ଓଡ଼ିଶାକୁ ଘନେଇ ଆସୁଛି ପଙ୍ଗପାଳ ବିପଦ; ରାଜ୍ୟର ସବୁ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଗଲା

ଛତିଶଗଡ଼ ପର୍ଯ୍ୟନ୍ତ ପହଞ୍ଚିଯାଇଥିବା ପଙ୍ଗପାଳ ଦଳ ବାତ୍ୟା ନିସର୍ଗର ପ୍ରଭାଗ ଯୋଗୁଁ ରାଜସ୍ଥାନ ଓ ଉତ୍ତର ଭାରତର ବିଭିନ୍ନ ରାଜ୍ୟ ଦେଇ ବିହାର ଓ ଓଡ଼ିଶାକୁ ପ୍ରବେଶ କରିବେ । ଜୁଲାଇ ମାସ ସୁଦ୍ଧା ଏମାନେ ଓଡ଼ିଶା ଓ ବିହାର ଅଞ୍ଚଳରେ ରହିବେ ।

ଓଡ଼ିଶାକୁ ଘନେଇ ଆସୁଛି ପଙ୍ଗପାଳ ବିପଦ; ରାଜ୍ୟର ସବୁ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଗଲା
ପାକିସ୍ତାନ ଓ ଇରାନ ପଟୁ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ପଙ୍ଗପାଳ ଦଳ ଦେଶ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପଡ଼ୋଶୀ ରାଜ୍ୟଗୁଡ଼ିକରେ ପଙ୍ଗପାଳ ଉତ୍ପାତ ଜାରି ରହିଥିବା ବେଳେ ଓଡ଼ିଶା ପ୍ରତି ମଧ୍ୟ ଏହି ବିପଦ ଘନେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆଲର୍ଟ ଜାରି କରିଛନ୍ତି । ତେବେ ପଙ୍ଗପାଳ ଦଳ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ଅଗ୍ନିଶମ ବିଭାଗକୁ ସତର୍କ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖିଛି ଅଗ୍ନିଶମ ବିଭାଗ । ଯେଉଁ ଅଞ୍ଚଳ ଦେଇ ପଙ୍ଗପାଳ ଓଡ଼ିଶାକୁ ପ୍ରବେଶ କରିବେ ସେହି ସ୍ଥାନର ବ୍ୟାପକ ଅଞ୍ଚଳକୁ ଦମକଳ ଦ୍ବାରା କୀଟନାଶକ ସିଞ୍ଚନ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

‘‘ମଙ୍ଗଳବାର ଦିନ ରାଜ୍ୟ ସରକାର ଏ ନେଇ ଡ଼ାକି ଥିବା ଏକ ବୈଠକରେ ପଙ୍ଗପାଳ ସମସ୍ୟାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ପରେ ରାଜ୍ୟର ସବୁ ଦମକଳ କେନ୍ଦ୍ରଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଯଥେଷ୍ଟ ସଂଖ୍ୟକ ଦମକଳକୁ ମହଜୁଦ ରଖାଯାଇଛି । ଏଥି ପାଇଁ ଗଠିତ ହୋଇଥିବା ଷ୍ଟେଟ୍ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ ଖୋଲାରହିଛି । ପଙ୍ଗପାଳ ଦଳ ଆସିବା ମାତ୍ରେ ହିଁ ସେହି ସ୍ଥାନଗୁଡ଼ିକରେ କୀଟନାଶକ ସିଞ୍ଚନ କରାଯିବ । ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଦମକଳ ପ୍ରଭାବିତ ଅଞ୍ଚଳକୁ ପଠାଯିବ,’’ କହିଛନ୍ତି ଅଗ୍ନିଶମ ବିଭାଗ ଆଇ.ଜି. ଅସିତ ପାଣିଗ୍ରାହୀ ।

