ଓଡ଼ିଶାକୁ ପଙ୍ଗପାଳ ଆକ୍ରମଣ ବିପଦ: ଫସଲ ରକ୍ଷା ପାଇଁ ନିମ ତେଲ ବ୍ୟବହାର କରିବାକୁ ଉପଦେଶ

ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିବା ଏହି ପତଙ୍ଗ ଦଳ ଖୁବ୍‌ ଶୀଘ୍ର ଓଡ଼ିଶାକୁ ମାଡ଼ି ଆସିବା ଭୟ ସୃଷ୍ଟି ହୋଇଛି । ପାକିସ୍ତାନରୁ ବାହାରି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ଯାଏ ମାଡ଼ି ଆସିଲେଣି ପଙ୍ଗପାଳ ।

ଓଡ଼ିଶାକୁ ପଙ୍ଗପାଳ ଆକ୍ରମଣ ବିପଦ: ଫସଲ ରକ୍ଷା ପାଇଁ ନିମ ତେଲ ବ୍ୟବହାର କରିବାକୁ ଉପଦେଶ
ପଙ୍ଗପାଳ ହେଉଛି ଆଫ୍ରିକାର ମରୁଭୂମି ଅଞ୍ଚଳରେ ଦେଖାଦେଉଥିବା ଏକ ଝିଣ୍ଟିକା ଜାତୀୟ କୀଟ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶକୁ ପାକିସ୍ତାନ ଆଡ଼ୁ ଆସିଥିବା ପଙ୍ଗପାଳ ରୂପୀ ନୂଆ ବିପଦ ବିଭିନ୍ନ ରାଜ୍ୟରେ ଦେଖାଦେବା ପରେ ଓଡ଼ିଶା ପାଇଁ ବି ଭୟ ସୃଷ୍ଟି କରିଛି । ପ୍ରଥମେ ରାଜସ୍ଥାନ, ତା’ପରେ ମଧ୍ୟ ପ୍ରଦେଶ ଓ ପୁଣି ଉତ୍ତର ପ୍ରଦେଶ ଯାଏ ମାଡ଼ି ଆସିଲେଣି ପଙ୍ଗପାଳ । ଖୁବ୍‌ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିବା ଏହି ପତଙ୍ଗ ଓଡ଼ିଶାକୁ ମଧ୍ୟ ମାଡ଼ି ଆସିବା ଭୟ ସୃଷ୍ଟି ହୋଇଛି ।

ଏହି ବିପଦରୁ ବର୍ତ୍ତିବା ପାଇଁ ଚାଷୀମାନଙ୍କୁ କୃଷି ବିଶ୍ବବିଦ୍ୟାଳୟ (OUAT) ପକ୍ଷରୁ ପରାମର୍ଶ ଜାରି ହୋଇଛି ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତିଷେଧକ ଭାବେ ଫସଲରେ ନିମ ତେଲ ବ୍ୟବହାର କଲେ ପଙ୍ଗପାଳ ଆକ୍ରମଣର ମୁକାବିଲା କରିହେବ ।

ପଙ୍ଗପାଳ ହେଉଛି ଆଫ୍ରିକାର ନାଇଜେରିଆ ଓ ସୋମାଲିଆ ଆଦି ମରୁଭୂମି ଅଞ୍ଚଳରେ ଦେଖାଦେଉଥିବା ଏକ ଝିଣ୍ଟିକା ଜାତୀୟ କୀଟ । ଏହାକୁ ପଙ୍ଗପାଳ ବା ଲୋକସ କହନ୍ତି । ଏହି କୀଟ ଫସଲ ବା ଗଛ ର ସବୁଜ ଅଂଶ କୁ ଖାଇ ନଷ୍ଟ କରିଦିଏ । ଏ ବର୍ଷ ପୂର୍ବ ଆଫ୍ରିକା ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ପଙ୍ଗପାଳର ବଂଶ ବିସ୍ତାର ହୋଇଛି । ତାଙ୍କର ଗୋଟିଏ ଦଳ ଇରାନ ଆସିଥିଲେ। ତା’ପରେ ପାକିସ୍ତାନ ଓ ଏବେ ଭାରତର ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପହଞ୍ଚି ଗଲେଣି ।

