ବିଶ୍ୱ ଐତିହ ନଗର ଆଡ଼କୁ ଆଗେଇଲା ପୁରୀ; ମୁଖ୍ୟ ମନ୍ତ୍ରୀ ସାତଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କଲେ

୫୧୦ କୋଟି ଟଙ୍କା ବ୍ୟୟ ବରାଦରେ ଏହି ସାତଟି ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି । ସବୁ ପ୍ରକଳ୍ପରେ ଖାଣ୍ଡେଲାଇଟ୍ ପଥର ବ୍ୟବହାର କରାଯିବ ଯେମିତି ତାହା ହଜାରେ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ । ତିନିରୁ ଚ଼ାରି ମାସ ଭିତରେ କାମ ଗୁଡିକରୁ କିଛି ସରିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ ମୁଖ୍ୟ ମନ୍ତ୍ରୀ ।

ବିଶ୍ୱ ଐତିହ ନଗର ଆଡ଼କୁ ଆଗେଇଲା ପୁରୀ; ମୁଖ୍ୟ ମନ୍ତ୍ରୀ ସାତଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କଲେ
ରାଜ୍ୟର ୫ଟି ସଚ଼ିବ ଭି.କେ. ପାଣ୍ଡିଆନଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର୍ର ନକ୍ସାକୁ ସମୀକ୍ଷା କରୁଛନ୍ତି ।
  • News18 Odia
  • Last Updated: January 17, 2020, 12:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ:  ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ ନଗର (ୱର୍ଲଡ୍‌ ହେରିଟେଜ ସିଟି) ରେ ପରିଣତ କରି ଗଢ଼ି ତୋଳିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ସାତଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୫୧୦ କୋଟି ଟଙ୍କାର ବ୍ୟୟବରାଦରେ ଏହି ସାତଟି ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି ।

ନୂଆ ବର୍ଷ ପାଇଁ ପଟ୍ଟନାୟକ ମହାପ୍ରଭୁଙ୍କ ଆର୍ଶିର୍ବାଦ ନେଇଥିବା ବେଳେ ନୂଆ ବର୍ଷର ଶୁଭେଛା ଦେବା ସହ ମନ୍ଦିର ଆସି ବେଶ ଖୁସି ବୋଲି କହିଛନ୍ତି  । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱର ସୌନ୍ଦର୍ଯ୍ୟକରଣରେ ସେ ବେଶ୍‌ ଖୁସି ଓ ଆଗାମୀ ଦିନରେ ଏହାକୁ ଆସି ଦେଖିବେ ବୋଲି କହିଛନ୍ତି । ଶ୍ରୀମନ୍ଦିରର ସେବାୟତମାନେ ମଧ୍ୟ ଶ୍ରୀମନ୍ଦିର ଓ ପୁରୀର ଐତିହ୍ୟ ସହର ପ୍ରକଳ୍ପକୁ ନେଇ ବେଶ୍‌ ଖୁସି ବୋଲି କହିଛନ୍ତି  ।

ଶିଳାନ୍ୟାସ ପରେ ଖୁବ ଶୀଘ୍ର ଆରମ୍ଭ ହେବ କାମ । ସବୁ ପ୍ରକଳ୍ପରେ ଖାଣ୍ଡେଲାଇଟ୍‌ ପଥର ବ୍ୟବହାର କରାଯିବ ଯେମିତି ତାହା ହଜାରେ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ । ତିନିରୁ ଚ଼ାରି ମାସ ଭିତରେ କାମ ଗୁଡିକରୁ କିଛି ସରିବ ।

ମୁଖ୍ୟ ମନ୍ତ୍ରୀ ଶ୍ରୀଜଗନ୍ନାଥ ହେରିଟେଜ୍‌‌ କରିଡର୍‌ର ନକ୍ସାକୁ ମଧ୍ୟ ସମୀକ୍ଷା କରିଛନ୍ତି । ସେଥିରେ କିଛି ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର  । ମୁଖ୍ୟ ମନ୍ତ୍ରୀଙ୍କ ଏହି ଯୋଜନାରେ ପୁରୀର ନବକଳେବର ହେବ ଓ ବିଶ୍ୱ ଏକ ଚ଼ମକପ୍ରଦ ଐତହ୍ୟ ସହର ଦେଖିବ ବୋଲି କହିଛନ୍ତି ଅନେକ ରାଜନୈତିକ ନେତା ।

ଶ୍ରୀମନ୍ଦିରରୁ ବାହାରି ମୁଖ୍ୟ ମନ୍ତ୍ରୀ ଜନତାଙ୍କୁ ନୂଆ ବର୍ଷର ଶୁଭେଛା ଦେବା ସହ ମନ୍ଦିର ଆସି ବେଶ ଖୁସି ବୋଲି କହିଥିଲେ ।


ପ୍ରଥମେ ମୁଖ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ବ୍ୟାଟେରିଚ଼ାଳିତ ଅଟୋରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରୁ ଅଣାଯାଇଥିଲା । ସେ ସେହି ଠାରୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଉପଭୋଗ କରିଥିଲେ ଓ ବେଶ୍‌ ଖୁସି ଅନୁଭବ କରିଥିଲେ । ତା’ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ, ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଡିଆଇଜି ଓ ଏସ୍‌ପି ପାଛୋଟି ନେଇଥିଲେ ଶ୍ରୀମନ୍ଦିରକୁ । ମୁଖ୍ୟ ମନ୍ତ୍ରୀଙ୍କ ସହିତ ଥିଲେ ତାଙ୍କ ବ୍ୟକ୍ତିଗତ ସଚ଼ିବ ତଥା ରାଜ୍ୟର ୫ଟି ସଚ଼ିବ ଭି.କେ. ପାଣ୍ଡିଆନ୍ ।

ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇପଡିଥିଲେ ମୁଖ୍ୟ ମନ୍ତ୍ରୀ । ତା’ ପରେ ଶ୍ରୀମନ୍ଦିରରୁ ବାହାରିବା ପରେ ନୂଆ ବର୍ଷ ପାଇଁ ମହାପ୍ରଭୁଙ୍କ ଆର୍ଶିର୍ବାଦ ନେଇଥିବା ବେଳେ ଜନତାଙ୍କୁ ନୂଆ ବର୍ଷର ଶୁଭେଛା ଦେବା ସହ ମନ୍ଦିର ଆସି ବେଶ ଖୁସି ବୋଲି କହିଥିଲେ ।

‘‘ଶ୍ରୀଜଗନ୍ନାଥ ହେରିଟେଜ କରିଡର ନକ୍ସାରେ କରାଯିବ ପରିବର୍ତ୍ତନ । ମୁଖ୍ୟ ମନ୍ତ୍ରୀ ପୁରୀ ଆସି ଶ୍ରୀମନ୍ଦିର ନିକଟରେ ଚିତ୍ରିତ ହୋଇଥିବା ବଡ଼ ଦାଣ୍ଡରେ ବସି ଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠାର ନକ୍ସାକୁ ସମୀକ୍ଷା କରିବା ସହ କିଛି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି । ଶିଳାନ୍ୟାସ ପରେ ଏବେ ଖୁବ ଶୀଘ୍ର ଆରମ୍ଭ ହେବ କାମ,’’ କହିଛନ୍ତି ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ଶିଳାନ୍ୟାସ ତାଲିକାରେ ଥିଲା ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ଵର୍ଗ ଦ୍ୱାର ନବୀକରଣ, ଜେଲ୍‌ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେକ୍ସ, ଆହାର ଓ ମଧ୍ୟାନ୍ନ ଭୋଜନ ରୋଷେଇ ପାଇଁ ଅତ୍ୟାଧୁନିକ କିଚେନ୍‌ ।

‘‘ଏହି ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ଶେଷ କରିବା ଲକ୍ଷ ସରକାରଙ୍କ ପ୍ରମୁଖ ଏଜେଣ୍ଡାରେ ଅଛି । ପୁରୀ ପାଇଁ ରହିଛି ମୁଖ୍ୟ ମନ୍ତ୍ରୀଙ୍କ ସ୍ୱପ୍ନ । ସେଥିପାଇଁ ସେ ନିଜେ ଦେଉଛନ୍ତି ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ,’’ କହିଛନ୍ତି ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ।

ଟ୍ରାଫିକ ସମସ୍ୟାକୁ ଶୃଙ୍ଖଳିତ କରିବା ପାଇଁ ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ରୀସେତୁ ପ୍ରକଳ୍ପରେ ୨.୩ କିଲୋମିଟର ଲମ୍ବାର ପୋଲ ନିର୍ମିତ ହେବ । ଟ୍ରମ୍ଫେଟ ଆକାରରେ ଏହି ବ୍ରିଜ ମଙ୍ଗଳାଘାଟରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଲମ୍ବିବ । ଏହି ବ୍ରିଜ ପାଇଁ ଖର୍ଚ୍ଚ ହେବ ୧୮୧ କୋଟି ଟଙ୍କା ।

ଦ୍ୱିତୀୟ ପ୍ରକଳ୍ପ ହେଉଛି ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସହାୟକ କେନ୍ଦ୍ର । ୧,୦୦୦ କାର୍‌ ପାଇଁ ବହୁତଳ ପାର୍କିଂ ସହ ଛଅ ତାଲା କୋଠାର ନିର୍ମାଣ ଯୋଜନା ପାଇଁ ୧୯୦ କୋଟି ଟଙ୍କାର ଅଟକଳ ହୋଇଛି । ଜେଲ ରୋଡରେ ମଲ୍ଟି ଲେଭଲ କାର ପାର୍କିଂରେ ୫୦୦ କାର୍‌ ଓ ୫୦୦ ଦୁଇଚ଼କିଆ ଗାଡ଼ି ରହିବାର ବ୍ୟବସ୍ଥା ସହ ୩୫୦ ୟୁନିଟ ଦୋକାନ ଘର କରାଯିବ । ସେଥିପାଇଁ ଖର୍ଚ୍ଚ ଅଟକଳ ୯୦ କୋଟି ୨୨ ଲକ୍ଷ ଟଙ୍କା ।

