ଗଞ୍ଜାମରେ ପାଣି ପାଇଁ ଲଟେରି ବ୍ୟବସ୍ଥା ଚାଲିଛି! ରୋଗ ଠାରୁ ଏହି ଔଷଧ ଅଧିକ କଷ୍ଟଦାୟକ

ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ଏକ ପାଇପଲାଇନର ବ୍ୟବସ୍ଥା କରାଯାଇଥିଲେ ବି ସେହି ପାଇପରେ ଦୈନିକ ମାତ୍ର ୧୦ରୁ ୧୫ ମିନିଟ୍ ପାଇଁ ପାଣି ଆସିବା ପରେ ବନ୍ଦ ହୋଇଯାଉଛି । ଲଟେରି ବ୍ୟବସ୍ଥା ମହିଳାମାନଙ୍କ ମଧ୍ୟରେ ଝଗଡ଼ା କମ୍ କରିଛି, ହେଲେ ଶୋଷ ବଢ଼ିଚାଲିଛି ।

ଗଞ୍ଜାମରେ ପାଣି ପାଇଁ ଲଟେରି ବ୍ୟବସ୍ଥା ଚାଲିଛି! ରୋଗ ଠାରୁ ଏହି ଔଷଧ ଅଧିକ କଷ୍ଟଦାୟକ
ପାଣି ଅପେକ୍ଷାରେ ଥିବା କେତେକ ମହିଳା; (ଡାହାଣ) ଜଣଙ୍କ ହାତରେ ଲଟେରି କାଗଜ
  • News18 Odia
  • Last Updated: March 16, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ପାନୀୟ ଜଳକୁ ନେଇ ଉତ୍କଟ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ପାଣି ମାଠିଏ ପାଇଁ ଆରମ୍ଭ ହୋଇଥିବା ଲଟେରି ବ୍ୟବସ୍ଥା ଅନେକଙ୍କୁ ଚକିତ କରିଛି । ଲଟେରିରେ ପ୍ରଥମ ପାଞ୍ଚ ନମ୍ବର ମଧ୍ୟରେ ରହିଥିବା ଲୋକଙ୍କୁ ପାଣି ମାଠିଏ ମିଳିବ, ନହେଲେ ନାହିଁ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ।

ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ୩ ନମ୍ବର ୱାର୍ଡ଼ରେ ପାଣି ପ୍ରତ୍ୟେକ ଦିନ ଆସୁଛି ସତ, ମାତ୍ର ମାତ୍ର ୧୦ରୁ ୧୫ ମିନିଟ୍‌ ପାଇଁ । ଏତେ ସ୍ବଳ୍ପ ସମୟ ଯୋଗୁଁ ପୂର୍ବରୁ ପାଣି ମାଠିଏ ପାଇଁ ମହିଳାଙ୍କ ମଧ୍ୟରେ ପ୍ରତି ଦିନ ଝଗଡ଼ା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଣି ପାଇଁ ଲଟେରି ବ୍ୟବସ୍ଥା କରାଯାଇଛି । ପାଣି ଆସିବା ସମୟ ପର୍ଯ୍ୟନ୍ତ ଯେଉଁମାନଙ୍କର ଲଟେରି ବାହାରିଥିବ ସେମାନେ ପାଣି ପାଉଛନ୍ତି, ଆଉ ବାକି ମହିଳାମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏହା କୌଣସି ଅପହଞ୍ଚ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ସ୍ଥିତି ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

‘‘ସ୍ବଳ୍ପ ସମୟର ପାଣି ଯୋଗାଣକୁ ନେଇ ଆରମ୍ଭ ହୋଇଛି ଏହି ଲଟେରି ବ୍ୟବସ୍ଥା । ପାଣି ମାଠିଏ ନେବା ପାଇଁ ଏଠି ଲଟେରି ହୁଏ । ଯାହାର ପ୍ରଥମ କିଛି ନମ୍ବର ଆସିଲା ସେ ମାଠିଏ ପାଣି ପାଏ । ଯାହାର ଶେଷକୁ ନମ୍ବର ଆସିଲା ସେତେବେଳକୁ ଯଦି ପାଣି ବନ୍ଦ ହୋଇଯାଇଥାଏ, ତାହେଲେ ପାଣି ମାଠିଏ ବି ଭାଗ୍ୟରେ ନ ଥାଏ । ଆମ ୱାର୍ଡ଼ରେ ଦୀର୍ଘ ବର୍ଷ ଧରି ଲାଗି ରହିଛି ପାନୀୟ ଜଳ ସମସ୍ୟା । ପାଣି ମାଠିଏ ପାଇଁ ଆମେ ଡହଳ ବିକଳ ହେଉଛୁଁ । ଆଉ ଏବେ ଏହି ଲଟେରି ବ୍ୟବସ୍ଥା କଳିଝଗଡ଼ାକୁ ବନ୍ଦ କରିବା ବ୍ୟତୀତ ସମସ୍ୟାର ସମାଧାନ କରୁନାହିଁ,’’ କହିଛନ୍ତି ୱାର୍ଡ଼ ନମ୍ବର ୩ର ବାସିନ୍ଦା ପାର୍ବତୀ ।

୩ ନମ୍ବର ୱାର୍ଡ଼ରେ ୩୦ଟି ପରିବାର ରହନ୍ତି ।


ଏଠାକାର ବାସିନ୍ଦାମାନଙ୍କର ବାରମ୍ବାର ଦାବି ପରେ ଛତ୍ରପୁର ଏନ୍‌.ଏ.ସି. ପକ୍ଷରୁ ଏକ ପାଇପଲାଇନର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସେହି ପାଇପରେ ପ୍ରତି ଦିନ ମାତ୍ର ୧୦ରୁ ୧୫ ମିନିଟ୍ ପାଇଁ ପାଣି ଆସିବା ପରେ ବନ୍ଦ ହୋଇଯାଉଛି । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମଖୀନ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ପାଣି ପାଇଁ ପ୍ରତି ଦିନ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ ରୋକିବା ପାଇଁ ମହିଳାମାନେ ହିଁ ଆରମ୍ଭ କରିଛନ୍ତି ଏହି ଲଟେରି ବ୍ୟବସ୍ଥା । ସାହିରେ ୩୦ଟି ପରିବାର ରହୁଥିବା ବେଳେ ପ୍ରତି ଦିନ ୧୦ଟି ପରିବାରକୁ ନେଇ ଲଟେରି କଢ଼ାଯାଉଛି । ପରବର୍ତ୍ତୀ ଦିନ ଏଭଳି କ୍ରମାନ୍ବୟରେ ଅନ୍ୟ ପରିବାରକୁ ନେଇ ଲଟେରି କଢ଼ାଯାଉଛି । ପାଣି ଆସୁଥିବା ଯାଏଁ ଯେଉଁମାନଙ୍କର ଲଟେରିରେ ପ୍ରଥମ ନମ୍ବର ବାହାରେ ସେମାନଙ୍କୁ ପାଣି ମିଳିଥାଏ । ଯେଉଁମାନଙ୍କର ଶେଷ ନମ୍ବର ବାହାରିଥାଏ ସେତେବେଳକୁ ପାଣି ଆସୁଥିଲେ ଭଲ କଥା, ନଚେତ ପୁଣି ପାଣି ମାଠିଏ ପାଇଁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିଥାଏ ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

‘‘ଏଭଳି ଲଟେରିର ବ୍ୟବସ୍ଥା କରି ପ୍ରତି ଦିନ ପାଣି ସଂଗ୍ରହ କରୁଛୁଁ ଆମେ । ଲଟେରି ବ୍ୟବସ୍ଥା ପରେ ବି ସମସ୍ତେ ପାଣି ପାଇପାରୁନାହାନ୍ତି । ଲୋକଙ୍କ ମଧ୍ୟରେ ଗଭୀର କ୍ଷୋଭ ରହିଛି,’’ କହିଛନ୍ତି ୩ ନମ୍ବର ୱାର୍ଡ଼ର ବାସିନ୍ଦା ଲକ୍ଷ୍ମୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | VIRAL PHOTOS: ଭୂମି ପେଡନେକରଙ୍କ ଏହି ଫଟୋ ସବୁ ସୋସିଆଲ ମିଡି଼ଆରେ ହଙ୍ଗାମା କଲା!

ଏହି ୱାର୍ଡ଼ରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପାଣି ମାଠିଏ ଆଶାରେ ପ୍ରାୟ ଦୁଇ କିଲୋମିଟର ଦୂରକୁ ମହିଳାମାନେ ଯାଇ ସେଠାକାର ବାସିନ୍ଦାମାନଙ୍କୁ ପାଣି ମାଗିବା ସତ୍ତ୍ୱେ ସେମାନେ ମନା କରିଦେଉଥିବାରୁ ସମସ୍ୟା ଆହୁରି ସଙ୍ଗୀନ ହୋଇଥାଏ । ‘‘ଏହି ପାଣି ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଆମେ ଜଣାଇଥିଲେ ବି ଏ ଯାଏଁ କୌଣସି ସୁଫଳ ମିଳିନାହିଁ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଯଶୋଦା ।

ଏହା ବି ପଢ଼ନ୍ତୁ  ଦେଖନ୍ତୁ ଫଟୋ ମଲାଇକା ଅରୋଡ଼ା କେମିତି ପାଇଲେ ଏତେ ସୁନ୍ଦର ସ୍ଲିମ୍-ଟ୍ରିମ୍ ଦେହଜାଣନ୍ତୁ ତାଙ୍କ ଫିଟ୍ନେସ୍ ରହସ୍ୟ

ଏହି ସାହିକୁ ଲାଗି ଛତ୍ରପୁର ରେଳ ଷ୍ଟେସନ ଥିବାରୁ ଷ୍ଟେସନରୁ ବାହାରୁଥିବା ଅନେକ ଯାତ୍ରୀ ସାହି ବାସିନ୍ଦାଙ୍କୁ ପାଣି ମାଗିଥାନ୍ତି । କିନ୍ତୁ ସେମାନଙ୍କୁ ପାଣି ମାଠିଏ ମିଳୁ ନ ଥିବା ବେଳେ ଯାତ୍ରୀଙ୍କୁ କେମିତି ପାଣି ଦେବେ ବୋଲି ପ୍ରଶ୍ନ କରୁଛନ୍ତି ଏଠାକାର ବାସିନ୍ଦାମାନେ ।



ନିକଟରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପ କିଛି ଦିନ କାମ କରିବା ପରେ ଅଚଳ ହୋଇଯିବାରୁ ଏବେ ସେଥିରେ ତାଲା ଝୁଲୁଛି । ‘‘ସେହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଦାବି ଜଣାଇଥିଲେ ସୁଦ୍ଧା ନା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି ନା ସାହି ବାସିନ୍ଦାଙ୍କୁ ପାଣି ମାଠିଏ ମିଳୁଛି । ଖୁବ୍‌ ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ଛତ୍ରପୁର ଏନ୍‌.ଏ.ସି. କାର୍ଯ୍ୟାଳୟ ଘେରାଉ କରିବା ସହିତ ଆମେ ରାଜରାସ୍ତାକୁ ଓହ୍ଳାଇବୁ,’’ ଚେତାବନୀ ଦେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା ଇଜୁ ଅମିନ୍‌ ଖାନ୍‌ ।
Published by: Anand Shankar Thankur Das
First published: March 16, 2021, 11:52 PM IST