ପଙ୍ଗପାଳ ସମସ୍ୟାକୁ ନେଇ ବୈଠକ କରୁଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ।


‘‘ବିଗତ ଅନେକ ବର୍ଷ ହେଲା ଓଡ଼ିଶାର ପଙ୍ଗପାଳ ଆକ୍ରମଣ ହୋଇ ନାହିଁ । ଏ ବର୍ଷ ନ ହେବା ଲାଗି ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା । ତଥାପି ଆମକୁ ସତର୍କ ରହିବାକୁ ପଡିବ । ସତର୍କ ରହିବ ଆମ କାମ । ଆମର ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିଗଲେ ଆମ ଜମିରେ ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବ ମଞ୍ଜିର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଞ୍ଚନ କଲେ ରକ୍ଷା ମିଳିବ । ନହେଲେ ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ନପିପିଏମ ନିମ୍ବ ଆଧାରିତ କୀଟ ବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ଦୁଇ ଶହ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରାଯାଇପାରେ,” କହିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ।

ପଙ୍ଗପାଳ ଦଳ ଫସଲ କିଆରୀରେ ପହଞ୍ଚିଗଲେ ସେଗୁଡିକୁ ବିଭିନ୍ନ ଉପାୟରେ, ଯଥା ଟିଣ ବାଡେଇ ଓ କଣ୍ଟାଯୁକ୍ତ ଡାଳରେ ପିଟି, ଘଉଡେଇବାର ବ୍ୟବସ୍ଥା କରିବାକୁ ବି ସେ ପରାମର୍ଶ ଦେଇଛନ୍ତି । ଏହି କୀଟମାନଙ୍କ ଦ୍ୱରା ଆକ୍ରାନ୍ତ ଫସଲ ଉପରେ ନିମ୍ବ ଆଧାରିତ କୀଟ ନାଶକ ସିଞ୍ଚନ କରିବା କିମ୍ବା ଏକର ପ୍ରତି ୪୦୦ ମିଳିଲିଟର ପ୍ରଫେନଫସ ପଚାଶ ସିସିକୁ ସିଞ୍ଚନ କରିବାକୁ କହି ସେ ଚାଷୀମାନଙ୍କୁ ନ ଡ଼ରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ସମସ୍ୟାକୁ ପ୍ରତିରୋଧ କରିବା ପାଇଁ କୃଷି ବିଭାଗ ଓ ଓୟୁଏଟି ତରଫରୁ ଜାରି କରାଯାଇଥିବା ସତର୍କତା ନିୟମାବଳୀକୁ ପାଳନ କରି ପଙ୍ଗପାଳ ଦଳଙ୍କୁ ପ୍ରତିରୋଧ କରିବାକୁ ମନ୍ତ୍ରୀ ଚାଷୀମାନଙ୍କୁ କହିଛନ୍ତି ।

‘‘ପୂର୍ବ ଆଫ୍ରିକାରେ ବସନ୍ତ ୠତୁରେ ବର୍ଷା ହେଲା । ସେଇଥି ପାଇଁ ପଙ୍ଗପାଳ ମରୁ ଅଞ୍ଚଳକୁ ଆସିଲେ । ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଦେଖାଯାଇଥିବା ଖବର ଆସିଛି । ହେଲେ ଓଡ଼ିଶାର ଇତିହାସରେ ପଙ୍ଗପାଳ କେବେ ଆସିନାହାନ୍ତି । ଓଡ଼ିଶା ଚାଷୀଙ୍କୁ ଡରିବାରେ କିଛି ନାହିଁ । ସେମାନେ ଫସଲରେ ନିମ୍ବ ତେଲ ବ୍ୟବହାର କରନ୍ତୁ,’’ କହିଛନ୍ତି ଓୟୁଏଟି (OUAT)ର ସମ୍ପ୍ରସାରଣ ଡିନ୍‌ ଡଃ ଲଳିତ ମୋହନ ଗଡ଼ନାୟକ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 10:45 PM IST
corona virus btn
corona virus btn
Loading