ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ସୁନା ଗହଣା ଲୁଟି ନେଲେ ଲୁଟେରା
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଛି। ଭୁବନେଶ୍ୱରର ୟୁନିଟ-୬ରେ ଥିବା ପ୍ରବୋଧଙ୍କ ସରକାରୀ କ୍ୱାର୍ଟରରୁ ଚୋରି ହୋଇଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକେ ନଥିବା ବେଳେ ଏହା ଘଟଣା ଘଟିଛି।
ହକି ବିଶ୍ୱକପ ପାଇଁ ପ୍ରବୋଧ ରାଉରକେଲାରେ ଥିବା ବେଳେ ତାଙ୍କ ପରିବାର ଲୋକେ ଗାଁକୁ ଯାଇଛନ୍ତି। କ୍ୱାର୍ଟର୍ସରେ କେହି ରହୁନଥିବା ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ଚୋରି କରିଛନ୍ତି। ଦୁର୍ବୁତ୍ତମାନେ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି।
ଏ ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।