ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନଲାଇନରେ ଶିଶୁ ଯୌନ ଶୋଷଣ; ଓଡ଼ିଶା ସହ ୧୪ରାଜ୍ୟର ୭୬ଜାଗାରେ ଚଢ଼ାଉ କଲା CBI

ଅନଲାଇନରେ ଶିଶୁ ଯୌନ ଶୋଷଣ; ଓଡ଼ିଶା ସହ ୧୪ରାଜ୍ୟର ୭୬ଜାଗାରେ ଚଢ଼ାଉ କଲା CBI

୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ CBI ଚଢ଼ାଉ କରିଛି। ଅନଲାଇନ ଶିଶୁ ଯୌନ ଶୋଷଣ ନେଇ ୧୪ ନଭେମ୍ବରରେ ୨୩ ଟି ପୃଥକ ମାମଲା ୮୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅନଲାଇନରେ ଶିଶୁ ଯୌନ ଶୋଷଣ; ଓଡ଼ିଶା ସହ ୧୪ରାଜ୍ୟର ୭୬ଜାଗାରେ ଚଢ଼ାଉ କଲା CBI
ଲକଡାଉନ ଯୋଗୁଁ ଅନଲାଇନରେ ଶିଶୁ ଯୌନ ଶୋଷଣ ବଢୁଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2021, 8:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ CBI ଚଢ଼ାଉ କରିଛି। ଅନଲାଇନ ଶିଶୁ ଯୌନ ଶୋଷଣ ନେଇ ୧୪ ନଭେମ୍ବରରେ ୨୩ ଟି ପୃଥକ ମାମଲା ୮୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଓଡିଶା ସମେତ ଆନ୍ଧ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ ତାମିଲନାଡୁ ଓ ମହାରାଷ୍ଟ୍ର ରାଜସ୍ଥାନ ହରିୟଣା , ଛତିଶଗଡ଼ ମଧ୍ୟପ୍ରଦେଶ ହିମାଚଳ ଆଦି ରାଜ୍ୟ ରେ ଚଢାଉ ହୋଇଛି। ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ ଆଦି ସ୍ଥାନରେ ସିବିଆଇ ଟିମ୍ ଚଢାଉ କରିବା ସହ ଖୋଳତାଡ କରିଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯେଉଁମାନକ ବିରୋଧରେ ଅଭିଯୋଗ ଆସିଥିଲା ସେମାନେ ବିଭିନ୍ନ ସୋସିଆଲ ସାଇଟରେ ଶିଶମାନଙ୍କ ଖରାପ ଭିଡ଼ିଓ ଅପଲୋଡ କରୁଥିଲେ।

ଏ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି,"କ୍ରାଇମବ୍ରାଞ୍ଚ କୁ ଚିଠି ଲେଖିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ସିବିଆଇ ଚଢ଼ାଉ ପରେ ରାଜ୍ୟରେ ଏହି ମାମଲା ନେଇ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯିବ। ବିଗତ ଦିନରେ ଏହି ଅନଲାଇନ ଯୌନ ଶୋଷଣ ଓ ନିର୍ଯାତନା ନେଇ ବହୁତ୍ ମାମଲା ସାମ୍ନାକୁ ଆସିଥିଲା। ଆମ ରାଜ୍ୟରେ ଏଭଳି  ଘଟଣା ସାମ୍ନାକୁ ଆସିଛି। ଏହା ଚିନ୍ତା ଜନକ  ବିଷୟ। ସିବିଆଇ ଚଢ଼ାଉ କରିଛି ସତ କିନ୍ତୁ ରାଜ୍ୟ ରେ ଏଥିରେ ସମୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ କିଭଳି ମାମଲା ରୁଜୁ ହୋଇ କଡା କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ କ୍ରାଇବ୍ରାଞ୍ଚକୁ ଚିଠି ଲେଖାଯିବ"।

"ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ପରେ ପିଲାଙ୍କ ଅନଲାଇନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।ଏ କ୍ଷେତ୍ରରେ କାମ କରୁଥିବା ଶିକ୍ଷା ଓ ଶିଶୁ ଅଧିକାରର ଜାତୀୟ ମ୍ୟାନେଜର ସୁଦତ୍ତା ଖୁଣ୍ଟିଆ କହିଛନ୍ତି, " ଲକ ଡାଉନ୍ ପିରିୟଡ଼ରେ ଅନ ଲାଇନ ମାଧ୍ୟମରେ ଯୌନ ଶୋଷଣ ଓ ନିର୍ଯାତନା ମାମଲା ଓଡ଼ିଶାରେ ୭୧ କେସ ହୋଇଛି। ୨୦୨୦ ରେ ସାରା ଦେଶରେ ସାଇବର ମାମଲା ବା  ଅଶ୍ଳୀଳ ସଂକ୍ରାନ୍ତୀୟ ମାମଲା ୮୪୨ କେସ ହୋଇଛି। ଏହି ୮୪୨ ରୁ କେବଳ ଅନଲାଇନ ଦ୍ଵାରା ଯୌନ ଶୋଷଣ ମାମଲା ହେଉଛି  ୭୩୮। ୨୦୧୯ରେ ମାମଲା ସଂଖ୍ୟା ଥିଲା ୧୬୪। ଅର୍ଥାତ୍ ଗୋଟିଏ ବର୍ଷ ଭିତରେ ୪୩୦ ପ୍ରତିଶତ ବଢିଛି । ୟୁପିରେ ୧୭୦, କର୍ଣ୍ଣାଟକ ୧୪୪, ମହାରାଷ୍ଟ୍ର ୧୩୭,କେରଳ ୧୦୭ ଓ ଓଡ଼ିଶା ୭୧। ଏହା ଏକ ଚିନ୍ତାଜନକ ବିଷୟ। କେବଳ ଭାରତର ୧୦ ପ୍ରତିଶତ ମାମଲା ଓଡ଼ିଶାରୁ । ଓଡ଼ିଶାର ଯାଜପୁର ଓ ଅନୁଗୁଳ ରେ ଅଧିକ ମାମଲା ଦେଖାଦେଇଛି।

ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, "ସ୍କୁଲ ଖୋଲା ନ ହେବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ଫଳରେ ପିଲାଙ୍କର ଅନ ଲାଇନ୍ କ୍ଲାସ ହେଲା। ଫଳରେ କିଛି ପିଲା ଏହି ଅନ ଲାଇନ ଅପରାଧରେ ଲିପ୍ତ ରହିଲେ। ପିଲାଙ୍କୁ ଅନ ଲାଇନ ସୁରକ୍ଷା ମିଳୁନାହିଁ। ଏ ନେଇ ମଧ୍ୟ ଥାନାରେ ମାମଲା ହୋଇଛି ଅଭିଜ୍ଞତା ନଥିବାରୁ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାନ୍ଧି ପାରୁନି ପୋଲିସ"।
Published by: Soumya Das
First published: November 17, 2021, 7:56 PM IST