ଶରଧା ବାଲିରେ କାଳିଆ ସାଆନ୍ତଙ୍କ ସହ ଭାଈ ଭଉଣୀ: ଆଜି ଆଡ଼ପ ବିଜେ; ଚକା ନୟନରେ ମିଶୁଛି ଭକ୍ତଙ୍କ ନୟନ

ଗତ କାଲି ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ଭରିହୋଇଯାଇଛି । ଦୁଇବର୍ଷ ପରେ ମହାପ୍ରଭୁ ରଥାରୁଢ ହୋଇଥିବାରୁ ଭକ୍ତ ଦର୍ଶନରୁ ନିଜକୁ ବଞ୍ଚିତ କରିବାକୁ ଚାହୁଁନି।

ଆଜି ଶ୍ରୀଜୀଉଙ୍କ ଆଡ଼ପ ବିଜେ

ଆଜି ଶ୍ରୀଜୀଉଙ୍କ ଆଡ଼ପ ବିଜେ

  • Share this:
News 18 Odia Digital

ପୁରୀ: ଗତ କାଲି ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ଭରି ହୋଇଯାଇଛି। ଦୁଇ ବର୍ଷ ପରେ ମହାପ୍ରଭୁ ରଥାରୁଢ଼ ହୋଇଥିବାରୁ ଭକ୍ତ ଦର୍ଶନରୁ ନିଜକୁ ବଞ୍ଚିତ କରିବାକୁ ଚାହୁଁନି। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ୱା ଗହଳୀ।

ଆଜି ସନ୍ଧ୍ୟା ଧୂପ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥରୁ ଜନ୍ମବେଦୀକୁ ଯାତ୍ରାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପବିତ୍ର ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତ ଅପେକ୍ଷାରତ। ପରମ୍ପରା ଓ ଯଥାବିଧି ନୀତି ଅନୁଯାୟୀ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିବେ ଶ୍ରୀଜୀଉ। ବର୍ତ୍ତମାନ ରଥ ଉପରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେଠାରେ ପରମ୍ପରା ଅନୁଯାୟୀ ପୂଜା କାର୍ଯ୍ୟ କରାଯାଉଛି। ରଥ ଟାଣିବାରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁ ଆଜି ପ୍ରଭୁଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ପ୍ରଭୁଙ୍କ ପାଖକୁ ଯିବାର ଅନୁମତି ନଥିବା ବେଳେ ଦୂରରୁ ଭକ୍ତ ଦର୍ଶନ କରୁଛନ୍ତି। ଶ୍ରୀକ୍ଷେତ୍ରରେ ଏବେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଗତକାଲି ଜନ ସମୁଦ୍ର ହୋଇ ଉଠିଥିଲା ବଡ଼ ଦାଣ୍ଡ। ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତ ରଥଯାତ୍ରାରେ ସାମିଲ୍ ହୋଇଥିବା ସୂଚନା ମିଳିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ହୋଇଥିବାବେଳେ ସନ୍ଧ୍ୟା ପୂର୍ବରୁ ତିନି ରଥ ଶରଧାବାଲିରେ ପହଞ୍ଚିଥିଲା।
Published by:Soubhagya Mishra
First published: