦୁଇଥର ବୋମା ପଡ଼ିବା ଭଳି ଶବ୍ଦ ହେବା ପରେ, ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା।
Published by:Lipina Das
First published: