ଲିପୁନା ଆଉ ଭିକ୍ଷୁକ ନୁହେଁ; ସ୍ୱାଭିମାନ ସହ ବଞ୍ଚିବା ପାଇଁ ବାଟ ଦେଖାଇଲା.. ଓଡ଼ିଶା ମୋ ପରିବାର

ଜୀବନ ଜିଇଁବା ଲିପୁନାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା । ଭିକ ମାଗୁଥିବାରୁ ଅନେକ ଲୋକଙ୍କର ଲାଞ୍ଛନା ସହି ଲୁହରେ ଆଖି ଭିଜୁଥିଲା ସିନା, ସ୍ଵାବଲମ୍ବୀ ହେବାକୁ ରାହା ମିଳୁ ନଥିଲା । ଶେଷରେ ସାହା ହେଲା ଓଡ଼ିଶା ମୋ ପରିବାର ।

ଲିପୁନା ଆଉ ଭିକ୍ଷୁକ ନୁହେଁ; ସ୍ୱାଭିମାନ ସହ ବଞ୍ଚିବା ପାଇଁ ବାଟ ଦେଖାଇଲା.. ଓଡ଼ିଶା ମୋ ପରିବାର

ଲିପୁନା ଆଉ ଭିକ୍ଷୁକ ନୁହେଁ; ସ୍ୱାଭିମାନ ସହ ବଞ୍ଚିବା ପାଇଁ ବାଟ ଦେଖାଇଲା.. ଓଡ଼ିଶା ମୋ ପରିବାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ଭିକ୍ଷା ମାଗି ପେଟ ପୋଷୁଥିଲେ, ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ ଲିପୁନା ଓ ତାଙ୍କ ପରିବାର । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଜୀବନ ଜିଇଁବା ଯେପରି ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା । ଭିକ ମାଗୁଥିବାରୁ ଅନେକ ଲୋକଙ୍କର ଲାଞ୍ଛନା ସହି ଲୁହରେ ଆଖି ଭିଜୁଥିଲା ସିନା, ସ୍ଵାବଲମ୍ବୀ ହେବାକୁ ରାହା ମିଳୁ ନଥିଲା । ଶେଷରେ ସାହା ହେଲା ଓଡ଼ିଶା ମୋ ପରିବାର ।

କାହାଣୀଟି ହେଉଛି ଭୁବନେଶ୍ୱରର ଜଣେ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀଙ୍କର । ଯିଏ ପ୍ରେସ କ୍ଲବ ନିକଟରେ ଭିକ ମାଗି ନିଜ ପରିବାରର ପେଟ ପୋଷୁଥିଲେ । ଭିକ୍ଷାବୃତ୍ତି କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା । ଥରେ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ଏଭଳି ଅସହାୟ ଅବସ୍ଥାରେ ଦେଖି ପାଖକୁ ଯାଇ ପଚାରିବାରୁ ତାର କରୁଣ କାହାଣୀ ବିଷୟରେ ଜାଣିବାକୁ ପାଇଥିଲେ । ପରେ ଆଲିମ୍କୋ ସହିତ ଆଲୋଚନା କରି ତାଙ୍କୁ ଏକ ଟ୍ରାଇ ସାଇକେଲ ଦିଆଯିବା ପାଇଁ ସ୍ଥିର କରାଗଲା । ଯଦ୍ୱାରା ସେ ନିଜେ ସ୍ଵାବଲମ୍ବୀ ହୋଇ ନିଜ ପରିବାରର ପେଟ ପୋଷି ପାରିବେ । ଗତ ଅଗଷ୍ଟ ୯ ତାରିଖରେ ଓଡ଼ିଶା ମୋ ପରିବାର ପକ୍ଷରୁ ସେହି ଟ୍ରାଇ-ସାଇକେଲକୁ ଉତ୍ତମ ମାନର ମରାମତି କରାଯାଇ ଦିଆଯାଇଥିଲା । ଯେଉଁଥିରେ ସେ ଏକ ଛୋଟ ଦୋକାନ କରି ଜିନିଷ ବିକ୍ରି କରି ପାରିବେ ଏବଂ ଦୋକାନ ପାଇଁ ତାଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ତଥା ବିସ୍କୁଟ, ଚିପ୍ସ, ଛୋଟ ପ୍ଲାଷ୍ଟିକ ବୋତଲ, ଚକୋଲେଟ ଆଦି ଯୋଗାଇ ଦିଆଯାଇଥିଲା ।

ଲିପୁନାଙ୍କୁ ଟ୍ରାଇ ସାଇକେଲ ଦିଆଯିବା ସମୟରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା ମୋ ପରିବାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।  ଲିପୁନାଙ୍କ ଅନ୍ଧକାର ଜୀବନରେ ଆଲୋକ ଭରିଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ସେ ଟ୍ରାଇ-ସାଇକେଲରେ ତାଙ୍କର ଏକ ସୁନ୍ଦର ଭବିଷ୍ୟତ ଦେଖିପାରୁଛନ୍ତି ବୋଲି କହି ଭାବବିହ୍ଵଳ ହୋଇ ଯାଇଥିଲେ । ଏହା ଜାଣିବା ପରେ ରୁଦ୍ର ଲାଗି ପଡ଼ିଥିଲେ କିଭଳି ଲିପୁନା ନିଜ ଗୋଡ଼ରେ ଠିଆ ହେବ, ସେ ନେଇ ଆରମ୍ଭ କରିଥିଲେ କସରତ । ଅନ୍ୟପଟେ ଦିବ୍ୟାଙ୍ଗ ଲିପୁନା କହିଛନ୍ତି "  ଯେତେବେଳେ ମୁଁ ଘରୁ ବାହାରକୁ ଆସେ ସେତେବେଳେ ମୋ ଛୁଆ ମୋତେ କୁହେ ବାପା କୁଆଡେ଼ ଯାଉଛ, ମୁଁ କୁହେ କାମ କରିବା ପାଇଁ । କିନ୍ତୁ ଏପଟେ ଆସି ଭିକ୍ଷା ମାଗେ । ମୋ ବିବେକ ମଧ୍ୟ ମୋତେ ଧିକାର କରେ ଯଦିଓ କିନ୍ତୁ ବାଧ୍ୟ ବାଧକତାରେ ମୁଁ ଭିକ୍ଷା ମାଗିଥାଏ । ଆଜି କିନ୍ତୁ ସମୟ ବଦଳିଛି । ମୋ ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏଥିପାଇଁ ରୁଦ୍ର ବାବୁ, ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଉଛି।"
Published by:Soubhagya Mishra
First published: