ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରୀମନ୍ଦିରରେ ମହାପ୍ରଭୁ ପିନ୍ଧିଲେ ବିଶ୍ୱର ସର୍ବବୃହତ ରାକ୍ଷୀ; ଆଜିଠୁ ଖୋଲୁଛି ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ମହାପ୍ରଭୁ ପିନ୍ଧିଲେ ବିଶ୍ୱର ସର୍ବବୃହତ ରାକ୍ଷୀ; ଆଜିଠୁ ଖୋଲୁଛି ଶ୍ରୀମନ୍ଦିର

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ଏବେ ଠାରୁ ଗହଳି ଜମିଲାଣି । ଏଥି ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଯାଇଛି । ସର୍ବସାଧାରଣଙ୍କ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିରର ଭିତର ଓ ବାହାର ଅଂଶକୁ ସାନିଟାଇଜ କରାଯାଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁ ପିନ୍ଧିଲେ ବିଶ୍ୱର ସର୍ବବୃହତ ରାକ୍ଷୀ; ଆଜିଠୁ ଖୋଲୁଛି ଶ୍ରୀମନ୍ଦିର
ଶ୍ରୀମନ୍ଦିରକୁ ଭକ୍ତମାନେ ପ୍ରବେଶ କରୁଛନ୍ତି ।
  • News18 Odia
  • Last Updated: August 22, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସାରା ଦେଶରେ ଘରେ ଘରେ ପବିତ୍ର ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଥିବା ବେଳେ ବିଶ୍ୱର ସର୍ବବୃହତ ରାକ୍ଷୀ ଶ୍ରୀମନ୍ଦିରରେ ମହାପ୍ରଭୁ ପରିଧାନ କରିଛନ୍ତି । ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହୋଇଛି ।

‘‘ଶ୍ରାବଣ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଛି । ଏଥି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଛି । ମହାପ୍ରଭୁ ଭଉଣୀ ସୁଭଦ୍ରାଙ୍କ ହାତରୁ ପରିଧାନ କରିଛନ୍ତି ବିଶ୍ୱର ସର୍ବବୃହତ ରାକ୍ଷୀ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସ୍ନେହ ଓ ମମତାର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୂଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୂ ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଛନ୍ତି,’’ କହିଛନ୍ତି ୭୦-ବର୍ଷୀୟ ପାଟେରା ବିଶୋଇ ସେବାୟତ ଜଗନ୍ନାଥ ପାତ୍ର ।

ଏହା ବି ପଢ଼ନ୍ତୁ | କାବୁଲ ଏୟାରପୋର୍ଟରେ ଦଳଚକଟାରେ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟ

ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ରାକ୍ଷୀ ପୂର୍ଣ୍ଣିମା ପାଇଁ ଚାରିଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରିଥିଲେ ପାଟେରା ବିଶୋଇ ସେବାୟତ । ହଳଦିଆ ଓ ନାଲି ରଙ୍ଗର ରାକ୍ଷୀ ଓ ଗୁଆ ମାଳ ଜଗନ୍ନାଥଙ୍କୁ ଏବଂ ନେଳି ଓ ବାଇଗେଣୀ ବଳଭଦ୍ରଙ୍କୁ ଲାଗିକରାଯାଇଥିଲା । ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ଏ ସବୁକୁ ଶ୍ରୀମନ୍ଦିରକୁ ନେଇ ମେକାପକୁ ଦେବା ପରେ ସିଂହାରି ସେବକମାନେ ସେହି ରାକ୍ଷୀକୁ ମହାପ୍ରଭୂଙ୍କୁ ଲାଗିକରିଥିଲେ ।

