ଶ୍ରୀମନ୍ଦିର ବ୍ୟାରିକେଡର ରେଲିଂରେ ଫସିଲା ୪ ବର୍ଷର ଝିଅର ମଥା; ‘‘କାଳିଆ ବଞ୍ଚାଇଦେଲା’’

ପୂର୍ବରୁ ଶ୍ରୀମନ୍ଦିର ଭିତରେ ଜଗମୋହନ ନିକଟରେ ଏମିତି ଏକ ଘଟଣା ଘଟିଥିବା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡରେ ଘଟିଥିଲା ଦ୍ୱିତୀୟ ଘଟଣା । ଏବେ ଜୋତା ଷ୍ଟାଣ୍ଡ୍ ବ୍ୟାରିକେଡରେ ଶିଶୁର ମୁଣ୍ଡ ଫସିବା ହେଉଛି ତୃତୀୟ ଘଟଣା ।

ଶ୍ରୀମନ୍ଦିର ବ୍ୟାରିକେଡର ରେଲିଂରେ ଫସିଲା ୪ ବର୍ଷର ଝିଅର ମଥା; ‘‘କାଳିଆ ବଞ୍ଚାଇଦେଲା’’
ଶ୍ରୀମନ୍ଦିର; (ଡାହାଣ) ଏହି ବ୍ୟାରିକେଡରେ ଫସିଥିଲା ଶିଶୁର ମୁଣ୍ଡ
  • News18 Odia
  • Last Updated: April 3, 2021, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରରୁ ନିଜ ପରିବାର ସହ ଚାରି ବର୍ଷର କୁନି ଝିଅଟି ଫେରୁଥିବା ବେଳେ ଜୋତା ଷ୍ଟାଣ୍ଡ୍‌ ନିକଟରେ ଥିବା ବ୍ୟାରିକେଡର ରେଲିଂରେ ଫସିଗଲା ତା’ ମୁଣ୍ଡ । ଯନ୍ତ୍ରଣା ଓ ଭୟରେ ଝିଅଟି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ମିଶି ବ୍ୟାରିକେଡରୁ ତାକୁ ଉଦ୍ଧାର କରିଥିଲେ ।

ପୂର୍ବରୁ ଶ୍ରୀମନ୍ଦିର ଭିତରେ ଜଗମୋହନ ନିକଟରେ ଏମିତି ଏକ ଘଟଣା ଘଟିଥିବା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡରେ ଘଟିଥିଲା ଦ୍ୱିତୀୟ ଘଟଣା । ଏବେ ଜୋତା ଷ୍ଟାଣ୍ଡ୍‌ ବ୍ୟାରିକେଡରେ ଶିଶୁର ମୁଣ୍ଡ ଫସିବା ହେଉଛି ତୃତୀୟ ଘଟଣା । ଏତେ ଘଟଣା ଘଟୁଥିଲେ ବି ପ୍ରଶାସନ ଚୋତୁ ନ ଥିବାରୁ ସମସ୍ୟାରେ ପଡୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ନିଜ ସ୍ତ୍ରୀ, ମା’ ଓ ଚାରି ବର୍ଷର କୁନି ଝିଅ ସହ ପୁରୀ ବୁଲିବାକୁ ଆସିଥିବା ରାମନାରାୟଣ ରଥଙ୍କ ପାଇଁ ଶ୍ରୀମନ୍ଦିର ବାହାରେ ଶନିବାରର ଘଟଣା ଥିଲା ଦୁର୍ଭାଗ୍ୟପୂର୍ଣ୍ଣ । ତାଙ୍କ ଝିଅ ଅଗ୍ନି ଅମ୍ବିକା ରଥ ବହୁତ ଚଷ୍ଟ ପାଇଥିଲା । ଦିନ ଗୋଟାଏ ବେଳେ ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ସେବନ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରୁଥିଲେ ସେମାନେ । ଦୋଳବେଦୀ କୋଣରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଃଶୁଳ୍କ ଜୋତା ଓ ମୋବାଇଲ୍‌ ଫୋନ୍‌ ଷ୍ଟାଣ୍ଡକୁ ଆସି ଜୋତା ନେବାକୁ ଯାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ

‘‘ମୋ’ ଝିଅ ଅମ୍ବିକା ସେହି ବ୍ୟାରିକେଡରେ ଖେଳୁଥିଲା । ଖେଳିବା ଭିତରେ କେତେବେଳେ ନିଜ ମୁଣ୍ଡକୁ ସେଥିରେ ସେ ପୂରାଇ ଦେଇଥିଲା । ତାହା ଦେଖି ଆମ ପାଦ ତଳୁ ମାଟି ଖସିଯାଇଥିଲା । କାନ୍ଦି ଚିତ୍କାର କରି ବାପା ମୋତେ ବଞ୍ଚାଅ ବୋଲି କହୁଥିଲା । ଆମ ପରିବାର ଲୋକେ କାନ୍ଦି କାନ୍ଦି ଜଗନ୍ନାଥଙ୍କୁ ଡାକ ପକାଇଲେ । କିଭଳି ସେ ବାହାରିବ ସେ ନେଇ ଆମ ମୁଣ୍ଡ କାମ କଲାନି । ବ୍ୟାରିକେଡ ଦୁଇଟି ମଝିରେ ଥିବା ରେଲିଂ ଭିତରେ ତା’ ମୁଣ୍ଡଟି ଲାଖି ରହିଥିଲା । ହଠାତ୍‌ କିଛି ଲୋକ ମିଶି ତାକୁ ଟେକି ଧରିଲେ । ପାଖରେ ଥିବା କିଛି ଉଠା ଦୋକାନୀ ଓ ବିକାଳୀ ବି ବହୁତ ସହଯୋଗ କରିଥିଲେ,’’ କହିଛନ୍ତି ୪୦ ବର୍ଷୀୟ ରାମନାରାୟଣ ରଥ।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ୍‌ ନିକଟରେ ପାଣି ବୋତଲ ବିକ୍ରି କରୁଥିବା ମହିଳା ଜ୍ୟୋର୍ତିମୟୀ ରାଉତ କହିଛନ୍ତି ଯେ ହଠାତ୍‌ ଗହଳି ଓ ହୋ ହଲ୍ଲା ଦେଖି ସେ ହତବାକ ହୋଇଯାଇଥିଲେ  । ‘‘ଯାଇ ଦେଖିଲା ବେଳକୁ କୁନି ଝିଅଟିର ମୁଣ୍ଡକୁ ଭିତର ପଟୁ ଲୋକେ ଧରିଥିବା ବେଳେ ବାହାର ପଟୁ ତା’ ଗୋଡକୁ ଟେକି ବ୍ୟାରିକେଡରେ ଧରିଥିଲେ କିଛି ଲୋକ । ତା’ ବାପା ମା’ କାନ୍ଦି କାନ୍ଦି ଜଗନ୍ନାଥଙ୍କୁ ଡାକୁଥିଲେ । କିଛି ଯାତ୍ରୀ ମଧ୍ୟ ଝିଅକୁ ବିଞ୍ଚି ଦେଉଥିଲେ । କିଏ କହୁଥିଲା ଛୁରୀ ଆଣି ରେଲିଂକୁ କାଟ ତ କିଏ କହୁଥିଲା ଅଗ୍ନିଶମ ସେବାକୁ ଫୋନ୍‌ କର । ମୁଁ ଦୌଡି ଯାଇ ପାଖରେ ଥିବା ଫାଣ୍ଡିରେ ପୋଲିସ ବାବୁଙ୍କୁ ଡାକିଲି । ଏହା ଭିତରେ ଅଧ ଘଣ୍ଟା ବିତିଯିବଣି । ପିଲାଟିକୁ ଦେଖି ମୋ’ ଆଖିରୁ ଲୁହ ଝରିଗଲା  । ମୁଁ ବି ଗୋଟେ ମା’  । ତା’ ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ,’’ ଜ୍ୟୋର୍ତିମୟୀ ରାଉତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ କଟର୍‌ ସାହାଯ୍ୟରେ ବ୍ୟାରିକେଡର ରେଲିଂକୁ କାଟିବା ପରେ ଦୁଇ ରେଲିଂକୁ ଭିଡି଼ବା ପରେ ଝିଅଟି ମୁକୁଳିଥିଲା । ’’କାଳିଆ ଯୋଗୁଁ ମୋ’ ଝିଅ ବଞ୍ଚିଗଲା,’’ କହିଛନ୍ତଚି ଅମ୍ବିକାର ବାପା ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

‘‘ବ୍ୟାରିକେଡରେ ପିଲାମାନେ ମୁଣ୍ଡ ପୁରାଇ ଫସିବା ଘଟଣା ଶ୍ରୀମନ୍ଦିରରେ ନୁଆ ନୁହେଁ । ଦୁଇ ବର୍ଷ ତଳେ  ପ୍ରଥମେ ଶ୍ରୀମନ୍ଦିର ଭିତରେ ଜଗମୋହନ ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ସିଂହଦ୍ୱାର ସାମନା ବ୍ୟାରିକେଡରେ ଘଟିଥିଲା ଦ୍ୱିତୀୟ ଘଟଣା । ଏବେ ଜୋତା ଷ୍ଟାଣ୍ଡ ବ୍ୟାରିକେଡରେ ଶିଶୁଙ୍କ ମୁଣ୍ଡ ଫସିବାର ଏହା ତୃତୀୟ ଘଟଣା । ପରିବାର ଲୋକେ ବା ପିଲାର ବାପାମା’ ପିଲାଙ୍କୁ ନଜରରେ ରଖିବା କଥା । ଅସାବଧାନତା ଯୋଗୁଁ ଆଜି ଏଭଳି ଘଟଣା ଘଟିଗଲା । ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଇଛି ଯେ ରେଲିଂଗୁଡିକରେ ଜାଲି ଲଗାଇଦେଲେ ଆଉ ଏଭଳି ଘଟଣା ଘଟିବ ନାହିଁ,’’ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସୁବେଦାର ଯୋଗେଶ ସ୍ୱାଇଁ ।



ଏହି କୁନି ଝିଅଟିର ଯନ୍ତ୍ରଣାଦାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଗାମୀ ଦିନରେ ବ୍ୟାରିକେଡରେ ଜାଲି ଲଗାଇବା ସହ ଏଭଳି ରେଲିଂ ବ୍ୟାରିକେଡକୁ ଗହଳି ଜାଗାରୁ ହଟାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଦ୍ଧପରିକର ଥିବା ଶ୍ରୀମନ୍ଦିର ପ୍ରଶାସନ କେବେ ଓ କେତେ ଯତ୍ନବାନ ହେଉଛି ତାହା ଦେଖିବା କଥା ।
Published by: Anand ST Das
First published: April 3, 2021, 11:48 PM IST