ପଙ୍ଗପାଳ ଦଳ ଏବେ ଓଡ଼ିଶା ସୀମା ଠାରୁ ୫୦୦ କିମି ଦୂରରେ ଅଛନ୍ତି; ଆଲର୍ଟ ଜାରି ହେଲା

ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ସଙ୍କଟକୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ମୁକାବିଲା କରିବାକୁ ପ୍ରସ୍ତୁତି ଚଳେଇଛନ୍ତି । ପଙ୍ଗପାଳଙ୍କ ଗତିବିଧି ଉପରେ ଲଗାତର ନଜର ରଖାଯାଉଛି ବୋଲି କହିଛନ୍ତି କୃଷି ବିଭାଗର ଅଧିକାରୀମାନେ ।

ପଙ୍ଗପାଳ ଦଳ ଏବେ ଓଡ଼ିଶା ସୀମା ଠାରୁ ୫୦୦ କିମି ଦୂରରେ ଅଛନ୍ତି; ଆଲର୍ଟ ଜାରି ହେଲା
ପଙ୍ଗପାଳ ହେଉଛି ଆଫ୍ରିକାର ମରୁଭୂମି ଅଞ୍ଚଳରେ ଦେଖାଦେଉଥିବା ଏକ ଝିଣ୍ଟିକା ଜାତୀୟ କୀଟ ।
  • News18 Odia
  • Last Updated: June 20, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟକୁ ପୁଣି ପଙ୍ଗପାଳ ଭୟ ଘାରିଛି । ପଙ୍ଗପାଳ ଦଳ ଓଡ଼ିଶାର ନିକଟବର୍ତ୍ତୀ ହେଉଥିବାରୁ ସରକାରଙ୍କ ପକ୍ଷରୁ ପୁଣି ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି । ଚାଷୀମାନଙ୍କୁ ସତର୍କ କରାଯିବ ସହିତ ପଙ୍ଗପାଳଙ୍କ ଗତିପଥ ଉପରେ ନଜର ରଖିଛନ୍ତି ସରକାର ।

ପଙ୍ଗପାଳ ଦଳ ବର୍ତ୍ତମାନ ଛତିଶଗଡ଼-ମଧ୍ୟ ପ୍ରଦେଶ ସୀମାରେ ଥିବା ବେଳେ ସେମାନଙ୍କ ଗତିପଥ ଉପରେ ଲଗାତର ଅପଡେଟ୍‌ ନେଉଛନ୍ତି ସରକାର। ତେବେ ବର୍ତ୍ତମାନ ଯାହା ପବନର ଦିଗ ରହିଛି, ତାହା ସେମାନଙ୍କୁ ଓଡିଶା ମୁହାଁ ହେବାକୁ ସୁହାଇବନି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ପଙ୍ଗପାଳ ଦଳ ବର୍ତ୍ତମାନ ଓଡ଼ିଶା ସୀମା ଠାରୁ ୫୦୦ କିଲୋମିଟର ଦୂରରେ ରହିଛନ୍ତି ଓ ବର୍ତ୍ତମାନ ପରିସ୍ଥିତିରେ ଓଡିଶା ପ୍ରତି ତୁରନ୍ତ ବିପଦ ନ ଥିବା କହିଛନ୍ତି ସରକାର । ସେମାନଙ୍କ ଗତିପଥ ଉପରେ ସରକାର ନଜର ରଖିବା ସହିତ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ସରକାର ।

ପଙ୍ଗପାଳଙ୍କ ଗତିବିଧି ନେଇ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ. ବଶିଷ୍ଟ କହିଛନ୍ତି: ‘‘ପଙ୍ଗପାଳକୁ ନେଇ  ଆମକୁ ସତର୍କ ରହିବାକୁ ହେବ । ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ପ୍ରତି ଦିନ ସନ୍ଧ୍ୟା ୫ଟାରେ ରିପୋର୍ଟ ଆସୁଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଷ୍ଟ ମ୍ୟାନେଜମେଣ୍ଟ ରିପୋର୍ଟ ଦେଉଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି । ଏହା ନୂଆ ଦଳ କି ସେହି ପୁରୁଣା ଦଳ ତାହା ଉପରେ ଗବେଷଣା ଚାଲିଛି । ପୁରୁଣା ଦଳ ପୂର୍ବରୁ  ମଧ୍ୟ ପ୍ରଦେଶରେ ଦୁର୍ବଳ ହୋଇଯାଇଥିଲା । ପଙ୍ଗପାଳକୁ ନେଇ  ଯେଉଁ ସବୁ ଜିଲ୍ଲାକୁ ପୂର୍ବରୁ ଆଲର୍ଟ କରାଯାଇଥିଲା ସେଗୁଡ଼ିକୁ ପୁଣି ଆଲର୍ଟ କରାଯିବ ।’’

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ


କୃଷି ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର କହିଛନ୍ତି: ‘‘ପଙ୍ଗପାଳ ଦଳ ବର୍ତ୍ତମାନ ଛତିଶଗଡ଼ ଓ ମଧ୍ୟ ପ୍ରଦେଶର ବୋର୍ଡରରେ ଅଛନ୍ତି । ଓଡିଶା ଠୁ ୫୦୦ କିଲୋମିଟର ଦୂରରେ ଅଛନ୍ତି । ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ୧୨ଟି ଜିଲ୍ଲାର ଚାଷୀଙ୍କୁ ଆଲର୍ଟ କରାଯାଇଛି । ଏମାନେ ସେହି ପୁରୁଣା ଦଳ । ଓଡ଼ିଶା ଆସିବାର ଚାନ୍ସ ନାହିଁ । ପବନର ଦିଗ ଯାହା ଅଛି ତାହା ସେମାନଙ୍କୁ ଓଡ଼ିଶା ମୁହାଁ ହେବାରେ ସୁହାଇବ ନାହିଁ । ଆମେ ଆଲର୍ଟ ଅଛୁ । ଚାଷୀମାନେ ଡରିବାର ନାହିଁ । ଆମେ ସତର୍କ ଅଛୁ । ଯଦି ବି ସେମାନେ ଓଡ଼ିଶା ଆସନ୍ତି, ନିୟନ୍ତ୍ରଣ କରିହେବ । ପୂର୍ବାପେକ୍ଷା ଏହା ଏକ ଛୋଟ ଗ୍ରୁପ ।’’

ପଙ୍ଗପାଳ ହେଉଛି ଆଫ୍ରିକାର ନାଇଜେରିଆ ଓ ସୋମାଲିଆ ଆଦି ମରୁଭୂମି ଅଞ୍ଚଳରେ ଦେଖାଦେଉଥିବା ଏକ ଝିଣ୍ଟିକା ଜାତୀୟ କୀଟ । ଏହାକୁ ପଙ୍ଗପାଳ ବା ଲୋକସ କହନ୍ତି । ଏହି କୀଟ ଫସଲ ବା ଗଛ ର ସବୁଜ ଅଂଶ କୁ ଖାଇ ନଷ୍ଟ କରିଦିଏ । ଏ ବର୍ଷ ପୂର୍ବ ଆଫ୍ରିକା ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ପଙ୍ଗପାଳର ବଂଶ ବିସ୍ତାର ହୋଇଛି । ତାଙ୍କର ଗୋଟିଏ ଦଳ ଇରାନ ଆସିଥିଲେ। ତା’ପରେ ପାକିସ୍ତାନ ଓ ଏବେ ଭାରତର ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପହଞ୍ଚି ଯାଇଥିଲେ । ବିଗତ ଅନେକ ବର୍ଷ ହେଲା ଓଡ଼ିଶାର ପଙ୍ଗପାଳ ଆକ୍ରମଣ ହୋଇ ନାହିଁ।

ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ କଣ କରିବାକୁ ପଡିବ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସିଂ । ଆମର ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିଲେ ଆମ ଜମିରେ ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବ ମଞ୍ଜିର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ଛିଞ୍ଚନ କଲେ ରକ୍ଷା ମିଳିବ । ଏହା ବଦଳରେ ବଜାରରେ ମିଳୁ ଥିବା ୩୦୦ ନପିପିଏମ ନିମ୍ବ ଆଧାରିତ କୀଟ ବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ଦୁଇ ଶହ ଲିଟର ପାଣିରେ ମିଶାଇ ଉପରବେଳା ଛିଞ୍ଚନ କରାଯାଇପାରେ ।

ପଙ୍ଗପାଳ ଦଳ ଫସଲ କିଆରୀରେ ପହଞ୍ଚି ଯାଇଥିଲେ ସେଗୁଡିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡ଼େଇ ବା କଣ୍ଟାଯୁକ୍ତ ଡାଳରେ ପିଟି ଘଉଡ଼େଇବାର ବ୍ୟବସ୍ଥା କରିବାକୁ ଚାଷୀମାନଙ୍କୁ କୁହାଯାଇଛି । ଏହା ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କଲେ କିମ୍ବା ଏକର ପ୍ରତି ୪୦୦ ମିଳିଲିଟର ପ୍ରଫେନଫସ ପଚାଶ ସିସିକୁ ସିଞ୍ଚନ କଲେ ସୁଫଳ ମିଳିଥାଏ । ଚାଷୀମାନଙ୍କୁ ନ ଡରିବା ପାଇଁ କୃଷି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମସ୍ୟାକୁ ପ୍ରତିରୋଧ କରିବା ପାଇଁ କୃଷି ବିଭାଗ ଓ ଓୟୁଏଟି ତରଫରୁ ଜାରି କରାଯାଇଥିବା ସତର୍କତା ନିୟମକୁ ଅନୁପାଳନ କରିବାକୁ ପୂର୍ବ ବୈଠକରେ ମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।

ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ଚାଷୀ ଭାଇଙ୍କ ପାଇଁ ହ୍ଵାଟ୍ସଆପ ଗ୍ରୁପ କରାଯାଇ ସୂଚନା ପ୍ରଦାନ କରାଯାଉଥିବା ବେଳେ କୃଷି ଅଫିସର ଓ ହର୍ଟିକଲଚର ଅଫିସରଙ୍କ ଭଳି ଅଧିକାରୀଙ୍କୁ ନେଇ ଏକ ନୋଡାଲ ଟିମ ବି ଗଠନ କରାଯାଇଛି । ଏହି ଟିମ୍‌ ସମ୍ପୂର୍ଣ ସ୍ଥିତି ଉପରେ ନଜର ରଖିଛି ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 12:16 AM IST
corona virus btn
corona virus btn
Loading