ରାଜ୍ୟର ସବୁ ଦମକଳ କେନ୍ଦ୍ରଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।


ପଙ୍ଗପାଳଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟକୁ ହାଇ ରିସ୍କ, ମୋଡ଼ରେଟ୍ ରିସ୍କ ଓ ଲୋ ରିସ୍କ ଭଳି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ ଜୋନରେ ନବରଙ୍ଗପୁର, ନୂଆପଡ଼ା, ମାଲକାନାଗିରୀ, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଥିବା ବେଳେ ମୋଡ଼ରେଟ୍ ରିସ୍କ ଜୋନରେ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳକୁ ରଖାଯାଇଛି । ବାକି ଜିଲ୍ଲାଗୁଡ଼ିକୁ ଲୋ ରିସ୍କ ଜୋନରେ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ପ୍ରବେଶ କରିଥିବା ପଙ୍ଗପାଳ ଦଳ ଦେଶର ବିଭିନ୍ନ ରାଜ୍ୟରେ କ୍ଷତି ଘଟାଇ ଚାଲିଥିବା ବେଳେ ରୋମ ସ୍ଥିତ ଖାଦ୍ୟ ଏବଂ କୃଷି ସଂଗଠନ ବା FAO ଭାରତକୁ ପଙ୍ଗପାଳଙ୍କ ଦ୍ବିତୀୟ ଆକ୍ରମଣ ନେଇ ସତର୍କ କରିଛି । ପାକିସ୍ତାନ ଓ ଇରାନ ପଟୁ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ପଙ୍ଗପାଳ ଦଳ ଦେଶ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ଏ ନେଇ ଖାଦ୍ୟ ଏବଂ କୃଷି ସଂଗଠନ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (NRRI)କୁ ଅବଗତ କରାଇଛି ।

‘‘ଇରାନ ଓ ପାକିସ୍ତାନ ପଟୁ ଆସୁଥିବା ପଙ୍ଗପାଳ ଦଳଗୁଡ଼ିକ ଓଡ଼ିଶା ପର୍ଯ୍ୟନ୍ତ ଆସିବାର ସମ୍ଭାବନା କମ ରହିଛି । କିନ୍ତୁ ଛତିଶଗଡ଼ ପର୍ଯ୍ୟନ୍ତ ପହଞ୍ଚିଯାଇଥିବା ପଙ୍ଗପାଳ ଦଳ ବାତ୍ୟା ନିସର୍ଗର ପ୍ରଭାଗ ଯୋଗୁଁ ପଶ୍ଚିମ ମୁଖା ହୋଇ ପ୍ରଥମେ ରାଜସ୍ଥାନ ଓ ପରେ ଉତ୍ତର ଭାରତର ବିଭିନ୍ନ ରାଜ୍ୟ ସହ ବିହାର ଓ ଓଡ଼ିଶାକୁ ପ୍ରବେଶ କରିବେ । ଜୁଲାଇ ମାସ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଓ ବିହାର ଅଞ୍ଚଳରେ ରହିବେ । ତେବେ ମୌସୁମୀ ବାୟୁର ପ୍ରବାହ ଯେତେ ଅଧିକ ହେବ ଓଡ଼ିଶାରେ ଏହି ପଙ୍ଗପାଳ ଜନିତ କ୍ଷତି ମଧ୍ୟ ସେତିକି କମ ରହିବ,’’ କହିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର କୀଟ ରୋଗ ବିଭାଗର ପ୍ରଧାନ ବୈଜ୍ଞାନିକ ଡକ୍ଟର ଶ୍ୟାମାରଞ୍ଜନ ଦାସମହାପାତ୍ର ।

ଏହା ବ୍ୟତୀତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସରୋ (ISRO) ରୁ NRRIକୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ ଓ ବିହାର ଅପେକ୍ଷା ଓଡ଼ିଶାରେ ଅଧିକ ସବୁଜିମା ଥିବାରୁ ଓଡ଼ିଶାକୁ ପଙ୍ଗପାଳ ପ୍ରବେଶ କରିବା ସମ୍ଭାବନା ଅଧିକ ରହିଛି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 7:46 PM IST
corona virus btn
corona virus btn
Loading