ସେହି ଭଳି ପୌରସଂସ୍ଥା ମାର୍କେଟ କଂପ୍ଲେକ୍ସର ନବୀକରଣ, ଯେଉଁଥିରେ ପାଞ୍ଚ ତାଲା କୋଠା ହେବ ଓ ସେଥିରେ ୫୦୦ଟି ଦୋକାନ ଘର, ୪୦୦ଟି କାର ପାର୍କିଂ, ୩୦୦ କିଲୋୱାଟର ରୁଫ୍‌ଟପ୍‌ରେ ସୋଲାର୍‌ ପ୍ୟାନେଲ ଆଦି ରହିବ, ସେଥି ପାଇଁ ୪୪.୮୨ କୋଟି ଟଙ୍କା ଅଟକଳ ରଖାଯାଇଛି ।

ସ୍ୱର୍ଗଦ୍ୱାରର ନବୀକରଣ ପାଇଁ ରଖାଯାଇଥିବା ୧୨ କୋଟି ଟଙ୍କାରେ ସମୁଦ୍ର କୂଳ ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ନିର୍ମାଣ, ମଙ୍ଗଳାଘାଟ ଅଞ୍ଚଳରେ ୫୦,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମିଡ୍‌ ଡେ ମିଲ ଓ ଆହାର ପାଇଁ ସେଣ୍ଟ୍ରାଲାଇଜ୍‌ଡ୍‌ କିଚେନ ନିର୍ମାଣର ଶିଳାନ୍ୟାସ  ହୋଇଛି ।

‘‘ଏହି ଦିନଟିକୁ ଆମେ ଅପେକ୍ଷା କରିଥିଲୁ । ଏବେ ଦେଖିବେ କେମିତି ହେଉଛି ପୁରୀର ବିକାଶ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

‘‘ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ମହାପ୍ରଭୁଙ୍କର ପରମ ଭକ୍ତ । ସେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତୁ । ତାଙ୍କର ମଙ୍ଗଳକାମନା କରିଛନ୍ତି ସେବାୟତମାନେ । ପୁରୀ ସହରବାସୀଙ୍କର ସେ ମଙ୍ଗଳକାମନା କରିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶକୁ ନେଇ ଲୋକଙ୍କ ମନରେ ସନ୍ଦେହ ରହିଥିଲା । ଏବେ ଭାବନାରେ ହୋଇଛି ପରିବର୍ତ୍ତନ । ସେବାୟତମାନେ ବି ଆନନ୍ଦିତ,’’ କହିଛନ୍ତି  ସୁଆର ମହାସୁଆର ନିଯୋଗର ସମ୍ପାଦକ   ।

ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଯୋଜନା ଆଜି ବାସ୍ତବ ରୁପ ନେଇଛି । ‘‘ପ୍ରକଳ୍ପଗୁଡିକ କଣ ହେବ ତାହା ସାର୍ବଜନୀନ ହୋଇଛି । ପୁରୀ ପାଇଁ ଏହି ସାତଟି ପ୍ରକଳ୍ପ ଆବଶ୍ୟକ ଥିଲା  । ତେବେ ଐତିହ୍ୟ ସହର ପାଇଁ ଓ ଭକ୍ତଙ୍କ ଆଗମନକୁ ନେଇ ମୁଖ୍ୟମନ୍ତ୍ରୀ ପୁରୀକୁ ଫୋକସରେ ରଖିଛନ୍ତି । ଆଗକୁ ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକର ରୁପରେଖ ପୁରୀକୁ ବିଶ୍ୱ ସ୍ତରର ପରିଚ଼ୟ ଦେବ,’’ କହିଛନ୍ତି ମହାନ୍ତି ।

‘‘ଭାରତ ବର୍ଷରେ ଅଦ୍ୱିତୀୟ ସ୍ଥାନ ହେଉଛି ଶ୍ରୀକ୍ଷେତ୍ର । ତେଣୁ ମୁଖ୍ୟ ମନ୍ତ୍ରୀଙ୍କର ପୁରୀକୁ ଐତିହ ସହର କରିବା ଯୋଜନାକୁ ନେଇ କଥା ଓ କାମ ଏକ । କାମ ଲୋକେ ଦେଖିବା ଆରମ୍ଭ କଲେଣି । ଆଗକୁ କଣ ହେଉଛି ଲୋକେ ଦେଖିବେ । ମୁଁ ଏହା ଦେଖି ବେଶ୍‌ ଖୁସି,’’ କହିଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କରାଯାଇଥିବା ସୌନ୍ଦର୍ଯ୍ୟକରଣରେ ବେଶ ଖୁସି ହୋଇ ମୁଖ୍ୟ ମନ୍ତ୍ରୀ ନିଜେ ଫଟୋ ଉତ୍ତୋଳନ କରିଥିଲେ । ଫେବୃୟାରୀ ଶେଷ ସୁଦ୍ଧା ଚୁଡାନ୍ତ ପ୍ରକଳ୍ପଗୁଡ଼ୁକର ଚିଠା ପ୍ରକାଶ ପାଇବ ।
First published: January 17, 2020, 12:29 AM IST
corona virus btn
corona virus btn
Loading