ଚନ୍ଦକାରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଅଧ କିଲୋ ସୁନା ଗହଣା ଲୁଟି ନେଲେ ଲୁଟେରା

ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ହରିପୁର ଗ୍ରାମରେ ଏହି ଘଟଣା ଘଟିଛି। ଘର ମାଲିକ ତଥା ଅବସରପ୍ରାପ୍ତ କିରାଣୀ ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଚନ୍ଦକାରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଅଧ କିଲୋ ସୁନା ଗହଣା ଲୁଟି ନେଲେ ଲୁଟେରା

ଚନ୍ଦକାରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଅଧ କିଲୋ ସୁନା ଗହଣା ଲୁଟି ନେଲେ ଲୁଟେରା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ କିଛି ଦିନର ନୀରବତା ପରେ ପୁଣି ମାତିଲେ ଅପରାଧି। ରାଜଧାନୀ ଉପକଣ୍ଠରେ ବଡ଼ ଧରଣରେ ଘଟିଛି ଡକାୟତି। ବରିଷ୍ଠ ନାଗରିକଙ୍କୁ ଘରେ ତାଲା ପକାଇ ଘର ଭିତରେ କଳାକନା ବୁଲାଇଲା ଲୁଟେରା। ଦମ୍ପତିଙ୍କୁ ଘର ଭିତରେ ତାଲା ପକାଇ ଅଧା କିଲୋ ସୁନା,୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ହରିପୁର ଗ୍ରାମରେ ଏହି ଘଟଣା ଘଟିଛି। ଘର ମାଲିକ ତଥା ଅବସରପ୍ରାପ୍ତ କିରାଣୀ ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଶନିବାର ବିଳମ୍ବିତ ରାତିରେ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା ରାତି ପ୍ରାୟ ୩ଟା ସମୟରେ ଲୁଟେରାମାନେ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କରିବା ସହିତ ଗ୍ୟାସ କଟର ସାହାଯ୍ୟରେ ଝରକାକୁ କାଟିଥିଲେ। ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ଘରକୁ ବାହାର ପଟରୁ ଲକ୍ କରି ଦେଇଥିଲେ। ଘରେ ଥିବା ଦୁଇଟି ଆଲମିରା ଲକ୍ ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡି, ମୁଦା, କାନଫୁଲକୁ ଲୁଟି ନେଇଥିଲେ। ସେହିଭଳି ଜମି କିଣିବା ପାଇଁ ଆଲମିରାରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କାକୁ ମଧ୍ୟ ଲୁଟି ନେଇଛନ୍ତି।

"ରାତି ପ୍ରାୟ ୩ଟା ସମୟରେ ଦୁର୍ବୁତ୍ତ ଘରେ ପଶିଥିଲେ। ଆମେ ଯେଉଁ ଘରେ ଶୋଇଥିଲୁ ସେ ଘରର ତାଲା ପକାଇ ଦେଇ ଆଲମୀରା ଭାଙ୍ଗି ସୁନା ଗହଣା ଓ ଟଙ୍କା ନେଇଗଲେ। ଘର ଭିତରକୁ ପ୍ରାୟ ୪ ରୁ ୫ ଜଣ ଆସିଥିବା ସନ୍ଦେହ କରାଯାଉଛି। ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ। ସମସ୍ତେ ମୁହଁରେ ମୁଖା ପିନ୍ଧିଥିଲେ। ଯାହାଫଳରେ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡୁଛି," କହିଛନ୍ତି ସତ୍ୟନାରାୟଣ ମିଶ୍ର।

"ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି। ଘରଟି ନିଛାଟିଆ ସ୍ଥାନରେ ଥିବାରୁ ଦୁର୍ବୁତ୍ତ ଟାର୍ଗେଟ କରିଥିଲେ। ତେଣୁ ଅପରାଧି ମାନଙ୍କୁ ଧରିବା ପାଇଁ ଆମେ ତଦନ୍ତ ଜାରି ରଖିଛୁ। ସ୍ଥାନୀୟ ଅଞ୍ଚଳର ପୁରୁଣା ଅପରାଧିଙ୍କୁ ପଚରାଉଚରା କରାଯାଇଛି। ପୋଲିସ ଏବେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚାଲିଥିବା,’’ କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ।
Published by:Lipina Das
First published: