ଓଡ଼ିଶାକୁ ପଙ୍ଗପାଳ ବିପଦ: ଜୁନ୍ ମଧ୍ୟ ଭାଗ ସୁଦ୍ଧା ଛତିଶଗଡ଼ ଦେଇ ଓଡ଼ିଶାରେ ପ୍ରବେଶ କରିପାରନ୍ତି

ଏକ ବୃହତାକାର ପଙ୍ଗପାଳ ଦଳ ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇଦିଅନ୍ତି । କେବଳ ଫସଲ ନୁହେଁ, ସେମାନେ ଯେକୌଣସି ଗଛର ପତ୍ରକୁ ମଧ୍ୟ ଖାଇ ଦେଇଥାନ୍ତି ।

ଓଡ଼ିଶାକୁ ପଙ୍ଗପାଳ ବିପଦ: ଜୁନ୍ ମଧ୍ୟ ଭାଗ ସୁଦ୍ଧା ଛତିଶଗଡ଼ ଦେଇ ଓଡ଼ିଶାରେ ପ୍ରବେଶ କରିପାରନ୍ତି
ଭାରତରେ ୨୦୧୦ ମସିହା ପର ଠାରୁ ଏହା ହେଉଛି ପଙ୍ଗପାଳମାନଙ୍କର ସବୁ ଠାରୁ ବଡ଼ ଆକ୍ରମଣ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଫ୍ରିକା ମହାଦେଶରେ ବ୍ୟାପକ କ୍ଷତି ଘଟାଇବା ପରେ ପଙ୍ଗପାଳ ଏବେ ପାକିସ୍ତାନ ଦେଇ ଭାରତ ମଧ୍ୟ ପଶିସାରିଛନ୍ତି । ଫଳରେ ରାଜସ୍ଥାନ, ମହାରାଷ୍ଟ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ବ୍ୟାପକ ଫସଲ ହାନି କରିବା ସହ ସବୁଜିମାକୁ ନଷ୍ଟ କରିଛନ୍ତି । ଏବେ ସେମାନେ ଛତିଶଗଡ଼ ଦେଇ ଓଡ଼ିଶାରେ ପ୍ରବେଶ କରିବାର ପୂର୍ବାନୁମାନ କରୁଛନ୍ତି କଟକ ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (NRRI)ର ବୈଜ୍ଞାନିକମାନେ ।

ପଙ୍ଗପାଳଙ୍କ ପ୍ରଭାବରେ ଛତିଶଗଡ଼ର ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲାଗୁଡିକରେ ବ୍ୟାପକ ଫସଲ ହାନି ଓ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା କରାଯାଉଛି । ବିଶେଷ କରି ସେମାନେ ସମ୍ବଲପୁର ଦେଇ ଓଡ଼ିଶା ମଧ୍ୟକୁ ପଶିବାର ପୂର୍ବାନୁମାନ କରିଛି NRRI । ଓଡିଶାରେ ପ୍ରବେଶ କରିବା ପରେ ସେମାନେ ମୁଖ୍ୟତଃ ସମ୍ବଲପୁର, ବରଗଡ଼ ଓ ସୋନପୁର ଅଞ୍ଚଳରେ ତାଣ୍ଡବ ଲୀଳା ରଚି  କ୍ରମଶଃ  ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବେଶ କରିପାରନ୍ତି ବୋଲି କହିଛନ୍ତି NRRIର କିଟ ରୋଗ ବିଶେଷଜ୍ଞ ।

‘‘ମୂଳତଃ ଆଫ୍ରିକା ମହାଦେଶରେ ଉତ୍ପତ୍ତି ହୋଇଥିବା ଏହି ପ୍ରଜାତିକୁ ଲୋକଷ୍ଟ ବା ‘ମରୂଭୁମି ପଙ୍ଗପାଳ’ ବୋଲି କୁହାଯାଏ । ଏମାନେ ବର୍ତ୍ତମାନ ଛତିଶଗଡ଼ରେ ପହଁଚି ସାରିଲେଣି । ସେମାନଙ୍କ ଗତିବିଧିକୁ ଉପଗ୍ରହ ମଧ୍ୟମରେ ମଧ୍ୟ ମନିଟର୍ କରାଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ ଭଳି ଏମାନେ ଓଡିଶାର ସବୁଜିମାକୁ ବ୍ୟାପକ ଭାବେ ନଷ୍ଟ କରିବା ନେଇ ଆମେ ଆଶଙ୍କା କରୁଛୁ,’’ କହିଛନ୍ତି ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ରୋଗ ପୋକ ବିଭାଗର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ଶ୍ୟାମାରଞ୍ଜନ ଦାସମହାପାତ୍ର ।

NRRIର ରୋଗ ପୋକ ବିଭାଗର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ଶ୍ୟାମାରଞ୍ଜନ ଦାସମହାପାତ୍ର


ପଙ୍ଗପାଳମାନେ ଏକ ବଡ଼ ଗୋଷ୍ଠୀରେ ଆସୁଛନ୍ତି । ଗୋଟିଏ ବର୍ଗ କିଲୋମିଟର କ୍ଷେତ୍ରଫଳରେ ୪୦ରୁ ୮୦ ଲକ୍ଷ ଏମାନଙ୍କର ସଂଖ୍ୟା ରହିଥାଏ । ଘଣ୍ଟାକୁ ୧୬ ରୁ ୧୯ କିଲୋମିଟର ବେଗରେ ଗତି କରୁଥିବା ଏହି "ଲୋକଷ୍ଟ" ବା "ମରୂଭୁମି ପଙ୍ଗପାଳ" ଗୋଟିଏ ଦିନରେ ୫ରୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବାର କ୍ଷମତା ରଖୁଛନ୍ତି । ଏପରି କି ଲୋହିତ ମହାସାଗର ଉପର ଦେଇ ୩ ଶହ କିଲୋମିଟରର ପଥକୁ ଗୋଟିଏ ସପ୍ତାହ ମଧ୍ୟରେ ପାର କରି ଆରବ ଭୁଖଣ୍ଡକୁ ସେମାନେ ପ୍ରବେଶ କରିଛନ୍ତି ।

ଭାରତରେ ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପଙ୍ଗପାଳଙ୍କ ଯୋଗୁଁ ବ୍ୟାପକ କ୍ଷତି ଘଟି ସାରିଛି । ୧୯୬୨ ମସିହା ପୂର୍ବରୁ ୧୨ ଥର ଓ ଏହା ପରେ ୧୯୬୪ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ୧୩ ଥର ଦେଶ ଏମାନଙ୍କ ଆକ୍ରମଣର ଶିକାର ହୋଇଛି । କିନ୍ତୁ ୨୦୧୦ ମସିହା ପର ଠାରୁ ଏହା ହେଉଛି ପଙ୍ଗପାଳମାନଙ୍କର ସବୁ ଠାରୁ ବଡ଼ ଆକ୍ରମଣ । ଏକ ବୃହତାକାର ପଙ୍ଗପାଳ ଦଳ ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇଦିଅନ୍ତି । କେବଳ ଫସଲ ନୁହେଁ, ସେମାନେ ଯେକୌଣସି ଗଛର ପତ୍ରକୁ ମଧ୍ୟ ଖାଇ ଦେଇଥାନ୍ତି ।

ଗୋଟିଏ ପଙ୍ଗପାଳ


‘‘ଏଥି ପାଇଁ ଆମର ଗବେଷଣା ଓ ଅନୁଧ୍ୟାନ ଜାରି ରହିଛି । ଦୁଇ ଦିନ ତଳେ ରାଜ୍ୟ ସରକାରଙ୍କ ସହ ଏ ନେଇ ଏକ ବୈଠକ ହୋଇଥିଲା । ବିଭିନ୍ନ ପ୍ରକାର କୀଟନାଶକ ବ୍ୟବହାର କରି ଏମାନଙ୍କୁ ଦମନ କରାଇ ପାରେ । ସେଥି ପାଇଁ ଆମେ ରାଜ୍ୟ ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇ ସାରିଛୁ । ଯଦି ଓଡିଶାର କୌଣସି ସ୍ଥାନର ଏକ ବୃହତ ଅଞ୍ଚଳରେ ବହୁ ସଂଖ୍ୟାରେ ପଙ୍ଗପାଳଙ୍କ ଉପସ୍ଥିତି ଦେଖିବାକୁ ମିଳେ ତେବେ ଡ୍ରୋନ୍ କିମ୍ବା ହେଲିକାପ୍ଟର ମାଧ୍ୟମରେ ଆକାଶମାର୍ଗରୁ କୀଟନାଶକ ସିଞ୍ଚନ ପାଇଁ ଆମେ ପରାମର୍ଶ ଦେଇଛୁ,’’ କହିଛନ୍ତି ଡଃ ଦାସମହାପାତ୍ର ।

ବାତ୍ୟା ଅମ୍ଫନ ଯଦି ଆସି ନ ଥାନ୍ତା ତାହେଲେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦଳ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ପ୍ରବେଶ କରି ସାରିଥାନ୍ତେ । ବାତ୍ୟା ସେମାନଙ୍କୁ ବାଧା ଦେଇଥିଲା ବୋଲି କହିଛନ୍ତି ଡଃ ଦାସମହାପାତ୍ର । ପଙ୍ଗପାଳଙ୍କ ବର୍ତ୍ତମାନର ଗତିବିଧିକୁ ଲକ୍ଷ କରି ସେମାନେ ଜୁନ ମାସ ମଧ୍ୟ ଭାଗ ସୁଦ୍ଧା ଓଡ଼ିଶାକୁ ପ୍ରବେଶ କରିବାର ଅନୁମାନ କରାଯାଉଛି । ଏହା ପରେ ମୌସୁମୀ ବାୟୁ ପ୍ରଭାବରେ ସେମାନେ ପୁଣି ପଞ୍ଚିମ ମୁହାଁ ହେବେ । କିନ୍ତୁ ରାଜସ୍ଥାନ ମରୁଭୂମିରେ ସେମାନେ ଅଣ୍ଡା ଦେଇ ସାରିଥିବାରୁ ୯୦ ଦିନର ସମୟସୀମା ମଧ୍ୟରେ ସେହି ଅଣ୍ଡା ଫୁଟିବାକୁ ଥିବାରୁ ଏହି ପଙ୍ଗପାଳଙ୍କ ସମସ୍ୟା ବେଶ କିଛି ଦିନ ଧରି ଦେଶରେ ଲାଗି ରହିବ ବୋଲି ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ କହିଛନ୍ତି ।​

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 30, 2020, 4:09 PM IST
corona virus btn
corona virus btn
Loading