ଶ୍ରୀମନ୍ଦିରର ସିଂହଦ୍ୱାର ଆଖପାଖକୁ ସାନିଟାଇଜ୍ କରାଯାଉଛି ।


ଏହା ବି ପଢ଼ନ୍ତୁ | କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗ

‘‘ଗହ୍ମା ପୂର୍ଣ୍ଣିମା ଉତ୍ସବକୁ କୃଷିଭିତ୍ତିକ ଓ ଭାବନାତ୍ମକ ଦୃଷ୍ଟିକୋଣରୁ ସ୍ନେହ ପ୍ରେମର ପ୍ରତୀକ ଭାବେ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ଏହି ଦିବସରେ ବଳଭଦ୍ରଙ୍କ ଜନ୍ମ ଦିବସ ପଡୁଥିବାରୁ ରାକ୍ଷୀ ଉତ୍ସବକୁ ଗହ୍ମା ପୂଣ୍ଣିମା ଭାବେ ପାଳନ କରାଯାଉଛି । ବଳଭଦ୍ରଙ୍କର ହାତରେ ହଳ ଓ ମୁଷଳ ଶୋଭା ପାଉଥିବାରୁ ଫସଲର ଉନ୍ନତି ପାଇଁ ମଧ୍ୟ ଶ୍ରୀମନ୍ଦିରରେ ବଳଭଦ୍ରଙ୍କର ଜନ୍ମ ଦିନକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି,’’ କହିଛନ୍ତି ବରିଷ୍ଠ ସେବାୟତ ଡାକ୍ତର ଶରତ ମହାନ୍ତି ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଇଁ ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିଥିଲେ  । ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା । ‘‘ଏହି ସ୍ୱତନ୍ତ୍ର ନୀତି ଭୋଗ ମଣ୍ଡପ ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିଥିଲେ । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାକୁ ଓ ସପ୍ତାହନ୍ତ ସଟଡାଉନ କାରଣରୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା । ରାକ୍ଷୀ ପୂର୍ଣ୍ଣିମା ନୀତି ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିଲେ,’’ କହିଛନ୍ତି ଜଗନ୍ନାଥ ଗବେଷକ ୬୭ ବର୍ଷୀୟ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେ

ଆସନ୍ତା କାଲି (ଅଗଷ୍ଟ ୨୩ରୁ) ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କର ଏବେ ଠାରୁ ଗହଳି ଜମିଲାଣି । ଏଥି ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ସରିଯାଇଛି । ଗହ୍ମା ପୂର୍ଣ୍ଣିମା ଦିନ ସପ୍ତାହନ୍ତ ସଟଡାଉନ ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା । ସକାଳୁ ସକାଳୁ ଶ୍ରୀମନ୍ଦିର ଭିତର ଓ ବାହାରକୁ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଦ୍ୱାରା ବିଶୋଧନ କରାଯାଇଥିଲା । ଶ୍ରୀମନ୍ଦିରର ଚାରି ଦ୍ୱାର, ବେରିକେଡ, କିଓସ୍କ କାଉଁଟର, ଜୋତାଷ୍ଟାଣ୍ଡ, ସିଂହଦ୍ଵାର ସମ୍ମୁଖ ଭାଗ ଆଦିକୁ ଦମକଳ ସାହାଯ୍ୟରେ ସାନିଟାଇଜ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | କାବୁଲ ଏୟାରପୋର୍ଟରେ କୁନି ଝିଅକୁ US UK ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

ଶ୍ରୀମନ୍ଦିର ଭିତରେ ଆନନ୍ଦବଜାର, ସ୍ନାନବେଦୀ, କୀର୍ତ୍ତନ ଚକଡା, ବାଇଶି ପାହାଞ୍ଚ ଓ ଅନ୍ୟ ତିନି ଦ୍ଵାରର ଭିତର ପାହାଚକୁ ବି ସାନିଟାଇଜ କରାଯାଇଛି । ଯେହେତୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିବେ, ସମ୍ବାବ୍ୟ ଗହଳିକୁ ନଜରରେ ରଖି ଶ୍ରୀମନ୍ଦିର କାର୍ଯ୍ଯାଳୟ ନିକଟରୁ ଏକ ବେରିକେଡ ପ୍ରସ୍ତୁତ କରାଯାଇଛି। ଏସଓପି ଆଧାରରେ ପୁରୀ ବାହାରୁ ଆସୁଥିବା ଭକ୍ତଙ୍କ ଲାଗି ଫଟୋ ପରିଚୟପତ୍ର ସହିତ ୯୬ ଘଣ୍ଟା ପୂର୍ବର ମିଳିଥିବା ଆର୍‌.ଟି.ପି.ସି.ଆର୍‌. ନେଗେଟିଭ ପ୍ରମାଣପତ୍ର ନଚେତ ଦୁଇଟି ଡୋଜ୍‌ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ବାଧ୍ଯତାମୂଳକ କରାଯାଇଛି।



ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଆଖ ପାଖରେ ଆଠ ପ୍ଲାଟୁନ ପୋଲିସ ଫୋର୍ସ ସହ ବ୍ଯାପକ ପୋଲିସ ମୁତୟନ ହେବେ । କେହି ଏସ୍‌.ଓ.ପି. ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ । ଦର୍ଶନକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି ।
Published by: Anand S.T. Das
First published: August 22, 2021, 11:53 PM IST