ଶୁଣିଲାନି ପ୍ରଶାସନ; ନିଜ ପାଇଁ ରାସ୍ତା ନିର୍ମାଣ କଲେ ସ୍ଥାନୀୟ ଯୁବକ

ସ୍ଥାନୀୟ କିଛି ଯୁବକଙ୍କ କହିବା ଅନୁସାରେ, ଏଠି ସମସ୍ତେ କାନ୍ଦୁଥିଲେ, କିନ୍ତୁ କାହା ଆଖିରେ ଲୁହ ନଥିଲା। ଅର୍ଥାତ ସମସ୍ତଙ୍କ ସମସ୍ୟା ହେଉଥିଲା, ସମସ୍ତେ ଚିନ୍ତାରେ ବି ଥିଲେ, ହେଲେ କେହି ଆଗକୁ ଆସୁନଥିଲେ। ତେଣୁ ଆମେ ଏହି ଉଦ୍ୟମକୁ ସାକାର କଲୁ।

ନିଜ ପାଇଁ ନିଜେ ନିର୍ମାଣ କଲେ ରାସ୍ତା

ନିଜ ପାଇଁ ନିଜେ ନିର୍ମାଣ କଲେ ରାସ୍ତା

  • Share this:
News 18 Odia Digital

ଭୁବନେଶ୍ୱର: ଶୁଣିଲାନି ପ୍ରଶାସନ ନିଜେ ସମାଧାନ କଲେ ନିିଜର ସମସ୍ୟାକୁ। ଅର୍ଥାତ ସାମୁହିକ ସମସ୍ୟାର ସମାଧାନ ପାଇଁ ଯେତେବେଳେ ପ୍ରଶାସନ ଅଣଦେଖା କଲା, ସେତେବେଳେ ନିଜ ଉଦ୍ୟମରେ ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ କିଛି ଯୁବକ। ଏହା କୌଣସି ଉପାନ୍ତ ଅଞ୍ଚଳର କାହାଣୀ ନୁହେଁ, ଏହା ହେଉଛି ଭୁବନେଶ୍ୱର ମହାନଗର ବୀର ସୁରେନ୍ଦ୍ର ସାଏ ନଗରର ୧୧ ନମ୍ବର ୱାର୍ଡର ଥିବା ୨.୫ କି.ମିର ରାସ୍ତା ଯାହା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିଥିଲା ।

ଯାହାକୁ  ଦୃଷ୍ଟିରେ ରଖି ଅଣ୍ଟା ଭିଡ଼ିଲେ କିଛି ସ୍ଥାନୀୟ ଯୁବକ। ସେମାନଙ୍କ ସହ ଯୋଡ଼ିହେଲେ କିଛି ସ୍ଥାନୀୟ ବ୍ୟବସାୟୀ।ରାତିରେ ଯେଉଁ ସମୟରେ ଲୋକଙ୍କର ଯିବାଆସିବା ନଥିଲା ସେଭଳି ସମୟରେ ମରାମତି କଲେ ଖାଲଖମା। ସବୁଠାରୁ ବଡ଼ କଥା ହେଲା ବିଳମ୍ବିତ ରାତିରେ ସେମାନେ ଏହି କାମ କରୁଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ନିଜ ଆଡ଼ୁ ସହଯୋଗ କରିବାକୁ ଆଗ୍ରହୀ ହେଉଥିଲେ। ନିଜ ଶ୍ରମରେ ସମସ୍ୟାର ସମାଧାନ କରିବାରେ ସଫଳ ହେଲେ ଏହି ଯୁବକମାନେ। ଏଭଳି ଯୁବକଙ୍କ ଉଦ୍ୟମକୁ ଏବେ ଭରପୁର ପ୍ରଶଂସା ମିଳୁଥିବା ବେଳେ ମହାନଗର ନିଗମର ଅଧିକାରୀମାନେ ଏବେ ନିଜ ଆଡୁ ଏଭଳି ଉଦ୍ୟମକୁ ପ୍ରଶଂସା କରିବାକୁ ବାଧ୍ୟ ହେଉଛନ୍ତି।

ଏହି ୱାର୍ଡର ମୁଖ୍ୟ ସଂଯୋଗକାରୀ ରାସ୍ତା ହେଉଛି ୧୬ ନମ୍ବର ଜାତୀୟ ରାଜପଥରୁ ସୈନିକ ସ୍କୁଲ ପଛପଟ ଗେଟ ପର୍ଯ୍ୟନ୍ତ ପ୍ରାୟ ୨.୫ କିମି ସଂଯୋଗକାରୀ ରାସ୍ତା। ଭିଏସଏସ ନଗରର ରେଳବାଇ ଫାଟକ ଦେଇ ଏହି ରାସ୍ତା ମଧ୍ୟ ହେଉଛି ଭାରିଯାନ ପରିବହନର ବ୍ୟସ୍ତବହୁଳ ମାର୍ଗ। ବିଡମ୍ବନା ହେଲା ଏହି ବ୍ୟସ୍ତବହୁଳ ରାସ୍ତାର ମରାମତି ପାଇଁ ମହାନଗର ନିଗମ ଯେମିତି ଆଖିବୁଝି ଦେଇଥିଲା। ଫଳରେ ରାସ୍ତାର ସ୍ଥିତି ଏଠି ଦୟନୀୟ ଅବସ୍ଥା ଥିଲା। ରାସ୍ତାରେ ବଡ଼ ବଡ଼ ଖାଲ ଖମା। ଗାଡ଼ିରେ ଯିବା ଏହି ରାସ୍ତାରେ ଯେତିକି ବିପଦ, ଏହି ରାସ୍ତାରେ ବି ଚାଲି ଚାଲି ଯିବା ତାଠାରୁ କିଛି କମ ବିପଦ ନଥିଲା ।

ଯେତେବେଳେ ଯୁବକମାନଙ୍କ ଉଦ୍ୟମ  ଖବର  ପହଞ୍ଚି ଥିଲା ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ପାଖରେ। ଶେଷରେ ସେମାନେ ତୁରନ୍ତ ଏହି ସ୍ଥିତି ସୁଧାରିବା ପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ କରିଛନ୍ତି।
Published by:Sujit Swain
First published: