ଝାଡ଼ଖଣ୍ଡରୁ ଗିରଫ ହେଲା ପ୍ରେମିକ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଘରୋଇ ଇଞ୍ଜିନିୟରିଂ କଲେଜର ବଣ୍ଟି ଵବଲି । ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ। ଝାଡ଼ଖଣ୍ଡରୁ ଗିରଫ ହୋଇଛି ପ୍ରେମିକ ବିକାଶ କୁମାର। ପୂର୍ବରୁ ବିକାଶଙ୍କ ବାନ୍ଧବୀ ତଥା କଲେଜର ଅକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ଗିରଫ କରିଥିଲା ।
ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି," ତଦନ୍ତ ବେଳେ ଜଣା ପଡ଼ିଛି, ଠକେଇ ଟଙ୍କାରେ ବିକାଶ ଅନଲାଇନ ଗେମ ଖେଳୁଥିଲା। ଦୀର୍ଘଦିନ ଧରି ସେ ବିଭିନ୍ନ ଆଳ ଦେଖାଇ ଟଙ୍କା ନେଇଥିଲା । କେତେବେଳେ ବାପାଙ୍କ ଦେହ ଖରାପ ଆଉ କେତେବେଳେ କୌଣସି ସମସ୍ୟା ଦେଖାଇ ଟଙ୍କା ନେଇଥିବା ଜଣା ପଡ଼ିଛି । ଗିରଫ ପରେ ଅଭିଯୁକ୍ତ ବିକାଶ କହିଛି ସେ ୬୫ ଲକ୍ଷ ଟଙ୍କା ନେଇଛି । ତେବେ ଟଙ୍କା କେଉଁଠି ବିନିଯୋଗ ହୋଇଛି ଏନେଇ ତଦନ୍ତ କରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଟଙ୍କା ସମ୍ବନ୍ଧୀୟ ତଥ୍ୟ ଖୋଜିବ ପୋଲିସ।"
୨୦୧୭ ମସିହାରୁ ପାୟଲ ସେଇ କଲେଜରେ ଅକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ଛାତ୍ରଛାତ୍ରୀଙ୍କ ଆଡ଼ମିସନ ଟଙ୍କା ଓ ଟ୍ୟୁସନ ଫି ଟଙ୍କାକୁ ନିଜ ଅକାଉଣ୍ଟକୁ ଟ୍ରାନ୍ସଫର କରି ବିକାଶଙ୍କ ପାଖକୁ ପାଠାଉଥିଲେ । ବିକାଶ ବିଭିନ୍ନ ଆଳ ଦେଖାଇ ଟଙ୍କା ନେଇଥିବା କଥା ପୂର୍ବରୁ ପାୟଲ ପୋଲିସ ଆଗରେ ମାନିଥିଲା । ଏବେ ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନଯୋଗ୍ୟ ଯେ, ସିଭି ରମଣ ଗ୍ଲୋବାଲ ୟୁନିଭରସିଟିର ଜି.ଏମ ଏକାଉଣ୍ଟାଣ୍ଟ ଭାବରେ ୨୦୧୭ ମସିହାରୁ କାର୍ଯ୍ୟରତ ଅଛନ୍ତି ପାୟଲ । ବିଭିନ୍ନ ସମୟରେ କଲେଜ ଟଙ୍କାକୁ ଝାଡ଼ଖଣ୍ଡରେ ରହୁଥିବା ପ୍ରେମିକ ବିକାଶ କୁମାରଙ୍କ ପାଖକୁ ପଠାଉଥିଲେ । ବିକାଶ ମଧ୍ୟ ସେ କଲେଜର ପୂର୍ବତନ ଛାତ୍ର । ପାଠ ପଢ଼ିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ବିକାଶ ବିଭିନ୍ନ ସମୟରେ ଆଳ ଦେଖାଇ ତାଙ୍କ ପାଖରୁ ଟଙ୍କା ନେଇଥାନ୍ତି । ପାୟଲ କଟକ ସ୍ଥିତ ଅକ୍ସିସ କ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଟ୍ରାଞ୍ଜକ୍ସନ କରୁଥିବା କଥା ଜଣା ପଡ଼ିଛି ।
Published by:Soumya Das
First published: